ନେତୃତ୍ୱର ବିଜୟ

ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନରେ କୁହାଯାଇଥିଲା ଯେ, ଏକ ଧର୍ମକୁ ସମ୍ମାନ ଜଣାଇବା କିମ୍ବା ଏହାକୁ ସ୍ବାଧୀନ ଭାବେ ପାଳନ କରିବା ଉପରେ ପ୍ରତିବନ୍ଧକ ଲଗାଇବା; ବାକ୍‌ କିମ୍ବା ଗଣମାଧ୍ୟମ ସ୍ବାଧୀନତାର କଣ୍ଠରୋଧ କରିବା, ଲୋକଙ୍କର ଶାନ୍ତିପର୍ଣ୍ଣ ସମାବେଶ ଉପରେ କଟକଣା ଲଗାଇବା ଏବଂ କୌଣସି ଏକ ଅଭିଯୋଗର ସମାଧାନ ପାଇଁ ସରକାରଙ୍କୁ ଆବେଦନ କରିବାର ଅଧିକାରରେ ବାଧା ଆଣିବା ଭଳି କୌଣସି ଆଇନ କଂଗ୍ରେସ ପ୍ରଣୟନ କରିପାରିବ ନାହିଁ। ଏହା ୧୭୮୯ରେ ଉଲ୍ଲେଖ କରାଯାଇଥିଲା ଏବଂ ଆମେ ଏଥିରୁ ସ୍ପଷ୍ଟ ଭାବେ ବୁଝିପାରୁଛୁ, ବାକ୍‌ ସ୍ବାଧୀନତାକୁ ରୋକାଯାଇପାରିବ ନାହିଁ। ତେବେ ହିଂସାର ଧମକ ଓ ଅଶ୍ଳୀଳ ମନ୍ତବ୍ୟ ହୋଇଥିଲେ ଏହା ଉପରେ କଟକଣା ଲଗାଯାଇପାରିବ। ୨୦୧୦ରେ, ଆମେରିକାର ସୁପ୍ରିମକୋର୍ଟ ନିର୍ବାଚନ ପାଣ୍ଠିକୁ ନେଇ ରହିଥିବା କଟକଣାକୁ ହଟାଇ ଦେଇଥିଲେ। କର୍ପୋରେଶନ ଓ ଧନୀ ବ୍ୟକ୍ତିମାନେ ବିଜ୍ଞାପନରେ ଖର୍ଚ୍ଚ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ସ୍ବାଧୀନତା ପାଇଗଲେ। ସିଟିଜେନ୍ସ ୟୁନାଇଟେଡ ବନାମ ଫେଡେରାଲ ଇଲେକ୍‌ଶନ କମିଶନ ମାମଲାରେ ଏଭଳି ରାୟ ଆସିଥିଲା, ଯାହା ଆମେରିକାର ଗଣତନ୍ତ୍ରକୁ ଭୀଷଣ କ୍ଷତି କରିଛି, କାରଣ ଆମେରିକାର ଉଭୟ ରାଜନୈତିକ ଦଳ ଲଗାତର ଭାବେ କର୍ପୋରେଟ ସ୍ବାର୍ଥ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଯଦି ତୁମେ ତୁମ ଡୋନରଙ୍କ ଯୋଗୁ ନିର୍ବାଚନ ଜିତ, ତେବେ କ୍ଷମତାରେ ତୁମ କାର୍ଯ୍ୟ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବ; ଯାହା ଆମେରିକା ରାଜନୀତିରେ ଦେଖାଯାଇଛି। ତେବେ ରାଜନୀତି କରିବାର ଆଉ ଏକ ବାଟ ରହିଛି ଏବଂ ଏହାର ପଦ୍ଧତି ସରଳ ହେଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର। ବିଫଳତାର ପ୍ରତିଶତ ଅଧିକ ଥିବା କୌଣସି ବିଷୟରେ ସଫଳତା ପାଇବା ବାସ୍ତବରେ ଉଲ୍ଲେଖନୀୟ। ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରକାର ପ୍ରତିବଦ୍ଧତା ଓ ଦୃଷ୍ଟିକୋଣ ଦରକାର; ଯାହାର ଉଦାହରଣ ନିକଟରେ ନ୍ୟୁୟର୍କ ମେୟର ନିର୍ବାଚନରୁ ସାମ୍ନାକୁ ଆସିଛି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ମୁଖରେ ଥିଲା ଦୁଇଟି ଭିନ୍ନ ଦୃଷ୍ଟିକୋଣ। ପ୍ରଥମ ଦୃଷ୍ଟିକୋଣ ହେଉଛି, ବିରୋଧୀଠାରୁ ଅଧିକ ଅର୍ଥ ସଂଗ୍ରହ କରି ଜିତିବା, ଯାହାକୁ ଉଭୟ ରାଜନୈତିକ ଦଳ ଓ ସେମାନଙ୍କ ପ୍ରାର୍ଥୀମାନେ ପସନ୍ଦ କରିଛନ୍ତି। ଏହି ଅର୍ଥ ମେସେଜ ବିଶେଷକରି ଟିଭିରେ ବିଜ୍ଞାପନ ଦେବା ଓ ଇ-ମେଲ ବାର୍ତ୍ତାରେ ଖର୍ଚ୍ଚ ହୋଇଛି। ଧାରଣା ରହିଛି, ଯିଏ ଯେତେ ଅଧିକ ବିଜ୍ଞାପନ ଦେବ ତାଙ୍କର ସଫଳତା ସମ୍ଭାବନା ବେଶି। ୨୦୧୮ରେ ‘ଅର୍ଥ କିଭଳି ନିର୍ବାଚନକୁ ପ୍ରଭାବିତ କରେ’ ଶୀର୍ଷକ ଖବରରୁ ଜଣାପଡ଼ିଥିଲା, ୯୦%ରୁ ଅଧିକ ସମୟ ଦେଇ ଯେଉଁ ପ୍ରାର୍ଥୀ ଅଧିକ ପାଣ୍ଠି ଯୋଗାଡ଼ କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଅଧିକ ଖର୍ଚ୍ଚ କରିଥିଲେ ସେମାନେ ନିର୍ବାଚନରେ କଂଗ୍ରେସ ସିଟ୍‌ ଜିତିଥିଲେ। ତେବେ ନ୍ୟୁୟର୍କରେ ଆଣ୍ଡ୍ର୍ୟୁ କ୍ୱୋମୋ ନାମକ ଜଣେ ପ୍ରମୁଖ ପ୍ରାର୍ଥୀ ଏହି ଦୃଷ୍ଟିକୋଣକୁ ଆପଣାଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ୫ଗୁଣରୁ ଅଧିକ ଅର୍ଥ ସଂଗ୍ରହ କରିଥିଲେ। କିନ୍ତୁ ସେ ହାରିଗଲେ କାହିଁକି?
ଦ୍ୱିତୀୟ ଦୃଷ୍ଟିକୋଣ ହେଉଛି, ବିନା ବିଜ୍ଞାପନରେ ବ୍ୟକ୍ତିଗତ ଭାବେ ଆଲୋଚନା କରି ଭୋଟରଙ୍କୁ ଅବଗତ କରିବା। ଏହା ପ୍ରଭାବଶାଳୀ, କିନ୍ତୁ ଗ୍ରହଣୀୟ ବୋଲି ମନେହେଉନାହିଁ। ଯେଉଁ ସାଧାରଣ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଅନେକ ଲକ୍ଷ ଥିବ ସେ କ୍ଷେତ୍ରରେ ଏହି ପଦ୍ଧତି ଆପଣାଇବା ବୋକାମି। ଏ କ୍ଷେତ୍ରରେ ଭୋଟରଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରିବା ପାଇଁ ଆବଶ୍ୟକ ଲୋକଙ୍କ ଲାଗି ଖର୍ଚ୍ଚ ନିଶ୍ଚିତ ଭାବେ ବିଜ୍ଞାପନ ତୁଳନାରେ ଅଧିକ ହେବ। ଏମାନେ ଅଜଣା ଲୋକଙ୍କ ସହ ଖୋଲାଖୋଲି ଆଲୋଚନା କରିବା କଷ୍ଟକର ହୋଇପାରେ। କାରଣ ଘରେ ଥିବା ଅନେକ ଲୋକ ଉତ୍ତର ଦେବେ ନାହିଁ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ଆଲୋଚନା କରିବାକୁ ଯାଇଥିବା ଲୋକଙ୍କୁ ଘରୁ ଚାଲି ଯିବା ଲାଗି କହିବେ କିମ୍ବା ରାସ୍ତାରେ ନ ଅଟକାଇବା ପାଇଁ କହିବେ। ଯଦି ବି ସେମାନେ କଥା ହେବା ପାଇଁ ଚାହିଁବେ, ତଥାପି ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ସେମାନଙ୍କୁ ବୁଝାଇବା ସହଜ ନୁହେଁ। ଏଥିରେ ଜଣଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ସକାଶେ ବୁଝାଇଲେ ବି ଅନ୍ୟ ୧୦ ଜଣ ଘର ଦ୍ୱାର ବନ୍ଦ କରିଦେବେ କିମ୍ବା ସେମାନେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି ବୋଲି କହିବେ କିମ୍ବା କିଛି ନ କହି