ବିଡିଓ ଅନୁପସ୍ଥିତ, ସମୀକ୍ଷା ବୈଠକ ବାତିଲ କଲେ ବିଜେଡି ବିଧାୟକ:ବଢିଲା ସନ୍ଦେହ

ରସୁଲପୁର,୫ା୭(ରଂଜିତ ରାଉତ):ଦୀର୍ଘଦିନର ଅପେକ୍ଷା ପରେ ଶୁକ୍ରବାର ପୂର୍ବାହ୍ନରେ ବରୀ ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ରସୁଲପୁର ବ୍ଲକକୁ ସମୀକ୍ଷା କରିବାକୁ ଆସି ଫେରିଯାଇଛନ୍ତି। ବିଡିଓ ଅବନିକାନ୍ତ ସାହୁ ରାତିଅଧିଆ ଛୁଟିରେ ରହିବାରୁ ବିଧାୟକ ସମୀକ୍ଷା ବୈଠକୁ ବାତିଲ କରିଦେଇଛନ୍ତି। ସମୀକ୍ଷା ବୈଠକ ସମ୍ପର୍କରେ ୬ଦିନ ପର୍ବୂରୁ ବିଡିଓଙ୍କୁ ଅବଗତ କରାଯାଇଥିଲା। ମାତ୍ର କାହାକୁ ନ ଜଣାଇ ବିଡିଓ ଛୁଟିରେ ଚାଲିଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ କରାଯାଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବିଧାୟକ ଦାବି କରିଛନ୍ତି। ସମୀକ୍ଷା ବୈଠକରେ ଯୋଗଦେବା ପୂର୍ବରୁ ବିଧାୟକ ବ୍ଲକ ପରିସରରେ ପହଞ୍ଚି ସେଠାରେ ଥିବା ବିଭିନ୍ନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ। ଏହି ସମୟରେ ବିଧାୟକଙ୍କ ସମର୍ଥକ ତଥା ବିଜେଡି ନେତାମାନେ ଜୟ ନବୀନ, ଜୟ ବିଜେଡି ସ୍ଲୋଗାନ ଦେଇଥିଲେ। ବ୍ଲକ ପରିସରରେ ଉପସ୍ଥିତ ଥିବା ଭାଜପା ସମର୍ଥକମାନେ ଜୟ ଶ୍ରୀରାମ ନାରାବାଜୀ କରିଥିଲେ। ଏହି ଭଳି ହୋହଲ୍ଲା ଭିତରେ ବ୍ଲକ କାର୍ଯ୍ୟାଳୟ ପରିସରରେ କମ୍ପି ଉଠିଥିଲା।
ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ବାଗତ ଓ ସମୀକ୍ଷା ବୈଠକରେ ଯାଜପୁର ଉପଜିଲାପାଳ ଅଂଶୁମାନ ଶତପଥୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବିଧାୟକ ମଲ୍ଲିକ ଯୋଗଦେଇ ବିଡିଓଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଡିଓଙ୍କ ବିନା ସମୀକ୍ଷା କରାଯାଇ ପାରିବନାହିଁ। ବିଡିଓଙ୍କ ସହ ଯୋଗାଯୋଗ କରି ଆଉ ଏକ ତାରିଖ ସ୍ଥିର କରାଯାଉ, ଉକ୍ତ ଦିନ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସମୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ। ତୁରନ୍ତ ବିଡିଓ ଛୁଟି ନେବା ପଛର ଅସଲ କାରଣ ସମ୍ପର୍କରେ ଜାଣିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଯାଜପୁର ଉପଜିଲାପାଳଙ୍କୁ କହିଥିଲେ। ବ୍ଲକର ପ୍ରଶାସନିକ ଅଧିକାରୀ ଓ ଅଧସ୍ତନ କର୍ମଚାରୀ ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବା ସହ ସୀମା ଉଲ୍ଲଂଘନ ନ କରିବାକୁ କହିଥିଲେ। ବ୍ଲକର ସମସ୍ତ ଜନ ପ୍ରତିନିଧି, ଜନସାଧାରଣମାନଙ୍କୁ ଗଣତାନ୍ତ୍ରିକ ଅଧିକାର ପ୍ରଦାନ ଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦେଉ ବୋଲି ସେ ଦାବି କରିଥିଲେ। ଏସବୁ ଦିଗରେ ବ୍ୟତୀକ୍ରମ ଘଟିଲେ ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ବିଧାୟକ ବକ୍ତବ୍ୟ ଛଳରେ ଚେତାବନୀ ଦେଇଥିଲେ। ବିଧାୟକଙ୍କ ବକ୍ତବ୍ୟରେ ଜନପ୍ରତିନିଧି ଓ ଦଳୀୟ ଛାମୁଆ କର୍ମୀ ଉତ୍ସାହିତ ହୋଇ ଉଠିଥିବା ଦେଖାଯାଇଥିଲା। ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ଅଧ୍ୟକ୍ଷ ଅରୁଣ ରାଉତ ଯୋଗଦେଇ ବ୍ଲକ ପ୍ରଶାସନ ଆଗକୁ ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ସହ ଖାପ୍‌ଖୁଆଇବା ସହ ଦଳମତ ନିର୍ବିଶେଷରେ କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।
ଯାଜପୁର ଉପଜିଲାପାଳ ଶତପଥୀ ବିଧାୟକଙ୍କ ଦାବିକୁ ସ୍ବୀକାର କରିବା ସହ ବିଡିଓ ତାଙ୍କର ପାରିବାରିକ କାରଣରୁ ଛୁଟିରେ ଯାଇଛନ୍ତି ବୋଲି ସଫେଇ ଦେଇଥିଲେ। ବିଡିଓ ଅଚାନକ ଛୁଟି ନେବା କାରଣକୁ ତଦନ୍ତ ପରିସରଭୂକ୍ତ କରାଯିବ। ଏ ଦିଗରେ କୌଣସି ଅନିୟମିତତା ହୋଇଥିବା ଜଣାପଡିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡ଼ା ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେମିତି ନ ଘଟିବ ସେଥିପ୍ରତି ଜିଲା ପ୍ରଶାସନ ଧ୍ୟାନ ଦେବ ବୋଲି ସେ ମତ ରଖିଥିଲେ। ଏବିଡିଓ ଦିବ୍ୟକାନ୍ତି ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୋନାଲି ଧଳ, ବିତ୍ତୀୟ ଅଧିକାରୀ ପ୍ରୀତିପିୟୁଷ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ବ୍ଲକ କର୍ମଚାରୀମାନେ ପରିଚୟ ପ୍ରଦାନ କରିଥିଲେ। ବିଧାୟକ ବୈଠକକୁ ଯୋଗଦେବାକୁ ଆସି କୁଆଖିଆଠାରେ ପହଞ୍ଚିଥିଲେ। ସେଠାରୁ କର୍ମୀମାନଙ୍କ ସହ ଏକ ପଦଯାତ୍ରାରେ ଆସି ବ୍ଲକ ପରିସରରେ ପହଞ୍ଚିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ବିଧାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ବ୍ଲକ୍‌ ଉପାଧ୍ୟକ୍ଷା ଜୟନ୍ତି ଦାଶ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri