ସଂକ୍ରମଣର କେନ୍ଦ୍ର ପାଲଟିଛି ବିଦର୍ଭ

ମୁମ୍ବାଇ/ଭୋପାଳ, ୨୪।୨ : ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେ ପରେ ଏବେ ବିଦର୍ଭ ଅଞ୍ଚଳ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଏହି ଅଞ୍ଚଳର ୟାଭତମାଲ, ଆକୋଲା, ଅମରାବତୀ ଏବଂ ଓ୍ବାର୍ଦ୍ଧା ଜିଲାରେ ଦୈନିକ ସଂକ୍ରମଣ ହାର ବଢ଼ିଚାଲିଛି। ସେଠାରେ ସଂକ୍ରମଣ ହାର ସେପ୍ଟେମ୍ବରର ସର୍ବୋଚ୍ଚ ସ୍ଥିତିଠାରୁ ଅଧିକ ବୋଲି କୁହାଯାଉଛି। ୟାଭତମାଲରେ ରବିବାର ସଂକ୍ରମଣ ହାର ୪୧.୪ ପ୍ରତିଶତ ଥିଲା, ଯାହାକି ସେପ୍ଟେମ୍ବର ୧୫ର ସଂକ୍ରମଣ ହାରର ଦୁଇଗୁଣ। ସେହିପରି ଅମରାବତୀରେ ସଂକ୍ରମଣ ହାର ୩୮ ପ୍ରତିଶତ ରହିଛି। ସେପ୍ଟେମ୍ବରରେ ସେଠାରେ ସଂକ୍ରମଣ ହାର ଥିଲା ୩୨.୫ ପ୍ରତିଶତ। ସେହିପରି ଓ୍ବାର୍ଦ୍ଧାରେ ସଂକ୍ରମଣ ହାର ସେପ୍ଟେମ୍ବରରେ ୮.୫ ପ୍ରତିଶତ ଥିବାବେଳେ ଏବେ ତାହା ୨୪ ପ୍ରତିଶତକୁ ବୃଦ୍ଧି ପାଇଛି। ଉପରୋକ୍ତ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ଦୁଇଗୁଣ ବଢ଼ାଇ ଦିଆଯାଇଛି।
ସୂଚନାଯୋଗ୍ୟ ସେପ୍ଟେମ୍ବର ୧୦ରୁ ୩୦ ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ସେପ୍ଟେମ୍ବର ୧୫ରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବିଦର୍ଭ ଅଞ୍ଚଳର ୧୧ ଜିଲା ମଧ୍ୟରୁ ୬ଟିରେ ପଜିଟିଭ୍‌ ହାର ରାଜ୍ୟର ବର୍ତ୍ତମାନର ହାରାହାରି ହାରର ୩ରୁ ୪ ଗୁଣ ଥିଲା। ଜାନୁୟାରୀରେ ସଂକ୍ରମଣ ଅଧା କମିଥିବାବେଳେ ପୁଣି ଥରେ ବଢ଼ିବା ଆରମ୍ଭ କରିଛି। ମହାରାଷ୍ଟ୍ର ବାଦ୍‌ ଅନ୍ୟ ୭ ରାଜ୍ୟରେ ରବିବାର ସଂକ୍ରମଣ ୧୧ ପ୍ରତିଶତ ଛୁଇଁଥିଲା। ଏହିସବୁ ଜିଲାରେ ଗତ ଦୁଇସପ୍ତାହ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା କୋଭିଡ୍‌ ରୋଗୀ ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି। ୟାଭତମାଲ୍‌ ସରକାରୀ ମେଡିକାଲ କଲେଜରେ ଫେବୃୟାରୀ ୧୦ରେ ୭୧ କରୋନା ରୋଗୀ ଭର୍ତ୍ତି ହୋଇଥିବାବେଳେ ଏବେ ଦିନକୁ ୨୦୦ରୁ ଅଧିକ ରୋଗୀ ଆସୁଛନ୍ତି। ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ଏହାକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୁଣେରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ସହ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ସେହିପରି ଅମରାବତୀରେ ଆଂଶିକ ଲକ୍‌ଡାଉନ୍‌ ଲାଗୁ ହୋଇଛି।
ମହାରାଷ୍ଟ୍ର ସୀମାବର୍ତ୍ତୀ ମଧ୍ୟପ୍ରଦେଶର ବାଲାଘାଟ ଜିଲାରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହେବା ସହ ୫ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲଗାଯାଇଛି। ଜରୁରୀ ଆବଶ୍ୟକତା ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସେହିପରି କେରଳରୁ କର୍ନାଟକ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସମାବେଶ ଉପରେ କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧ରୁ ଇନ୍‌ଡୋର ସମାବେଶକୁ ୧୦୦ ଏବଂ ବାହାର ସମାବେଶକୁ ୨୦୦ ଲୋକରେ ସୀମିତ ରଖିବାକୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କେବଳ କେରଳ ଓ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସଂଖ୍ୟା ୭୫ ପ୍ରତିଶତ। ଦେଶର ମୋଟ ସକ୍ରିୟ ମାମଲା ମଧ୍ୟରୁ କେରଳରେ ୩୮ ପ୍ରତିଶତ ରହିଥିବାବେଳେ ମହାରାଷ୍ଟ୍ରରେ ୩୭, କର୍ନାଟକରେ ୪ ଏବଂ ତାମିଲନାଡୁରେ ୨.୭୮ ପ୍ରତିଶତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଏପର୍ଯ୍ୟନ୍ତ ମୋଟ ୧,୧୭,୬୪,୭୮୮ ଜଣଙ୍କୁ କୋଭିଡ୍‌ ଟିକା ଦିଆଗଲାଣି। ୬୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକାର ପ୍ରଥମ ଡୋଜ୍‌ ନେଇଥିବାବେଳେ ୬୨ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇସାରିଲେଣି। ସେହିପରି ୪୧ ପ୍ରତିଶତରୁ ଊର୍ଦ୍ଧ୍ୱ ଆଗଧାଡ଼ିର କର୍ମଚାରୀ ପ୍ରଥମ ଡୋଜ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?