ବିଦ୍ୟୁତ ଜାମୱାଲ-ନନ୍ଦିତା ମେହେତାନି କରିବେ ବିବାହ, ଶେହନାଇ ଲଣ୍ଡନରେ…

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ସେପ୍ଟେମ୍ବର ୨୦୨୧ ରେ ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହେତାନୀଙ୍କ ନିର୍ବନ୍ଧ ହୋଇଥିଲା। ଉଭୟ ନିଜ ସମ୍ପର୍କକୁ ଅଫିସିଆଲ କରି ଖବର ହେଡଲାଇନରେ ଥିଲେ। ଅବଶ୍ୟ, ସେମାନଙ୍କ ନିର୍ବନ୍ଧର କିଛି ଦିନ ପରେ, ସେମାନଙ୍କ ଅଲଗା ହେବା ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା। ତେବେ ବର୍ତ୍ତମାନ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖବର ଅଛି ଉଭୟ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏକ ଖବର ମଧ୍ୟ ରହିଛି ଏହି ଦମ୍ପତି ବିବାହ କରି ସାରିଛନ୍ତି ଏବେ ଏହାକୁ ଘୋଷଣା କରିବାକୁ ଯୋଜନା କରିଛନ୍ତି।

ପପ ଡାଏରୀ ରିପୋର୍ଟ ଅନୁଯାୟୀ ବିଦ୍ୟୁତ ଜାମୱାଲ ଏବଂ ନନ୍ଦିତାଙ୍କ ବିବାହ ଟିନ୍ସେଲ ସହରରେ ହେବ। ବିଦ୍ୟୁତ ଖୁବ ଶୀଘ୍ର ବିବାହ ପାଇଁ ଲଣ୍ଡନ ଯିବେ କାରଣ ନନ୍ଦିତା ସେଠାରେ ରୁହନ୍ତି। ପ୍ରକାଶ ଥାଉକି, କିଛି ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ବିଦ୍ୟୁତ ଏବଂ ନନ୍ଦିତା ପୂର୍ବରୁ ବିବାହ କରି ସାରିଛନ୍ତି। ଗତ ବର୍ଷ ଜୁଲାଇରେ ଏହି ଦମ୍ପତି ବିବାହ କରିଥିଲେ। ଯଦିଓ ଦୁହେଁ ନିଜ ବିବାହକୁ ଏପର୍ଯ୍ୟନ୍ତ ଗୁପ୍ତ ରଖିଛନ୍ତି। ଯଦି ଏହି ରିପୋର୍ଟଗୁଡିକ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଦମ୍ପତି ଏକ ବଡ ଯୋଜନା ସହିତ ସେମାନଙ୍କର ବିବାହକୁ ଅଫିସିଆଲ କରିବେ ।

ସେପ୍ଟେମ୍ବର ୨୦୨୧ ରେ, ଦମ୍ପତି ତାଜମହଲ ସାମ୍ନାରେ ଠିଆ ହୋଇଥିବାର ଏକ ଚିତ୍ର ଶେୟାର କରି ସେମାନଙ୍କ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଥିଲେ। ଯଦିଓ ଦୁହେଁ ସେମାନଙ୍କ ନିର୍ବନ୍ଧକୁ ମଧ୍ୟ ଗୁପ୍ତ ରଖିଥିଲେ।

ନନ୍ଦିତା ପୂର୍ବରୁ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଅବଶ୍ୟ, ଏହି ବିବାହ କେବଳ ଅଳ୍ପ ଦିନ ପାଇଁ ଥିଲା । ୨୦୦୩ ରେ ସେମାନଙ୍କର ଛାଡପତ୍ର ହୋଇଥିଲା। ତାଙ୍କର ଦ୍ୱିତୀୟ ବିବାହ ବିଦ୍ୟୁତଙ୍କ ସହ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri