ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରିଲେ ସ୍ତ୍ରୀ! ମୁହଁ ଲୁଚାଉଥିବାବେଳର ଭିଡ଼ିଓ ଭାଇରାଲ୍‌

ହାନୋଇ,୨୬।୫: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାକ୍ରନଙ୍କ ପତ୍ନୀ ତାଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଏହି ଭିଡିଓଟି ଫ୍ରାନ୍ସ ରାଷ୍ଟ୍ରପତି ଭବନ, ଦି ଏଲିସି ପ୍ୟାଲେସରେ ହଇଚଇ ସୃଷ୍ଟି କରିଛି। ଇମାନୁଏଲଙ୍କ ଏହି ଭିଡିଓ ଭିଏତନାମର ରାଜଧାନୀ ହାନୋଇର ବୋଲି ଜଣାପଡିଛି। ସେ ତାଙ୍କ ପତ୍ନୀ ବ୍ରିଜିଟ ମାକ୍ରନଙ୍କ ସହିତ ଏକ ରାଜ୍ୟ ଗସ୍ତରେ ଆସିଥିଲେ। ଏହି ଘଟଣା ପରେ, ଇମାନୁଏଲ ମାକ୍ରନ ମଧ୍ୟ ଭିଡିଓରେ ନିଜ ମୁହଁ ଲୁଚାଉଥିବାର ଦେଖାଯାଇଛି।

ଏହି ଭିଡିଓଟି ଗତ ମେ ୨୫ର ବୋଲି କୁହାଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ପ୍ରଥମ ମହିଳାଙ୍କ ସହିତ ହାନୋଇରେ ପହଞ୍ଚିଲେ। ବିମାନରୁ ଓହ୍ଲାଇବାବେଳେ ରାଷ୍ଟ୍ରପତି ହଠାତ୍‌ ପଛକୁ ହଟିଗଲେ। ସେହି ସମୟରେ ବ୍ରିଜିଟଙ୍କ ମୁହଁକୁ ଧକ୍କା ଦେଉଥିବାର ଦେଖାଯାଇଥିଲା। ମାକ୍ରନ ଜାଣିପାରିଲେ ଯେ, ଗଣମାଧ୍ୟମ ଏବଂ କ୍ୟାମେରାମ୍ୟାନମାନେ ବିମାନ ବାହାରେ ଠିଆ ହୋଇଛନ୍ତି, ସେ ଟିକେ ଲଜ୍ଜିତ ହୋଇଗଲେ। ତଥାପି, ସେ ତୁରନ୍ତ ପରିସ୍ଥିତିକୁ ସମ୍ଭାଳିଲେ ଏବଂ ହସି ହସି ଗଣମାଧ୍ୟମ ଆଡକୁ ହାତ ହଲାଇଥିଲେ ଏବଂ ତା’ପରେ ସେ ବିମାନ ଭିତରକୁ ଗଲେ।

ଏହା ପରେ ଉଭୟ ସ୍ବାମୀ-ସ୍ତ୍ରୀ ବିମାନରୁ ଓହ୍ଲାଇଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଉଭୟ ପରସ୍ପରର ହାତ ଧରିଥିବାର ଦେଖାଯାଇ ନ ଥିଲା। ସେତେବେଳକୁ ଇମାନୁଏଲ ମଧ୍ୟ ଟିକେ ଅସହଜ ଅନୁଭବ କରୁଥିଲେ।

ଫ୍ରାନ୍ସ ରାଷ୍ଟ୍ରପତି ଭବନ, ଦି ଏଲିସି ହାଉସ ପ୍ରଥମେ ଭିଡିଓଟିକୁ ନକଲି ବୋଲି ଘୋଷଣା କରି କହିଥିଲା ଯେ, ଏହା AI ଦ୍ୱାରା ଜେନେରେଟେଡ, କିନ୍ତୁ ପରେ ଏହାର ସତ୍ୟତା ନିଶ୍ଚିତ ହୋଇଥିଲା। ଏହା ପରେ ରାଷ୍ଟ୍ରପତି ଭବନ ମଧ୍ୟ ସରକାରୀ ବିବୃତ୍ତିକୁ ପରିବର୍ତ୍ତନ କରିଥିଲା। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହାକୁ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ସରଳ ଝଗଡ଼ା ବୋଲି ବର୍ଣ୍ଣନା କରିଛନ୍ତି।

ଇମାନୁଏଲ ମାକ୍ରନ ଏବଂ ବ୍ରିଜିଟ ମାକ୍ରନଙ୍କ ପ୍ରେମ କାହାଣୀ ବହୁତ ପ୍ରସିଦ୍ଧ। ଦୁହିଁଙ୍କ ମଧ୍ୟରେ ୨୪ ବର୍ଷର ବ୍ୟବଧାନ ଅଛି। ଇମାନୁଏଲ ମାକ୍ରନଙ୍କୁ ୧୫ ବର୍ଷ ହୋଇଥିଲା, ସେ ୩୯ ବର୍ଷୀୟ ବ୍ରିଜିଟଙ୍କ ପ୍ରେମରେ ପଡ଼ିଥିଲେ। ବ୍ରିଜିଟ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ଥିଲା। ବ୍ରିଜିଟ ମାକ୍ରନ ଏକ ସାକ୍ଷାତକାରରେ କହିଥିଲେ, ସେ ଏକ କ୍ୟାଥୋଲିକ ସ୍କୁଲରେ ଜଣେ ନାଟକ ଶିକ୍ଷୟିତ୍ରୀ ଥିଲେ ଏବଂ ଇମାନୁଏଲ ତାଙ୍କର ଛାତ୍ର ଥିଲେ। ସେଠାରୁ ହଁି ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟଙ୍କ ପ୍ରେମ ସମ୍ପର୍କ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ବ୍ରିଜିଟ ତାଙ୍କ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ସେମାନେ ଦୁହେଁ ୨୦୦୬ରେ ବିବାହ କରିଥିଲେ। ସେତେବେଳେ ଇମାନୁଏଲଙ୍କୁ ୨୯ ବର୍ଷ ବୟସ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri