ଓରିଙ୍ଗା ଜଙ୍ଗଲରେ ଭିଜିଲାନ୍ସ ଟିମ୍‌: ବନୀକରଣରେ ଦୁର୍ନୀତି ଗନ୍ଧ

ଆଠଗଡ,୨।୬(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୨୫ ହେକ୍ଟର ଜମିରେ କରାଯାଇଥିବା ବନୀକରଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିଭାଗୀୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ସୂଚନା ଅନୁଯାୟୀ, କଟକ ବନବିଭାଗର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ସହକାରୀ ବନ ସଂରକ୍ଷକ ବବିତା ସୋରେନଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳରେ ନିରୀକ୍ଷିକା ସପଲିନା ସୁଚରିତା ସାହୁଙ୍କ ସହ ମୋଟ ୯ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ଦଳଟି ବନୀକରଣ କ୍ଷେତ୍ରକୁ ପହଞ୍ଚି ସ୍ଥଳପରିଦର୍ଶନ କରିବା ସହ ଲଗାଯାଇଥିବା ଗଛମାନଙ୍କର ଗଣନା କରିଥିଲେ। ଅଭିଯୋଗ ଅନୁସାରେ, ବନପାଳ ଆଶିଷ ନାଏକଙ୍କ ବିରୋଧରେ ବନୀକରଣ କାର୍ଯ୍ୟରେ ଅନିୟମିତତା ଓ ଅନୀତି ଘଟିଥିବା ଅଭିଯୋଗ ଆସିଥିଲା।

ସ୍ଥାନୀୟ ବନରକ୍ଷୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ଚଢ଼ାଉ କରାଯାଇଥିବା ବନାଞ୍ଚଳ ଅଧିକାରୀ ସୁଷମା ସାହୁ ସୂଚନା ଦେଇଛନ୍ତି।

ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଅନିୟମିତତା ସାବ୍ୟସ୍ତ ହେଲେ ସମ୍ପୃକ୍ତଙ୍କ ବିରୋଧରେ କଡ଼ା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେଇଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟ ଗଲା CBSE ମାମଲା

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ହାଇକୋର୍ଟରେ CBSE ଦ୍ବାଦଶ ଶ୍ରେଣୀ On- Screen Marking(OSM)କୁ ନେଇ National Students’ Union of India (NSUI) ପିଟିସନ ଦାଖଲ କରିଛି। ପିଟିସନରେ…

ତାତିରୁ ମିଳିବ ଆଶ୍ୱସ୍ତି! ଏହି ଦିନ କେରଳମ ଛୁଇଁବ ମୌସୁମୀ, ଓଡ଼ିଶା କେବେ ଆସିବ?

ନୂଆଦିଲ୍ଲୀ,୨।୬: ଆସନ୍ତା ୪ରେ କେରଳମ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମ ବାୟୁ ଏବଂ ଦୁର୍ବଳ…

ଆଖଣ୍ଡଳମଣି ପୀଠରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା: ବୁଲିଲା ବୁଲ୍‌ଡୋଜର

ଧୂଷୁରୀ, ୨।୬ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ…

ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ବଢିଲା ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା,୨।୬: କେନ୍ଦ୍ରପଡ଼ା ଜିଲା ସଦର ଥାନା ଅଧୀନ କଜଳା ରୋଡ ରେଳ ଧାରଣା କଡ଼ ଏକ ଗଛରୁ ଜଣେ ଯୁବକଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହ ମଙ୍ଗଳବାର…

ମମତାଙ୍କ ପାଇଁ ବଡ଼ ସଙ୍କଟ; ଦଳ ଛାଡିପାରନ୍ତି ୫୦ ବିଧାୟକ, କଣ ହେବ ଭବିଷ୍ୟତ?

କୋଲକାତା,୨।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି…

ନୂଆ ସରକାର ବୁଝିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା: ୧୩ କୋଟି ଟଙ୍କା ବ୍ୟୟରେ…

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ରର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ ମଙ୍ଗଳବାର ହୋଇଛି।…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri