Posted inଜାତୀୟ

ରାତିରେ ସ୍ବପ୍ନାଉଛି ସାପ, ଦିନରେ ମାରୁଛି ଚୋଟ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ,୧୨।୭: ଥରେ ଦୁଇଥର ନୁହେଁ ୭ଥର କାମୁଡିଲାଣି ସାପ। ଯେକୌଣସି ସାପ ଯେତେ ବିଷଧର ହେଉ ନା କାହିଁକି ଜଣେ ବ୍ୟକ୍ତିଙ୍କୁ ଥରେ କି ୨ଥର କାମୁଡିଦେଲେ ଜୀବନ ଚାଲିଯାଏ। ହେଲେ ଏହି ଯୁବକଙ୍କୁ ୪୦ ଦିନ ଭିତରେ ୭ଥର କାମୁଡିଲାଣି ସାପ। ଏପଟେ ଯୁବକଙ୍କୁ ସ୍ବପାଦେଶ କରିଛନ୍ତି ସାପ। ଆଉ ୨ଥର ହେଲେ ରକ୍ଷା ନାହିଁ। ୯ଥରରେ ମୃତ୍ୟୁ ସୁନିଶ୍ଚିତ।

ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଫତେପୁରରେ। ୨୪ ବର୍ଷୀୟ ଯୁବକ ବିକାଶ ଦୁବେଙ୍କ ପଛରେ ପଡ଼ିଛି ସାପ । ୪୦ ଦିନରେ ୭ଥର ସାପ କାମୁଡ଼ିଲାଣି । ଯେଉଁଠିକୁ ଗଲେ ପିଛା ଛାଡୁନି ସାପ । ଡାକ୍ତରଖାନାରୁ ଚିକିତ୍ସା ହୋଇ ଫେରିବା ପରେ ସାପ ପୁଣି କାମୁଡୁଛି ।
ବିକାଶଙ୍କ ସହ ପୁରା ପରିବାର ଏବେ ଭୟ ଓ ଆତଙ୍କରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଚକିତ ହୋଇଯାଇଛନ୍ତି । ଗତ ୪୦ ଦିନ ଭିତରେ ବିକାଶଙ୍କୁ ସାପ ଗୋଡାଇ ଗୋଡାଇ ୭ଥର କାମୁଡିଲାଣି। ବିକାଶଙ୍କୁ ୬ଥର ସାପ କାମୁଡିବା ପରେ ସେ ଠିକ୍‌ ତ ହୋଇ ଯାଇଥିଲେ ହେଲେ ୭ଥର ବେଳକୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇ ଯାଇଛି। ସେ ଏବେ ଆଇସିୟୁରେ ଭର୍ତ୍ତି ଅଛନ୍ତି। ଏହି ଘଟଣା ପରେ ଶୁଣିବାକୁ ମିଳିଛି ଯେ, ଯେତେବେଳେ ବିକାଶଙ୍କୁ ସାପ ୩ୟ ଥର କାମୁଡିଥିଲା ସେତେବେଳେ ତାଙ୍କୁ ଏକ ସ୍ବପ୍ନ ଆସିଥିଲା। ଯେଉଁଥିରେ ସେ ୯ଥର ସାପ କାମୁଡାର ଶିକାର ହେବେ ବୋଲି ଜଣାପଡିଥିଲା। ଆଉ ଏହି କଥା ଖୋଦ୍‌ ସାପ ହିଁ ସ୍ବପ୍ନାଦେଶ କରିଥିଲେ।

ସାପ ଆହୁରି କହିଛନ୍ତି, ୮ଥର ବେଳକୁ ତ ବଞ୍ଚି ଯାଇଥିବୁ। ହେଲେ ୯ଥରବେଳକୁ ଦୁନିଆର କୌଣସି ଶକ୍ତି, ତାନ୍ତ୍ରିକ କିମ୍ବା ଡାକ୍ତର ତୋତେ ବଞ୍ଚାଇ ପାରିବେ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯୁବକଙ୍କୁ ସାପ ସବୁବେଳେ ଶନିବାର କିମ୍ବା ରବିବାର ହିଁ ଆକ୍ରମଣ କରୁଛି।

ସାପ କାମଡାରୁ ବଞ୍ଚିବା ପାଇଁ ବିକାଶଙ୍କୁ ସମ୍ପର୍କୀୟଙ୍କ ଘରେ ଲୁଚିବାକୁ ପଡୁଛି। ଏହାପରେ ବି ସାପ ତାଙ୍କର ପିଛା ଛାଡୁନି। ଏବଂ ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି। ଯୁବକଙ୍କ ଏପରି ଅବସ୍ଥା ଦେଖି ପୁରା ପରିବାର ରାଜ୍ୟ ସରକାରଙ୍କୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ତେବେ କାହିଁକି ବାରମ୍ବାର ଏଭଳି ଘଟଣା ଘଟୁଛି ଯାଞ୍ଚ କମିଟି ଗଠନ କରିଛନ୍ତି ଯୋଗୀ ସରକାର।

ପରିବାର ସଦସ୍ୟ କହିଛନ୍ତି, ବିକାଶ ସ୍ବପ୍ନରେ ୯ଥର ସାପ କାମୁଡାର ଶିକାର ହେବେ। ଆଉ ସେହି ୯ ଥର ବେଳକୁ ସେ ବଞ୍ଚିବେ ନାହିଁ। ଏପରି ପରିସ୍ଥିତିରେ, ଆମେ ଭୟ କରୁଛୁ ଯେ ଏହା ସତ ହୋଇପାରେ। ତେବେ ଏହି ୭ଥରର ସାପ କାମୁଡାରେ ବିକାଶଙ୍କ ଚେତା ଫେରିନି। ସେ ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ଡାକ୍ତର କହିଛନ୍ତି ଯଦି ବିକାଶଙ୍କର ଚେତା ୧୨ରୁ ୧୪ଘଣ୍ଟା ମଧ୍ୟରେ ନ ଫେରେ, ତେବେ ବିପଦ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri