ବିକି କୌଶଲଙ୍କ ହାତରୁ ପ୍ରୋଜେକ୍ଟ ଛଡାଇନେଲେ ଦେବରକୋଣ୍ଡା

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ବିକି କୌଶଲ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଭିନେତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଗୋବିନ୍ଦା ମେରା ନାମ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ବିକି ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ଅଭିନୟ କରୁଛନ୍ତି। କଠିନ ପରିଶ୍ରମ ଫଳରେ ବିକି କୌଶଲ ଆଜି ବଲିଉଡର ସୁପରଷ୍ଟାର ହୋଇପାରିଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ବିକିଙ୍କ ହାତରୁ ଏକ ପ୍ରୋଜେକ୍ଟ ଖସିଯାଇ ତାହା ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ ବିଜୟ ଦେବରାକୋଣ୍ଡାଙ୍କୁ ଏକ କମ୍ପାନୀ ବ୍ରାଣ୍ଡ୍‌ ଆମ୍ବାସଡର କରିଛି। ସାଉଥଷ୍ଟାର ଦେବରକୋଣ୍ଡାର ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧିପାଉଛି। ଯଦିଓ ଅଭିନେତାଙ୍କ ଫିଲ୍ମ ‘ଲାଇଗର’ ଫ୍ଲପ୍‌ ହୋଇଛି, ତଥାପି ତାଙ୍କ ଷ୍ଟାରଡମ୍‌ରେ କୌଣସି ହ୍ରାସ ଘଟିନାହିଁ। ଦେବରାକୋଣ୍ଡାଙ୍କ ଲୋକପ୍ରିୟତା ଦେଖି ସଫ୍ଟ କମ୍ପାନୀ ବିଟାଉନର ହ୍ୟାଣ୍ଡସମ ହଙ୍କ ବିକି କୌଶଲଙ୍କୁ ଛାଡି ଦେବରକୋଣ୍ଡାଙ୍କୁ ବାଛିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବିକିଙ୍କୁ ଏହି କୋଲ୍ଡ ଡ୍ରିଙ୍କ୍‌ ବ୍ରାଣ୍ଡର ପ୍ରମୋଶନ ପାଇଁ
ସାଇନ୍‌ କରାଯାଇଥିଲା। ଯାହା ଶାହରୁଖ ଖାନ୍‌ ମଧ୍ୟ ପ୍ରମୋଶନ କରୁଥିଲେ। ହେଲେ ପରେ ବ୍ରାଣ୍ଡ୍‌ ମାଲିକମାନେ ବିକିଙ୍କ ସ୍ଥାନରେ ସେହି ସମାନ ବ୍ରାଣ୍ଡ ପାଇଁ ବିଜୟ ଦେବରାକୋଣ୍ଡା ସାଇନ୍‌ କରିଛନ୍ତି।

Share