Categories: କୋରାପୁଟ

୧ ଲକ୍ଷ ୧୯ ହଜାର ଟଙ୍କାର କାଠ ଧରିଲା ଭିଜିଲାନ୍ସ

ଜୟପୁର/କୋରାପୁଟ, ୨୧।୪(ନି.ପ୍ର./ସ୍ବ.ପ୍ର.): ବେଆଇନ କାଠ ଚାଲାଣବେଳେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଓଡିଶା ଛତିଶଗଡ ଫରେଷ୍ଟ ବାଉଣ୍ଡିର ଜୟପୁର ବନଖଣ୍ଡର କୋଟପାଡ ଫରେଷ୍ଟ ରେଞ୍ଜର ମାଲଚମାଲ ସଂରକ୍ଷିତ ଜଙ୍ଗଲେ ଚଢାଉ କରିଛି। କାଠକୁ ଚାଲାଣ କରିବା ନେଇ ଯୋଜନା କରିଥିବା ବେଳେ ଭିଜିଲାନ୍ସ ବିଭାଗ ଚଢାଉ କରି ପଣ୍ଡ କରିଛି। ଓଡିଶା ଭିଜିଲାନ୍ସର ଫରେଷ୍ଟ ଉଇଙ୍ଗ୍‌ସ ମିଳିତ ଚଡାଉ କରି ୪୭.୭୯୫ ସିଫ୍ଟ କାଠ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୯ ହଜାର ୪୮୭ ଟଙ୍କା। ଏନେଇ ୪/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।