ମୂଲିଆ ବେଶରେ ଧରିଲେ ଭିଜିଲାନ୍ସ ଅଧିକାରୀ

ବୁଗୁଡ଼ା,୧୯ା୨: ଗଞ୍ଜାମ ଜିଲା ଭଞ୍ଜନଗର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ବୁଗୁଡ଼ା ଦାୟିତ୍ୱରେ ଥିବା ଓଭରସିୟର ଶୁକ୍ରବାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ସେ ହେଲେ ଉମା ଶଙ୍କର ବେହେରା। ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲିଠାରେ ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କଠାରୁ ଉମାଶଙ୍କର ୨୬ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରିଛନ୍ତି। ଏ ନେଇ ନଂ. ୨/୨୧ରେ ଏକ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି। ଭଞ୍ଜନଗର ଲଣ୍ଡେଇସାହିରେ ଥିବା ଉମାଶଙ୍କରଙ୍କ ବାସଭବନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଛି।
ଗତ ଅକ୍ଟୋବର ମାସରେ କରଚୁଲିରେ ପରିବା ଚାଷରେ ଲତା ବାଡ଼ କରିବା ପାଇଁ ଓଭରସିୟର ଉମାଶଙ୍କର ୧୩ ଚାଷୀଙ୍କୁ ୧୨,୫୦୦ ଟଙ୍କା ଲେଖାଏ କାର୍ଯ୍ୟାଦେଶ ଦେଇଥିଲେ। ବାଡ଼ କାମ ସରିବା ପରେ ଉମାଶଙ୍କର ୧୦ ଜଣଙ୍କୁ ବିଲ୍‌ ବାବଦ ଅର୍ଥ ଦେଇଥିବା ବେଳେ ୩ ଜଣଙ୍କ ବିଲ୍‌ କରି ନ ଥିଲେ। ଏହି ୩ ଜଣଙ୍କ ବିଲ୍‌ ପାସ କରିବାକୁ ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ୧୩ ଚାଷୀଙ୍କଠାରୁ ୨୦୦୦ ଟଙ୍କା ଲେଖାଏ ଆଦାୟ କରି ୨୬ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ। ଏଥିରେ ଚାଷୀମାନେ ରାଜି ହୋଇ ନ ଥିଲେ। ପୂର୍ଣ୍ଣଚନ୍ଦ୍ର ଏ ସମ୍ପର୍କରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ଡିଏସ୍‌ପି ନାୟକଙ୍କ ନେତୃତ୍ୱରେ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ନାୟକ ଓ ଶରତ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ବ୍ରହ୍ମପୁର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀ ଓ କିରାଣି ସୂର୍ଯ୍ୟନାରାୟଣ ପଣ୍ଡା କରଚୁଲିରେ ପୂର୍ଣ୍ଣଚନ୍ଦ୍ରଙ୍କ ଫାର୍ମ ହାଉସକୁ ଆସିଥିଲେ। ସେମାନେ ଯୋଜନା ପ୍ରକାରେ ମୂଲିଆ ବେଶ ହୋଇ ମାଟି ଖୋଳା ଓ ଫାର୍ମହାଉସରେ ରଙ୍ଗ ଦେବା କାମ କରିବା ଅଭିନୟ କରିଥିଲେ। ଏହି ସମୟରେ ଓଭରସିୟର ଉମାଶଙ୍କର ସେଠାକୁ ଆସି ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ୨୬ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri