ଇଡି ପରେ ଭିଜିଲାନ୍ସର ତଦନ୍ତ ଆରମ୍ଭ

ଭବାନୀପାଟଣା,୬୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ରେଞ୍ଜର ଚମ୍ପାଚୁଆଁ ବିଟ୍‌ରେ ବନୀକରଣରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଇଡି ଚଢ଼ାଉ ପରେ ଏବେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍ସ ସେଲର ଏକ ୬ ଜଣିଆ ଟିମ୍‌ ଶୁକ୍ରବାର ଭବାନୀପାଟଣାସ୍ଥିତ ଦକ୍ଷିଣ ବନଖଣ୍ଡ ଅଫିସରେ ତଦନ୍ତ ଆରମ୍ଭ କରିଛି। ଟିମ୍‌ ସଦସ୍ୟ ଚମ୍ପାଚୁଆଁ ବିଟ୍‌ର ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କୁ ପଚରାଉଚରା ସହିତ ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ଓ ସମ୍ପୃକ୍ତ ବିଭାଗରୁ ସୂଚନା ସଂଗ୍ରହ କରିଥିଲେ। ତଦନ୍ତକାରୀ ଦଳ ସାଙ୍ଗରେ କିଛି ଫାଇଲ ନେଇଥିବା ମଧ୍ୟ ସୂଚନା ମିଳିଛି। କଟକସ୍ଥିତ ରାଜ୍ୟ ଭିଜିଲାନ୍ସ ସେଲରୁ ଆସିଥିବା ଏହି ତଦନ୍ତକାରୀ ଦଳରେ ଭିଜିଲାନ୍ସ ଜଙ୍ଗଲ ବିଭାଗ ପ୍ରକୋଷ୍ଠର ଜଣେ ଡିସିଏଫ୍‌ଙ୍କ ନେତୃତ୍ୱରେ ମୋଟ ୫ଜଣ ଅଧିକାରୀ ରହିଛନ୍ତି। ଆସନ୍ତା ୫/୬ ଦିନ ଧରି ତଦନ୍ତ କରିବା ମଧ୍ୟରେ ସେମାନେ ଚମ୍ପାଚୁଆଁ ଅଞ୍ଚଳକୁ ମଧ୍ୟ ଯିବେ ବୋଲି ସୂଚନା ମିଳିଛି।

ପ୍ରକାଶ ଯେ, କ୍ଷତିପୂରଣ ବନୀକରଣ ତଥା ଏସ୍‌ଏମ୍‌ସି ଓ ସିଏମ୍‌ସି କାର୍ଯ୍ୟରେ ଚମ୍ପାଚୁଆଁ ବିଟ୍‌ରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗତ ଫେବୃଆରୀ ୨୮ରେ ଇଡି ଅଧିକାରୀମାନେ ଜୟପାଟଣା ରେଞ୍ଜ ଅଫିସ ସମେତ ଚମ୍ପାଚୁଆଁ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ ଲଡୁଗାଁସ୍ଥିତ ଘରେ ଚଢ଼ାଉ କରିଥିଲେ। ପୂର୍ବରୁ ଏହି ଘଟଣାରେ ବିଭାଗୀୟ ଅଧିକାରୀ ତଦନ୍ତ କରି ଫରେଷ୍ଟ ଗାର୍ଡ ସାହୁଙ୍କୁ କ୍ଲିନଚିଟ ଦେଇଥିଲେ। ତେବେ ଚମ୍ପାଚୁଆଁ ବିଟ୍‌ରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଅନିୟମିତତା ହୋଇଥିବା ଇଡି ସ୍ପଷ୍ଟ କରିଥିଲା। ଏହାର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ଏଠାରେ ପହଞ୍ଚତ୍ବା ପରେ କିଛି ପିସି ଖୋର କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚମ୍ପାଚୁଆଁ ଭଳି ଥୁଆମୂଳ ରାମପୁର ରେଞ୍ଜ ଅନ୍ତର୍ଗତ ଉପରଝାପି, ପୋଖରିଗୁଡା, କୁମଜୋର, ଶୁଣ୍ଡିଯୁବା ପ୍ରଭୃତି ଅଞ୍ଚଳରେ ସମାନ ପ୍ରକାର ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏସବୁ ଅଞ୍ଚଳର ଜଙ୍ଗଲରେ ବନୀକରଣ, ଏସ୍‌ଏମ୍‌, ସିଏଲ୍‌ଏଣ୍ଟ କାମରେ ବ୍ୟାପକ ଅର୍ଥ ହେରଫେର ହୋଇଛି। ପ୍ରାୟ ୬୨ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଅନିୟମିତତା ପାଇଁ ଜୟକୁମାର ଜୁଆଡ ନାମକ ଫରେଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ବିଭାଗ ଦାୟିତ୍ୱ ସାରିଦେଇଛି। ଅନ୍ୟପକ୍ଷରେ ନିଲମ୍ବିତ ଫରେଷ୍ଟର ଜଣକ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ରହି ଅନିୟମିତତା କାଗଜପତ୍ରକୁ ନିୟମିତ କରିବାକୁ ଉଦ୍ୟମ ଜାରି ରଖିଥିବା ବିଭାଗୀୟ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri