Posted inଫୁରସତ

Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍‌ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…

ବସ୍‌ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍‌ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ ମିଡିଆରେ ଏହି ବସ୍‌ ଯାତ୍ରାକୁ ନେଇ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ନହସି ରହିପାରିବେ ନାହିଁ।

ସାମ୍ନାକୁ ଆସିଥିବା କିଛି ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ବସ୍‌ରେ ଯାତ୍ରା କରୁଛନ୍ତି। ଲୋକମାନଙ୍କ ଗହଳି ଯୋଗୁ ତାଙ୍କୁ ଅଣନିଃଶ୍ୱାସୀ ଲାଗୁଛି। ଏଣୁ ସେ ତାଜା ପବନ ଖାଇବାକୁ ବସ୍‌ ଝରକା ବାହାରକୁ ବେକ ବାହାର କରିଦେଉଛନ୍ତି। ଏହା ତାଙ୍କୁ ଅଡ଼ୁଆରେ ପକାଇଛି। କାରଣ ସେ ବେକକୁ ଆଉ ବସ୍‌ ଭିତରକୁ ଆଣିପାରିନାହାନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଏହା ଅଟକି ଯାଉଛି।

ଆନ୍ଧ୍ରପ୍ରଦେଶର ସାନ୍ତାlବୋମାଲିର ଏହି ଘଟଣା। ଏଠାରେ ସୁନ୍ଦର ରାଓ ନାମକ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ପ୍ରାୟ ୧୫ ମିନିଟ୍‌ ଧରି ବସ୍‌ ଝରକାରେ ଫସି ରହିଥିଲା। ଏନେଇ ଜାଣିବା ପରେ ଡ୍ରାଇଭର ତୁରନ୍ତ ବସ୍‌ ରୋକିଥିଲା। କିଛି ଲୋକ ସୁନ୍ଦରଙ୍କ ସହାୟତା ଲାଗି ଆଗକୁ ଆସିଥିଲେ। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏବେ ଏହାର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri