ଶହେ ଜଣ ପ୍ରଶଂସକଙ୍କୁ ମନାଲି ବୁଲାଇବେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ କିଏ ବା ନ ଜାଣେ । ଅଭିନେତାଙ୍କର ରହିଛନ୍ତି ବହୁତ ବଡ ଫ୍ୟାନ ଫଲୋଇଂ । ହେଲେ ବିଜୟଙ୍କର ଯେତିକି ପ୍ରଶଂସକ ରହିଛନ୍ତି ତା’ଠାରୁ ବଡ ରହିଛି ବିଜୟଙ୍କ ଦିଲ୍ । ରବିବାର ଅଭିନେତା ତାଙ୍କର ଡେବରା ସାନ୍ତା ଉପରେ ଏକ ନୂଆ ଅପଡେଟ ଶେୟାର କରିଛନ୍ତି । ବିଜୟ ଦେବରକୋଣ୍ଡା ଏକ ପଦକ୍ଷେପ ନେଇଛନ୍ତି, ଯେଉଁଥିରେ ସେ ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବରେ ପ୍ରଶଂସକଙ୍କୁ ଉତ୍ସାହଜନକ ଉପହାର ଦେବାକଥା କହିଛନ୍ତି । ଅଭିନେତା ତାଙ୍କ ୧୦୦ ଜଣ ପ୍ରଶଂସକଙ୍କ ପାଇଁ ହିମାଚଳ ପ୍ରଦେଶର ମନାଲି ଟ୍ରିପର ଆୟୋଜନ କରିବେ । ୫ ଦିନିଆ ଏହି ଯାତ୍ରା ସମୟରେ ତାଙ୍କର ୧୦୦ ଜଣ ପ୍ରଶଂସକ ମନାଲି ବୁଲିବେ । ସେଠାରେ ସେ ମନ୍ଦିର, ମଠ ଦର୍ଶନ କରିବା ସହ ପାହାଡ଼ର ଯାଦୁକୁ ଅନୁଭବ କରିବେ ।
ଦେବରକୋଣ୍ଡା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ତାଙ୍କ ପ୍ରଶଂସକଙ୍କୁ ୧୮ ବର୍ଷ ବୟସରୁ ଅଧିକ ହେବା ଜରୁରୀ । ଏହାସହ ସେ ତାଙ୍କୁ ସୋସିଆଲ ମିଡିଆରେ ଫଲୋ ବି କରୁଥିବେ । ଏହାପରେ ଡେବରା ସାନ୍ତା ଗୁଗଲ ଦସ୍ତାବେଜ ଫର୍ମ ପୂରଣ କରନ୍ତୁ, ଆପଣମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ମନାଲି ବୁଲିବାର ସୁଯୋଗ ମିଳିବ ।
କିଛିବର୍ଷ ପୂର୍ବରୁ ବିଜୟ ଏହି ଟ୍ରାଡିଶନ ଆରମ୍ଭ କରିଛନ୍ତି । ପ୍ରଥମ ବର୍ଷ ସେ ୫୦ ଜଣ ପ୍ରଶଂସକଙ୍କୁ ହାଇଦ୍ରାବାଦର ଜବାହରଲାଲ ନେହେରୁ ବାସ୍ତୁକଳା ଓ ଲଳିତ କଳା ବିଶ୍ୱବିଦ୍ୟାଳୟ ବୁୁଲାଇଥିଲେ । ଏହାସହ ପର୍ସନାଲ ଗିଫ୍ଟ ବି ଦେଇଥିଲେ । ସେମିତି ୨୦୨୨ରେ ୧୦୦ ଜଣ ପ୍ରଶଂସକଙ୍କୁ ୧୦୦ ହଜାର ଟଙ୍କା ଲେଖାଏଁ ଖ୍ରୀଷ୍ଟମାସ ଉପହାର ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri