ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ ଏହି ଟଙ୍କାକୁ ଲାଞ୍ଚୁଆ ବାବୁ ଚଳୁକରିବା ଲାଗି ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡିବସିଛି। ଲାଞ୍ଚୁଆ ବାବୁ ଜଣକ ହେଲେ ଗଞ୍ଜାମଜିଲା ପୁରୁଷୋତ୍ତମପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ।

ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଡ ବରଗାଁ ପଞ୍ଚାୟତର ଇନାମ ତେନ୍ତୁଳିଆ ଗ୍ରାମରେ ଥିବା ଷଣ୍ଢମରା ପୋଖରୀର ପୁନଃଉଦ୍ଦାରଲାଗି ଗତ କିଛି ମାସ ହେଲା କାର୍ଯ୍ୟ ଚାଲିଛି।ଏହି କାର୍ଯ୍ୟକୁ ରାଣିଗାଁର ପ୍ରମୋଦ ବେହେରା ମେଟ ଭାବରେ ରହି ତଦାରଖ କରୁଛନ୍ତି। ମାତ୍ର ଶ୍ରମିକଙ୍କୁ ତାଙ୍କର ମଜୁରୀ ଲାଗି କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ବାରମ୍ବାର ଟଙ୍କା ଦାବି କରି ହଇରାଣ ହରକତ କରିବାରେ ଲାଗିଥିଲେ। ଲାଞ୍ଚ ଟଙ୍କା ଦେଲେ ହିଁ ବିଲକରୁଥିଲେ।

ଠିକ୍ ସମୟରେ ମଜୁରୀ ପାଇନପାରି ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏପରିକି ଯନ୍ତ୍ରୀ ଜଗଦୀଶ ସାହୁ ପୂର୍ବରୁ ବହୁଥର ଶ୍ରମିକଙ୍କ ପେଟକାଟି ଟଙ୍କା ନେଇଛନ୍ତି। ପୁଣି ଦୁଇ ଗୋଟି ବିଲ ୫୫ହଜାର ୬ଶହ ଟଙ୍କା ଓ ୫୯ ହଜାର ୯୧୯ ଟଙ୍କା ଏପରିକି ସର୍ବ ମୋଟ ୧ ଲକ୍ଷ ୨୪ହଜାର ଟଙ୍କାର ବିଲ କରିବା ଲାଗି ୧୦ ହଜାର ଟଙ୍କା ଦାବି କରି ହଇରାଣ କରି ବିଲ କରାଇ ଦେଉନଥିଲେ।

ଯାହାକି କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ବ୍ଯବହାର ରେ ଅତିଷ୍ଟ ହୋଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ପ୍ରମୋଦଙ୍କ ଏହି ଅଭିଯୋଗକୁ ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଶଚନ୍ଦ୍ର ପ୍ରଧାନ ଗୁରୁତର ସହ ନେଇ କେସ ନଂ ୩/୨୩ ପ୍ରକାରେ ମାମଲା ରୁଜୁ କରି ଏହାର କାର୍ଯାନୁଷ୍ଟାନ ଲାଗି ଡିଏସପି ଶରତ ଚନ୍ଦ୍ର ସାହୁ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦେଶ ପ୍ରକାରେ ଡିଏସପି ଶରତଙ୍କ ସମେତ ଇନ୍ସପେକ୍ଟର ସନ୍ତୋଷି ବାରିକ ଓ ବାସୁଦେବ ରାଓ ଏବଂ କର୍ମଚାରୀମାନେ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି ଛକି ରହିବା ସହ ରାସାୟନିକ ରଙ୍ଗ ଲଗା ୧୦ ହଜାର ଟଙ୍କା ପ୍ରମୋଦଙ୍କୁ ଦେଇଥିଲେ। ଏହି ଟଙ୍କାକୁ ନେଇ ପ୍ରମୋଦ ଯନ୍ତ୍ରୀ ଜଗଦୀଶ ସାହୁଙ୍କୁ ପ୍ରଦାନ କରିଥିଲେ। ଜଗଦୀଶ ଟଙ୍କାକୁ ଧରି ଗଣିବା ସହ କାଳେ ଗଣତିରେ ଭୂଲ ହୋଇଯାଇଥିବ। ଟଙ୍କା କାଳେ କମିଯାଇଥିବ ଭାବି ବ୍ଳକ କାର୍ଯ୍ୟାଳୟକୁ ଆସିଥିବା ତଳିଆ କର୍ମଚାରୀ ଜଗନ୍ନାଥ ପୁର ପଞ୍ଚାୟତର ଜିଆରଏସ ସୂର୍ଯ୍ୟନାରାୟଣ ସ୍ବାଇଁଙ୍କୁ ଡାକି ଗଣିବା ପାଇଁ ଦେଉଥିବା ବେଳେ ଛକିରହିଥିବା ଭିଜିଲାନ୍ସ ବିଭାଗିୟ କର୍ମଚାରୀମାନେ ମାଡି ବସିଥିଲେ।

ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଜଗଦୀଶ ଭିଜିଲାନ୍ସକୁ ଚକମା ଦେଖାଇ ଖସିଯିବାକୁ ଉଦ୍ଯମ କରୁଥିବା ବେଳେ କର୍ମଚାରୀ ମାନେ ଦୁଇ ହାତକୁ ଜାବୁଡି ଧରି ଟାଣି ଟାଣି କାର୍ଯ୍ୟାଳୟ ମଧ୍ଯକୁ ଆଣି ହାତଧୋଇ ଥିଲେ। ଏହାକୁ ନେଇ ଡିଏପି ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଟଙ୍କା ସହ କିଛି କାଗଜପତ୍ର ଜବତ କରାଯାଇଛି। ଏହା ଏହି ଅଫିସ ସହ ସେ ରହୁଥିବା ବ୍ରହ୍ମପୁରରେ ଭଡା ଘରେ ମଧ୍ୟ ରେଡ କରାଯାଇ ତଦନ୍ତ ଚାଲିଛି। ଜଗଦୀଶ ଓ ସୂର୍ଯ୍ୟ ନାରାୟଣଙ୍କୁ ଅଟକ ରଖାଯାଇଛି। ଜଗଦୀଶ ଏଠାରେ ପ୍ରାୟ ଦିର୍ଘ ପାଞ୍ଚବର୍ଷ ହେଲା କାର୍ଯ୍ୟ କରିବା ସହ ବଡବରଗାଁ ପଞ୍ଚାୟତ ସମେତ ଭୀମପୁର, ବାଘଳା, ଓ ଜଗନ୍ନାଥ ପୁର ଆଦି ଚାରିଗୋଟି ପଞ୍ଚାୟତ ଦାଇତ୍ଯରେ ରହିଛନ୍ତି। ଏହି ପଞ୍ଚାୟତ ମାନଙ୍କରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋଳତାଡ କଲେ ଏହି ଲାଞ୍ଚୁଆ ବାବୁଙ୍କ ଆହୁରି ବହୁତ ଗୁମର ଫିଟିବା ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri