Posted inଖେଳ

ଭାରତୀୟ ଦଳର ଜୋରଦାର ଅଭ୍ୟାସ

ଭୁବନେଶ୍ୱର, ୧୮।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ରେ ନିଜର ପ୍ରଥମ ୨ଟି ମ୍ୟାଚ ରାଉରକେଲାର ବିର୍ସା ମୁୁଣ୍ଡା ଷ୍ଟାଡିୟମରେ ଖେଳିଥିବା ଭାରତୀୟ ଦଳ ସୋମବାର ଭୁବନେଶ୍ୱରରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଛି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ହରାଇଥିବାବେଳେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚକୁ ଡ୍ର ରଖିଛି। ପୁଲ୍‌ ‘ଡି’ରେ ଉଭୟ ଭାରତ ଓ ଇଂଲଣ୍ଡ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ଇଂଲଣ୍ଡ ପଛକୁୁ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ନିୟମ ଅନୁସାରେ ପ୍ରତି ଗ୍ରୁପ୍‌ର ଶୀର୍ଷ ଦଳ ହିଁ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ। ତେଣ ଗ୍ରୁପ୍‌ର ଅନ୍ତିମ ଲିଗ୍‌ ମ୍ୟାଚର ଗୁରୁତ୍ୱ ବଢ଼ିଛି। ଭାରତ ଆସନ୍ତା ୧୯ ତାରିଖରେ ଶେଷ ଗ୍ରୁପ୍‌ ମ୍ୟାଚରେ ୱେଲ୍ସକୁ ଭେଟିବ। ଏହି ମ୍ୟାଚରେ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇପାରିଲେ ଯାଇ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିବ। ଗ୍ରୁପ୍‌ର ଦ୍ୱିତୀୟ ଓ ତୃତୀୟ ସ୍ଥାନୀୟ ଦଳ କ୍ରସ୍‌ ଓଭର ଖେଳିବେ। କ୍ରସ୍‌ ଓଭରରେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବାର ଥିବାରୁ ଭାରତ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରୁବୋଲି ଭାରତୀୟ ଦର୍ଶକ ଚାହାନ୍ତି। ଏହାକୁ ସାକାର କରିବା ପାଇଁ ଭାରତୀୟ ଖେଳାଳିମାନେ ମଙ୍ଗଳବାର ଅଭ୍ୟାସ ସମୟରେ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ବେଶ୍‌ କିଛି ସମୟ ଝାଳ ବୁହାଇଛନ୍ତି। ୱେଲ୍ସ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିବାରୁ ଭାରତ ବଡ଼ ବ୍ୟବଧାନରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିପାରିବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି। ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ଆଗାମୀ ମ୍ୟାଚରେ ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଦଳ ଦକ୍ଷତା ଅନୁସାରେ ଖେଳି ବଡ଼ ବ୍ୟବଧାନରେ ଜିତିବାକୁ ଚେଷ୍ଟା କରିବ ବୋଲି ସେ ପ୍ରକାଶ କରିଛନ୍ତି।

ପେନାଲ୍ଟି କର୍ନରକୁ ନେଇ ଚିନ୍ତା

ଚଳିତ ହକି ବିଶ୍ୱକପ୍‌ରେ ପେନାଲ୍ଟି କର୍ନର କନଭର୍ସନ୍ସକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। କାରଣ ୨ଟି ମ୍ୟାଚ ଖେଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପେନାଲ୍ଟି କର୍ନରରୁ ଗୋଟିଏ ହେଲେ ଗୋଲ ସିଧାସଳଖ କରିପାରିନାହିଁ। ଭାରତ ଏହାର ଶେଷ ଲିଗ୍‌ ମ୍ୟାଚ ଗୁରୁବାର ଓ୍ବେଲ୍ସକୁ ଭେଟିବ। ଏହି ମ୍ୟାଚରେ ଦଳ ଟାର୍ଗେଟ ହାସଲ କରିପାରିବ ବୋଲି ପୂର୍ବତନ ଅଧିନାୟକ ତଥା ତାରକା ମିଡ୍‌ଫିଲ୍ଡର ମନପ୍ରୀତ ସିଂ ଆଶା ପ୍ରକାଶ କରିଛନ୍ତି। ପ୍ରଥମ ୨ଟି ମ୍ୟାଚରେ ଭାରତ ମୋଟ ୯ଟି ପେନାଲ୍ଟି କର୍ନର ପାଇଥିଲା। ଏହା ମଧ୍ୟରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪ ପେନାଲ୍ଟି କର୍ନର ସାମିଲ। ସ୍ପେନ୍‌ ବିପକ୍ଷ ମ୍ୟାଚରେ ଭାରତ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ କରିଥିଲେ ହେଁ ତାହା ସିଧାସଳଖ ହୋଇ ନ ଥିଲା। ଅଧିନାୟକ ହରମନପ୍ରୀତ ସିଂ ମାରିଥିବା ଶଟ୍‌କୁ ସ୍ପେନ୍‌ ଦଳର ଜଣେ ଡିଫେଣ୍ଡର ରୋକିଥିଲେ। ତାଙ୍କ ଷ୍ଟିକ୍‌ରୁ ବଲ୍‌ ରିବାଉଣ୍ଡ ହୋଇ ଫେରି ଆସୁଥିବାବେଳେ ଅମିତ ରୋହିଦାସ ଚତୁରତାର ସହ ତାହାକୁ ଗୋଲପୋଷ୍ଟକୁ ପଠାଇବାରେ ସକ୍ଷମ ହୋଇଥିଲେ। ”ଆମେ ପେନାଲ୍ଟି କର୍ନର ମିସ୍‌ କରିଛୁ, ଏଥିରେ ଦ୍ୱିମତ ନାହିଁ, ମାତ୍ର ସମାନ ସ୍ଥିତିରେ ଦେଖିଲେ ପ୍ରତିପକ୍ଷ ଗୋଲକିପର ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଇଂଲଣ୍ଡ ଗୋଲକିପର ଯେପରି ଡିଫେଣ୍ଡ କଲେ ତାହା ପ୍ରଶଂସନୀୟ ଥିଲା। କେଉଁଠି ଭୁଲ ରହିଗଲା ଆମେ ତାହାକୁ ଅନୁଧ୍ୟାନ କରୁଛୁ“ ବୋଲି ମନପ୍ରୀତ ପ୍ରକାଶ କରିଛନ୍ତି। ଇଂଲଣ୍ଡ ଏବଂ ଓ୍ବେଲ୍ସର ପ୍ଲେଇଂ ଷ୍ଟ୍ରକ୍‌ଚର ପ୍ରାୟତଃ ସମାନ। ତେବେ ଆମେ ଓ୍ବେଲ୍ସ ବିପକ୍ଷ ମ୍ୟାଚରେ ପେନାଲ୍ଟି କର୍ନରକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri