ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭଞ୍ଜନଗର,୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କାର୍ତ୍ତିକେଶ୍ବର ଛନ୍ଦି ହୋଇଥିବା ଜଣାପଡ଼ିଛି। ୫ ଜଣ ଡିଏସ୍‌ପି ଙ୍କ ନେତୃତ୍ୱରେ ୧୧ ଜଣ ଇନିସପେକଟରଙ୍କୁ ନେଇ ଭଞ୍ଜନଗର ପାର୍କ ରୋଡରେ ଥିବା କ୍ୱାଟର, ଖଲିକୋଟ ନିକଟସ୍ଥ ଲଙ୍ଗଳଖୋଲା ତାଙ୍କ ପୈତୃକ ବାସ ଭବନ ଓ ଭୁବନେଶ୍ବର ଖଣ୍ଡଗିରୀଠାରେ ଥିବା ବାସଭବନ ସମେତ ୬ ଟି ସ୍ଥାନରେ ସକାଳୁ ସକାଳୁ ଏକ କାଳୀନ ଚଢ଼ାଉ ଚାଲିଛି।