Posted inଜାତୀୟ

କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…

ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍‌ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ ନେଉଛନ୍ତି। ଏପରିକି ସ୍ପିଟ୍‌ ଜିହାଦକଚ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ପୂର୍ବେ ଲକ୍ଷ୍ନୌରେ ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କ୍ଷୀରରେ ଛେପ ପକାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କ୍ଷୀର ଦେବାକୁ ଆସିଥିବା ଜଣେ ବ୍ୟକ୍ତି କ୍ଷୀରରେ ଛେପ ପକାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସିଥିବା ବ୍ୟକ୍ତିଙ୍କ ନାମ ଆଲାମ ବୋଲି କୁହାଯାଇଛି। ସେ ପ୍ରଦୀପ ଗୁପ୍ତାଙ୍କ ଘରେ ବର୍ଷ ବର୍ଷ ଧରି କ୍ଷୀର ଦେବାକୁ ଆସୁଥିଲେ। ହେଲେ ଏବେ ସେ କ୍ଷୀର ପାତ୍ରରେ ଛେପ ପକାଉଥିବା ସିସିଟିଭିରେ କଏଦ ହୋଇଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଘଟଣାଟି ମୁରାଦାବାଦର କୋତାବଲି କଟଘର ଅଞ୍ଚଳର ଦେବାପୁରର ବୋଲି କୁହାଯାଉଛି।

ଏସ୍‌ପି ସିଟି ରଣବିଜୟ ସିଂ ମାମଲାକୁ ନେଇ ଗଣମାଧ୍ୟମକୁ କହିଛନ୍ତି, ଭିଡିଓକୁ ନେଇ ଦୁଇ ଭିନ୍ନ କଥା ସାମ୍ନାକୁ ଆସିଛି। ଗୋଟିଏ ପଟେ କ୍ଷୀରରେ ଛେପ ପକାଯାଇଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ସେ ପାତ୍ରକୁ ଦେଖି କ୍ଷୀରର ମାତ୍ରା ଦେଖୁଥିବା କହୁଛନ୍ତି। ଏଣୁ ଆମେ ଅପେକ୍ଷା କରିଛୁ। ଅଭିଯୋଗ ମିଳିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏବେ ଭିଡିଓର ଯାଞ୍ଚ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri