ବିଦର୍ଭ,୨ା୩: ବିଦର୍ଭ ଅଫ-ସ୍ପିନର ଅକ୍ଷୟ ଓ୍ବାଖରେ ରଣ୍ଜୀ ଟ୍ରଫି କ୍ରିକେଟରୁ ରବିବାର ଅବସର ଘୋଷଣା କରିଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ରଣ୍ଜୀ ଚାମ୍ପିୟନ ହେବା ପରେ ୩୯ ବର୍ଷୀୟ ବାମହାତୀ ସ୍ପିନର ଏହି ନିଷ୍ପତ୍ତି ନେଇଛନ୍ତି। ସେ ୧୦୫ ଫାଷ୍ଟ-କ୍ଲାସ ମ୍ୟାଚ ଖେଳି ୩୪୪ ଉଇକେଟ ନେଇଛନ୍ତି।
ମୁଁ ଚାମ୍ପିୟନ ଦଳର ସଦସ୍ୟ ହୋଇଥିବାରୁ ଏବଂ ଚାମ୍ପିୟନ ଭାବେ ସନ୍ନ୍ୟାସ ନେଉଥିବାରୁ ବହୁତ ଖୁସି। ମୁଁ ୧୦୦ତମ ମ୍ୟାଚ ପରେ ସନ୍ନ୍ୟାସ ନେବାକୁ ଚିନ୍ତା କରିଥିଲି। କିନ୍ତୁ ଦଳର ଆବଶ୍ୟକତା ଯୋଗୁ ମୋର ଖେଳିବା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଓ୍ବାଖରେ କହିଛନ୍ତି। ସେ ତାମିଲନାଡୁ ବିପକ୍ଷ କ୍ୱାର୍ଟର ଫାଇନାଲରେ କ୍ୟାରିୟରର ଅନ୍ତିମ ରଣ୍ଜୀ ମ୍ୟାଚ ଖେଳିଥିଲେ।


