ଉଜୁଡ଼ିଯାଉଛି ମନ୍ମଦ ଉଦ୍ୟାନ: ବିପଦରେ ଭ୍ୟୁ ଟାୱାର

ପାରାଦୀପ,୫।୮(ଶରତ ରାଉତ): ମହାନଦୀରେ ଏବେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟା ଜଳ ପାରାଦୀପର ନେହେରୁ ବଙ୍ଗଳା ମନ୍ମଦ ଉଦ୍ୟାନଠାରେ ସମୁଦ୍ରରେ ମିଶୁଛି। ଯେଉଁ ସ୍ଥାନରେ ମହାନଦୀ ବନ୍ୟାଜଳ ସମୁଦ୍ରରେ ମିଶୁଛି ସେଠାରେ ଏବେ କୂଳ କ୍ଷୟ ହେବାରେ ଲାଗିଛି। ଏପରିକି ମନ୍ମଦ ଉଦ୍ୟାନଠାରୁ ମାଛଧରା ବନ୍ଦର ପର୍ଯ୍ୟନ୍ତ ମହାନଦୀର ପାରାଦୀପ ସୀମାର ଅନେକ ଜାଗା ନଦୀରେ ଲୀନ ହୋଇଗଲାଣି। ଚଳିତ ବନ୍ୟାରେ ପ୍ରାୟ ୨ ଏକର ଜାଗା ଖାଇଯାଇଛି। ଏହାଦ୍ୱାରା ମନ୍ମଦ ଉଦ୍ୟାନରେ ଥିବା ଅନେକ ଗଛ, ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ ପ୍ରକଳ୍ପ ପାଣିରେ ଲୀନ ହୋଇଯାଇଛି। ସବୁଠାରୁ ଉଦବେଗ ହେଉଛି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ମିତ ଭ୍ୟୁ ଟାୱାର ଭୁଶୁୁଡିବା ନେଇ ଆଶଙ୍କ ସୃଷ୍ଟି ହୋଇଛି। ଏହି ଘରର ତଳ ଭାଗରେ ଢେଉ ଅତଡ଼ା ଖାଉଛି। ସେହି ଘରେ ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଟିନ ଚଳାଉଥିବା ସ୍ବର୍ଣ୍ଣମୟୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଶୁକ୍ରବାର ଭୟରେ ସେଠାକୁ ଯାଇ ନାହାନ୍ତି। ଘର ହଲିଲାଣି,ଯେକୌଣସି ସମୟରେ ଭୁଶୁଡି ପଡିବ ବୋଲି ଏସ୍‌ଏଚଜି ସଦସ୍ୟାପୁରବୀ ମଣ୍ଡଳ କୁହନ୍ତି। ଏଭଳି ନଦୀ ଅତଡା ଖାଇବା ଘଟଣା ପ୍ରଘଟ ହେବାପରେ ଅପରାହ୍ନରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ,ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତ ଓ ଅନ୍ୟଯନ୍ତ୍ରୀମାନେ ଯାଇ ଭିତ୍ତିଭୂମି ଦେଖିଥିଲେ।ମନ୍ମଦ ଉଦ୍ୟାନ ଓ ଭ୍ୟୁ ଟାୱାର ସୁରକ୍ଷା ପାଇଁ ବନ୍ଦର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି ପୌରାଧ୍ୟକ୍ଷ ବିଶ୍ୱାଳ କହିଛନ୍ତି। ନଦୀ ସ୍ରୋତ ସହ ସମୁଦ୍ର କରେଣ୍ଟ (ଅନ୍ତଃସ୍ରୋତ) ମିଶିବା ଦ୍ୱାରା ସେଠାରେ ଥିବା ପଥରବନ୍ଧ ମଧ୍ୟ ଦବି ଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ପାରାଦୀପ ଆସିଲେ ମୁଖ୍ୟ ଆକର୍ଷଣ ମହାନଦୀ ମୁହାଣ ନିକଟକୁ ଯାଇଥାନ୍ତି। ଏଠାରେ ମହାନଦୀ ଓ ସମୁଦ୍ରର ନୈସର୍ଗିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଥିପାଇଁ ସେଠାରେ ପାରାଦୀପ ବନ୍ଦର ଓ ପୌରପାଳିକା ପକ୍ଷରୁ ଅନେକ ପ୍ରକାର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ଏବେ ବନ୍ୟାଜଳ ସେସବୁକୁ ଅଧା ନଷ୍ଟ କରି ସାରିଲାଣି। ଉପଯୁକ୍ତ ସୁରକ୍ଷା ପଦକ୍ଷେପ ନ ନେଲେ ମନ୍ମଦ ଉଦ୍ୟାନ ସବୁଦିନ ପାଇଁ ଲୀନ ନ ହେବ ସେ କଥା ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri