ସ୍କୁଲ ୟୁନିଫର୍ମରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା: ଭିଜିଲାନ୍ସ ତଦନ୍ତ ଦାବି

ଦେବଗଡ଼,୧୦।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲାରେ ସ୍କୁଲ ୟୁନିଫର୍ମ ଯୋଗାଣ ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏପରିକି ସରକାରୀ ନିୟମକୁ କେହି ମାନୁନାହାନ୍ତି। ସରକାରୀ ନିୟମ ଅନୁସାରେ ସ୍କୁଲ ୟୁନିଫର୍ମ ଏସ୍‌ଏଚଜି ଗ୍ରୁପର ମହିଳାମାନେ ଯଦି ସପ୍ଲାଏ ପାଇଁ ଏଗ୍ରିମେଣ୍ଟ କରିଲେ ତାହାହେଲେ ନିଜେ ତିଆରି କରି ସ୍କୁଲ ୟୁନିଫର୍ମ ଦେବା କଥା। ସମ୍ପୃକ୍ତ ଏସ୍‌ଏଚଜିର ବ୍ୟାଙ୍କ ଆକାଉଣ୍ଟରେ ସ୍କୁଲ ପକ୍ଷରୁ ଚେକରେ ଟଙ୍କା ଦିଆଯାଏ। ଏପଟେ କିନ୍ତୁ ସେସବୁ କିଛି ହେଉନାହିଁ। କେତେଜଣ ସିଆରସିସି ଓ ଡିପିସି କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ମିଶି ଏସଏଚଜି ଗ୍ରୁପକୁ ଧରି ତାଙ୍କୁ କିଛି ଟଙ୍କା ଦେଇ ନିଜେ ବେପାରୀମାନଙ୍କ ସହ ବଡ ଡିଲ କରି ଏସ୍‌ଏଚଜି ଗ୍ରୁପ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ନେଇ ବେପାରୀ ଓ ସିଆରସିସି ମାଲେମାଲ ହେଉଥିବା ଅଭିଯୋଗ ହେଉଛି। ସ୍କୁଲ ୟୁନିଫର୍ମ ନିଜେ ତିଆରି କରି ଏସଏଚ୍‌ଜି ଗ୍ରୁପମାନେ ସ୍କୁଲକୁ ଯୋଗାଣ କରିବା କଥା କିନ୍ତୁ ସେସବୁ ହେଉ ନାହିଁ। ଦୁର୍ନୀତିରେ ସେମାନେ ମଧ୍ୟ ଦାୟୀ। ସେଥିପାଇଁ ଉକ୍ତ ଘଟଣାକୁ ଭିଜିଲାନ୍ସ ତଦନ୍ତ କରିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସୂଚନା ଥାଉ କି ସରକାରୀ ନିୟମ ଅନୁଯାୟୀ ସ୍ବାଧୀନତା ଦିବସ ପୂର୍ବରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଡ୍ରେସ ମିଳିଥାଏ। କିନ୍ତୁ ସ୍ବାଧୀନତା ଦିବସ ପାଳନ ସରିଗଲା ପରେ ମଧ୍ୟ କିଛି ହାତ ଗଣତି ସ୍କୁଲ ଛାଡ଼ି ଦେଲେ ଅନେକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ଡ୍ରେସ ମିଳିନାହିଁ। ଫଳରେ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କଣ ପାଇଁ ଏପରି ବ୍ୟତିକ୍ରମ ଦେଖା ଯାଇଛି ତାହା ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କୁଆଡେ ଏହି ସ୍କୁଲ ଡ୍ରେସ ପାଇଁ ବିଭାଗ ଓ ସ୍କୁଲକୁ ବହୁତ ପିସି ଟଙ୍କା ମିଳିଥାଏ। ଏପରିକି ବାହାରକୁ ବୁଲିଯିବା ଓ ଭୋଜି ପାଇଁ ମଧ୍ୟ ଟେଣ୍ଡର ନେଇଥିବା ବ୍ୟକ୍ତି ଦେଇଥାଏ ବୋଲି ଚର୍ଚ୍ଚା ହେଉଛି। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ତଥ୍ୟ ଧରାପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri