Posted inଜାତୀୟ

କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…

ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍‌ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ ନେଉଛନ୍ତି। ଏପରିକି ସ୍ପିଟ୍‌ ଜିହାଦକଚ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିଛିଦିନ ପୂର୍ବେ ଲକ୍ଷ୍ନୌରେ ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କ୍ଷୀରରେ ଛେପ ପକାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କ୍ଷୀର ଦେବାକୁ ଆସିଥିବା ଜଣେ ବ୍ୟକ୍ତି କ୍ଷୀରରେ ଛେପ ପକାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସିଥିବା ବ୍ୟକ୍ତିଙ୍କ ନାମ ଆଲାମ ବୋଲି କୁହାଯାଇଛି। ସେ ପ୍ରଦୀପ ଗୁପ୍ତାଙ୍କ ଘରେ ବର୍ଷ ବର୍ଷ ଧରି କ୍ଷୀର ଦେବାକୁ ଆସୁଥିଲେ। ହେଲେ ଏବେ ସେ କ୍ଷୀର ପାତ୍ରରେ ଛେପ ପକାଉଥିବା ସିସିଟିଭିରେ କଏଦ ହୋଇଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଘଟଣାଟି ମୁରାଦାବାଦର କୋତାବଲି କଟଘର ଅଞ୍ଚଳର ଦେବାପୁରର ବୋଲି କୁହାଯାଉଛି।

ଏସ୍‌ପି ସିଟି ରଣବିଜୟ ସିଂ ମାମଲାକୁ ନେଇ ଗଣମାଧ୍ୟମକୁ କହିଛନ୍ତି, ଭିଡିଓକୁ ନେଇ ଦୁଇ ଭିନ୍ନ କଥା ସାମ୍ନାକୁ ଆସିଛି। ଗୋଟିଏ ପଟେ କ୍ଷୀରରେ ଛେପ ପକାଯାଇଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ସେ ପାତ୍ରକୁ ଦେଖି କ୍ଷୀରର ମାତ୍ରା ଦେଖୁଥିବା କହୁଛନ୍ତି। ଏଣୁ ଆମେ ଅପେକ୍ଷା କରିଛୁ। ଅଭିଯୋଗ ମିଳିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏବେ ଭିଡିଓର ଯାଞ୍ଚ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri