ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଗଞ୍ଜାମ ଓ ଯାଜପୁରର ୭ଟି ସ୍ଥାନରେ ରେଡ୍ ଜାରି ରହିଛି । ତେବେ ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ଭିଜିଲାନ୍ସ ଯାଞ୍ଚ ପ୍ରକ୍ରିୟା ସରିବା ପରେ ମୋଟ ସମ୍ପତ୍ତି ସମ୍ପର୍କରେ ସ୍ପଷ୍ଟ ହୋଇପାରିବ ।