ସୋନାଲିକାର ୧୦,୬୮୩ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୫।୮: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର ଚଳିତ ଆର୍ଥିକ ବର୍ଷର ୪ର୍ଥ ମାସରେ ମଧ୍ୟ ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି। ୨୦୨୩ ଜୁଲାଇରେ କମ୍ପାନୀର ମୋଟ ୧୦,୬୮୩ ଟ୍ରାକ୍ଟର ବିକ୍ରି ହୋଇଛି; ଯେଉଁଥିରେ ୧୪% ଘରୋଇ ଅଭିବୃଦ୍ଧି ଅନ୍ତର୍ଭୁକ୍ତ ରହିଛି ଏବଂ ଏହା ଶିଳ୍ପ ଅଭିବୃଦ୍ଧି (ଆନୁମାନିକ ୬.୪%) କୁ ମଧ୍ୟ ପଛରେ ପକାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷ (ଏପ୍ରିଲ-ଜୁଲାଇ ୨୦୨୩) ର ପ୍ରଥମ ୪ ମାସରେ ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି ା ସେହିଭଳି ସୋନାଲିକା ଟ୍ରାକ୍ଟର ୨୦-୧୨୦ଏଚ୍‌ପିରେ ସବୁଠାରୁ ବ୍ୟାପକ ହେଭି ଡ୍ୟୁଟି ଟ୍ରାକ୍ଟର ରେଞ୍ଜ ଆରମ୍ଭ କରିଥିବାରୁ ଏହା ସମଗ୍ର କୃଷି ସମୁଦାୟକୁ ଗ୍ରହଣ କରିବା ପାଇଁ ସମର୍ଥନ କରି ଆସୁଛି। ବିଶେଷକରି ଟେକ୍ନୋଲୋଜିରେ ସମୃଦ୍ଧ ଏହି ଟ୍ରାକ୍ଟରଗୁଡ଼ିକ କୃଷକମାନଙ୍କୁ ସମସ୍ତ କୃଷି ସମ୍ବନ୍ଧିତ ଜଟିଳତାକୁ ଆରାମରେ ଅତିକ୍ରମ କରିବା ଲାଗି ଡିଜାଇନ କରାଯାଇଛି। ଏପରିକି ଟ୍ରାକ୍ଟର କିଣିବା ପ୍ରକ୍ରିୟାରେ ସ୍ପଷ୍ଟତା ରଖିବା ପାଇଁ କମ୍ପାନୀର ସମଗ୍ର ଟ୍ରାକ୍ଟର ମୂଲ୍ୟ ରେଞ୍ଜକୁ ଅଫିସିଆଲ ୱେବ୍‌ସାଇଟରେ ମଧ୍ୟ ଉଲ୍ଲେଖ କରାଯାଇଛି।
ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି,୨୦୨୩ ଜୁଲାଇରେ କମ୍ପାନୀ ମୋଟ ୧୦,୬୮୩ ଟ୍ରାକ୍ଟର ବିକ୍ରି କରିବାରେ ସକ୍ଷମ ହୋଇଛି। ଏପରିକି ୧୪% ଘରୋଇ ଅଭିବୃଦ୍ଧି ସହ ଆମେ ଶିଳ୍ପ ଅଭିବୃଦ୍ଧି (ଆନୁମାନିକ ୬.୪%) କୁ ପଛରେ ପକାଇଛୁ ଏବଂ ୨୦୨୩ ଏପ୍ରିଲରୁ ଜୁଲାଇ ମଧ୍ୟରେ କ୍ରମାଗତ ୪ମାସ ଲାଗି ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛୁ। ବିଶେଷକରି ବ୍ରାଣ୍ଡ୍‌ ପାଇଁ ଏଭଳି ଭଲପାଇବା ଆମକୁ ପ୍ରତ୍ୟେକଥର ଶ୍ରେଷ୍ଠଠାରୁ ଆହୁରି ସର୍ବଶ୍ରେଷ୍ଠ ହେବା ଏବଂ ଭାରତୀୟ କୃଷକଙ୍କର ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଦ୍ରୁତଭାବେ ଅତ୍ୟାଧୁନିକ କୃଷି ଟେକ୍ନୋଲୋଜି ପ୍ରସ୍ତୁତ କରିବା ଲାଗି ଅନୁପ୍ରାଣିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?