ଚାଲିଯିବେ। ଜଣେ ପ୍ରାର୍ଥୀ କିପରି ଏଭଳି ପ୍ରୟାସ ଜାରି ରଖିବା ଲାଗି କର୍ମୀମାନଙ୍କୁ ଉତ୍ସାହିତ କରିବେ। ଏହିସବୁ କାରଣରୁ ଏହି ଦୃଷ୍ଟିକୋଣ ଗ୍ରହଣୀୟ ନୁହେଁ। ଏଥିପାଇଁ ପ୍ରାର୍ଥମାନେ ପାଣ୍ଠି ସଂଗ୍ରହକୁ ପସନ୍ଦ କରୁଛନ୍ତି। ଏଥିରେ କେବଳ କେତେକ ନିର୍ଦ୍ଦିଷ୍ଟ ସ୍ଥିତିରେ ସଫଳତା ମିଳିପାରେ। ପ୍ରଥମରେ, ମେସେଜ ବହୁ ସଂଖ୍ୟାରେ ସମ୍ଭାବ୍ୟ ଭୋଟରଙ୍କୁ ଆକର୍ଷିତ କରୁଛି। ଦ୍ୱିତୀୟରେ, ପ୍ରଚାର ପାଇଁ କର୍ମୀମାନେ ଅତ୍ୟଧିକ ଉତ୍ସାହିତ ହୋଇଥାନ୍ତି। ତୃତୀୟରେ, ଏଥିରେ କିଛି ପ୍ରକ୍ରିୟା ରହିଛି, ଯାହା ନିର୍ବାଚନ ଲଢ଼େଇକୁ ସଞ୍ଚାଳନ କରିବା ସହ ମତଦାନ ଦିବସ ଯାଏ ଏହା ଉପରେ ନିରୀକ୍ଷଣ କରାଯାଇଥାଏ। ଅର୍ଥାତ୍‌ ଲୋକଙ୍କ ସହ ଯୋଗାଯୋଗ ହୋଇଗଲା ମାତ୍ରକେ ସେମାନଙ୍କ ସହ ଲଗାତର ସମ୍ପର୍କରେ ରହିବାକୁ ହୁଏ। ଭାରତୀୟ ବଂଶୋଦ୍ଭବ ସୋସାଲିଷ୍ଟ ଜୋହରାନ ମମ୍‌ଦାନିଙ୍କର ଏହି ଦୃଷ୍ଟିକୋଣ ଥିଲା ଏବଂ ସେଥିପାଇଁ ସେ ଜିତିଲେ ଏବଂ ନ୍ୟୁୟର୍କର ମେୟର ହେବେ। ଯେଉଁମାନେ କହୁଛନ୍ତି ସେ ଅନଭିଜ୍ଞ ଓ ନେତୃତ୍ୱ ସମ୍ପର୍କରେ କମ୍‌ ଜାଣିଛନ୍ତି, ସେମାନେ ବୁଝିବା ଦରକାର ଯେ, କୌଣସି କାମ ପାଇଁ ଲୋକଙ୍କୁ ପ୍ରେରିତ କରିବାରେ ଅଧିକ ବିଫଳ ହେବା ସମ୍ଭାବନା ରହିଛି ଏବଂ ସଫଳ ହେବାକୁ ହେଲେ ନେତୃତ୍ୱର ସର୍ବୋଚ୍ଚ ପରିପ୍ରକାଶ ହିଁ ଅଧିକ ଗୁରୁତ୍ୱ ରଖେ। ୭୦୦ ସ୍ବେଚ୍ଛାସେବୀଙ୍କ ନେତୃତ୍ୱରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଆର୍ମି ଜୋହରାନଙ୍କ ପାଇଁ କାମ କରିଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ, ମଧ୍ୟ ବୟସ୍କ ତଥା ବୟସ୍କ ବ୍ୟକ୍ତି ଥିଲେ, ଯେଉଁମାନେ ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ବହୁ ସମୟ ଦେଇ ଅନେକ ମାସ ପରିଶ୍ରମ କରିଥିଲେ। ଜୋହରାନଙ୍କୁ ଜଣେ ଆତଙ୍କବାଦୀ ଭାବେ ଚିତ୍ରଣ କରିବା ପାଇଁ କର୍ପୋରେଟ ସହଯୋଗରେ ଆଣ୍ଡ୍ର୍ୟୁ କ୍ୱୋମୋ ୪୦ ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଥିଲେ। କିନ୍ତୁ ସେ ସ୍ବେଚ୍ଛାସେବୀଙ୍କ ନିକଟରେ ହାର ମାନିଲେ। ଏହି ବିଜୟକୁ ଦୀର୍ଘଦିନ ଧରି ଅନୁଧ୍ୟାନ କରାଯିବ, କାରଣ ଏହା ନିର୍ବାଚନ ବିଜୟ ଅତିଧନୀ ବ୍ୟକ୍ତିବିଶେଷଙ୍କ କ୍ଷମତାର ସୀମାକୁ ଦର୍ଶାଏ। ଆମେରିକାରେ ଜଣେ ଆକ୍ଟିଭିଷ୍ଟ କହନ୍ତି, ସେମାନଙ୍କ ପାଖରେ ଟଙ୍କା ଅଛି, ହେଲେ ଆମ ନିକଟରେ ଲୋକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri