ଲୋକାୟୁକ୍ତରେ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କୋଭିଡ୍‌ ମହାମାରୀରେ ପିପିଇ କିଟ୍‌, ମାସ୍କ ଏବଂ ସାନିଟାଇଜର କ୍ରୟରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସ ମଙ୍ଗଳବାର ଲୋକାୟୁକ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ଲୋକାୟୁକ୍ତର ତିନିଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
ରାଜ୍ୟ ଔଷଧ ନିଗମ କୋଭିଡ୍‌-୧୯ ମୁକାବିଲା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ କିଟ୍‌, ମାସ୍କ, ସାନିଟାଇଜର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ପାଇଁ ଗତ ଜୁନ୍‌ ୮ରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଅଗଷ୍ଟ ୭ରେ କଂଗ୍ରେସ ନେତା ସୁଦର୍ଶନ ଦାସ ମଧ୍ୟ ମାସ୍କ କିଣା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଆଉ ଏକ ଅଭିଯୋଗ କରିଥିଲେ। ଉଭୟ ଆବେଦନକୁ ବିଚାରକୁ ନିଆଯାଇ ଡିସେମ୍ବର ୭ରେ ଲୋକାୟୁକ୍ତଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ ରାଜ୍ୟ ଭିଜିଲାନ୍ସକୁ ଏହାର ନିରପେକ୍ଷ ତଦନ୍ତ କରି ଦୁଇମାସ ଭିତରେ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଗତ ଫେବୃୟାରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଭିଜିଲାନ୍ସ ନିର୍ଦ୍ଦିିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଥିବାରୁ ଲୋକାୟୁକ୍ତଙ୍କୁ ଆଉ ଏକ ମାସ ପ୍ରାର୍ଥନା କରିଥିଲା। ମଙ୍ଗଳବାର ମାମଲାର ଶୁଣାଣି ହୋଇଥିଲା। ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ସୁନିଲ କୁମାର ପତି ହାଜର ହୋଇ ଳୋକାୟୁକ୍ତଙ୍କୁ ତାଙ୍କର ତଥ୍ୟ ବା ରିପୋର୍ଟ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ଔଷକ୍ଷ ନିଗମ ପକ୍ଷରୁ ଜେନରୋଲ ମ୍ୟାନେଜର(ଇକ୍ୟୁପମେଣ୍ଟ) ସୌଭାଗ୍ୟ ରଞ୍ଜନ ରଣସିଂହ ଏବଂ ସିନିୟର ମ୍ୟାନେଜର(ଇକ୍ୟୁପମେଣ୍ଟ) ତାପସ ରଞ୍ଜନ କର ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୬ତାରିଖରେ ହେବ ବୋଲି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିବା ଓଡ଼ିଶା ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ପାଢ଼ୀ କହିଛନ୍ତି। ଏ ସମ୍ପର୍କରେ ସୁଦର୍ଶନ ଦାସ କହିଛନ୍ତି, ଭିଜିଲାନ୍ସ ଦାଖଲ କରିଥିବା ରିପୋର୍ଟ ଉପରେ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମାସ୍କ, ପିପିଇ କିଟ ଓ ଅନ୍ୟାନ୍ୟ ଉପକରଣ କିଣାରେ ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

ରାଜଧାନୀରେ ବଢ଼ୁଛି ନିଶା କାରବାର

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଟ୍ବିନ୍‌ ସିଟିରେ ଛାଇଗଲେଣି ନିଶା ବେପାରୀ। ପ୍ରତିବର୍ଷ ଗିରଫ ହେଉଥିବା ନିଶା ବ୍ୟବସାୟୀଙ୍କ ସଂଖ୍ୟା ଏବଂ ମାମଲା ରୁଜୁର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ବାହଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri