ରାସ୍ତା ନିର୍ମାଣରେ ଚଞ୍ଚକତା: ଭିଜିଲାନ୍ସ ତଦନ୍ତ ଦାବି

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡାବାଡ଼ି ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମୋନ୍ନୟନ ରାସ୍ତାଠାରୁ ଗ୍ରାମର ବଣଢେପ ଯାଏ ରାସ୍ତା ନିର୍ମାଣ ପାଇଁ ଏମଜିଏନଆରଇଜିଏ ଯୋଜନାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ.୫୪୩ ତା – ୩-୬-୨୦୨୫ କ୍ରମିକ ସଂଖ୍ୟା ୧୩୦ ଅନୁଯାୟୀ, ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ୱାର୍କ କୋଡ ଜାରି କରାଯାଇନାହିଁ। ରାସ୍ତା ନିର୍ମାଣ ନକ୍ସା ଓ ପ୍ରକଳ୍ପ ବାବଦରେ ବ୍ୟୟ ବରାଦ ଅଦ୍ୟାବଧି ମଞ୍ଜୁର ହୋଇ ନ ଥିବାବେଳେ କିଛି ବ୍ୟକ୍ତି ଜେସିବି ମେଶିନ ସହାୟତାରେ ଘରୋଇ ଜମିରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବେଆଇନ ଭାବେ ୪୬ ହଜାର ଟଙ୍କା ଉଠାଣ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି।
ଏମଜିଏନଆରଇଜିଏ ଯୋଜନାରେ ଜବକାର୍ଡ ଧାରୀ ଶ୍ରମିକଙ୍କୁ ନିୟୋଜିତ କରାନଯାଇ କାହା ନିର୍ଦ୍ଦେଶରେ ଜେସିବି ମେସିନ ସହାୟତାରେ ରାସ୍ତା ନିର୍ମାଣ କରାଯାଉଛି। ସେନେଇ ଭିଜିଲାନ୍ସ ତଦନ୍ତ ଦାବିରେ ବହୁ ସଂଖ୍ୟକ ଗ୍ରାମବାସୀ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାସ୍ତା ନିର୍ମାଣ ପ୍ରକଳ୍ପ ଅନୁମୋଦନ କରିବା ପୂର୍ବରୁ ଏମଜିଏନଆରଇଜିଏ ଯୋଜନାର ନୀତି ନିୟମକୁ ଉଲଙ୍ଘନ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଉଥିବା ନେଇ ଗ୍ରାମର ସମ୍ବାରୁ ଦଳାଇ,ରାଜେଶ କୁମାର ଦଳାଇ, ସିମାଞ୍ଚଳ ଗୌଡ଼,ରାମକୃଷ୍ଣ ଦଳାଇ,ଲକ୍ଷ୍ମଣ ଦଳାଇ,କୃଷ୍ଣ ଗୌଡ଼,ଜିଲୁ ଗୌଡ଼ ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏନେଇ ବିଡ଼ିଓଙ୍କୁ ପଚାରିବାରୁ ଖୁବଶୀଘ୍ର ଅଭିଯୋଗର ତଦନ୍ତ କରାଯାଇ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁଜ କୁମାରଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନ ଥିବା ଉଲ୍ଲେଖ କରିଛନ୍ତି।
ଏମଜିଏନଆରଇଜିଏ ଯୋଜନାର ବ୍ଲକ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କୁ ପଚାରିବାରୁ ରାସ୍ତାନିର୍ମାଣ କାର୍ଯ୍ୟ ନିମନ୍ତେ ମଷ୍ଟରରୋଲ ପ୍ରସ୍ତୁତ କରାଯାଇ ଜବକାର୍ଡଧାରୀ ଶ୍ରମିକଙ୍କ ବ୍ୟାଙ୍କ ଜମାଖାତାକୁ ମଜୁରୀ ଅର୍ଥ ଦିଆଯାଇଥାଏ। କିନ୍ତୁ ଉକ୍ତ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସେ ସମ୍ପୂର୍ଣ ଅଜ୍ଞ। ସେ ଏନେଇ ଅନୁଧ୍ୟାନ କରିବେ ବୋଲି ଜଣାଇଛନ୍ତି।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri