ପରାଜୟ ମଧ୍ୟରେ ବିଜୟ

ଭୋଡାଫୋନ କେସ୍‌ ଜନମାନସରୁ ଲିଭିଯିବାକୁ ଚାହଁୁନି। ଏହାର ୧୩ ବର୍ଷ ଇତିହାସ ମଧ୍ୟରେ ଏବକାର ଘଟଣାରେ ହେଗସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଏହି ବ୍ରିଟିଶ ଟେଲିକମ୍‌ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି ।
ଏହାକୁ ଯଦି ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ ଚ୍ୟାଲେଞ୍ଜ ନ କରିବେ ତେବେ ଭୋଡାଫୋନ ଗ୍ରୁପକୁ କ୍ୟାପିଟାଲ ଗେନ୍‌ ଓ ଓ୍ବିଥହୋଲ୍‌ଡିଂ ଟ୍ୟାକ୍ସ ବାବଦକୁ ଆୟକର ବିଭାଗକୁ ଦେବାକୁ ଥିତ୍ତ୍ବା ୨୦,୦୦୦ କୋଟି (ସୁଧ ଓ ଜରିମାନା ସହ) ଟଙ୍କା ଟିକସରୁ ରକ୍ଷା ପାଇଯିବ। ରାୟରେ ଆର୍ବିଟ୍ରେଶନ କୋର୍ଟ ଦର୍ଶାଇଛନ୍ତି ଯେ, ପୂର୍ବ ଆଇନକୁ ଉପଯୋଗ କରି ଭାରତ ଓ ନେଦରଲାଣ୍ଡ ମଧ୍ୟରେ କରାଯାଇଥିତ୍ବା ଦ୍ୱିପାକ୍ଷିକ ନିବେଶ ଚୁକ୍ତିର ଧାରା ୪(୧)ରେ ପ୍ରଦାନ କରାଯାଇଥିତ୍ବା ଫେୟାର ଇକ୍ୱିପମେଣ୍ଟ ଟ୍ରିଟମେଣ୍ଟ ପ୍ରୋଟେକଶନର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଛି। ଏହି ରାୟ ଏକ କ୍ଷତିକାରକ ବିବାଦକୁ ଶେଷ କରିବା ଉଚିତ ବୋଲି ଆମେ ଆଶା କରୁ ।
କିନ୍ତୁ ସରକାର ତାଙ୍କ ଯୋଜନା ବଦଳାଇବାକୁ ଚାହଁୁ ନ ଥିବା ଜଣାପଡ଼ୁଛି। ହେଗ୍‌ କୋର୍ଟର ରାୟ ସହ ଏକମତ ହେବାକୁ ମନା କରିଦେଇଛନ୍ତି। ବରଂ ଏହି ରାୟକୁ କାର୍ଯ୍ୟକାରୀ କରାଇ ନ ଦେବାକୁ ବିକଳ୍ପ ଖୋଜୁଛନ୍ତିି। ଭୋଡାଫୋନ୍‌ କେସ୍‌ ୨୦୦୭ର। ଭୋଡାଫୋନ ଇଣ୍ଟରନ୍ୟାଶନାଲ ହୋଲଡିଂ ବିଭି ହଚିସନ ଏସାର ଲିମିଟେଡର ୬୭ % ଅଂଶଧନ ୧୧ ବିଲିୟନ ଡଲାରରେ ଅଧିଗ୍ରହଣ କରିବାକୁ ଚୁକ୍ତି କରିବା ସମୟରେ ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ ଏହି ଦାବି ଉଠାଇଥିଲେ। ଭାରତରେ ହଚିସନର ମୋବାଇଲ ଟେଲିଫୋନି ବିଜନେସ ସହ ଅନ୍ୟ ଆସେଟ ବି ଏଥିରେ ସାମିଲ ଥିତ୍ତ୍ଲା। ସେହି ବର୍ଷ ସେପ୍ଟେମ୍ବରରେ ଭାରତ ସରକାର ପ୍ରଥମେ ୭,୯୯୦ କୋଟି ଟଙ୍କା ଭୋଡାଫୋନ୍‌ଠାରୁ ଟିକସ ଦାବି କରିଥିଲେ। ହଚିସନକୁ ଟଙ୍କା ଦେବା ପୂର୍ବରୁ ଭୋଡାଫୋନ ଟିକସ ଦେଇ ଦେବା ଉଚିତ ବୋଲି କହିଥିଲେ। ଅଂଶଧନ କ୍ରୟ କାରବାର ଚୁକ୍ତି ଭାରତ ବାହାରେ ହୋଇଥିବାରୁ ଭୋଡାଫୋନ ଟ୍ୟାକ୍ସ ଦେବାକୁ ମନା କରି ଦେଇଥିଲା।
ଆୟକର ବିଭାଗର ଏହି ନିର୍ଦ୍ଦେଶକୁ ଭୋଡାଫୋନ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟ ଆୟକର ବିଭାଗ ସପକ୍ଷରେ ରାୟ ଦେଇଥିଲେ। ଏହାପରେ ଭୋଡାଫୋନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ ରାୟ ଦେଇଥିତ୍ଲେ ଯେ, ୧୯୬୧ ଆୟକର ଆଇନ ଉପରେ ଭୋଡାଫୋନ ଗ୍ରୁପ୍‌ ଦେଇଥିବା ସ୍ପଷ୍ଟୀକରଣ ଯୁକ୍ତିଯୁକ୍ତ ଓ କମ୍ପାନୀ ଅଂଶଧନ କ୍ରୟ କରିବା ଯୋଗୁ ଟ୍ୟାକ୍ସ ଦେବନାହିଁ। ଦୁର୍ଭାଗ୍ୟବଶତଃ କାହାଣୀ ଏଇଠି ଶେଷ ହେଲା ନାହିଁ। ପୂର୍ବତନ ବିତ୍ତମନ୍ତ୍ରୀ ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଫାଇନାନ୍ସ ଆଇନରେ ସଂଶୋଧନ କରିବାର ପ୍ରସ୍ତାବ ଆଣିି ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରି ନ ଥିଲେ। ଏହି ଘଟଣାରେ ଉକ୍ତ ସଂଶୋଧନରେ ପୂର୍ବପରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ୟାକ୍ସ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରାଗଲା। ପାର୍ଲାମେଣ୍ଟରେ ସେହି ବର୍ଷ ବି ଏହାକୁ ପାସ୍‌ କରାଗଲା ଓ କମ୍ପାନୀକୁ ସୁଧ ସହ ଟ୍ୟାକ୍ଦ ଦେବାକୁ କୁହାଗଲା। ସେବେଠାରୁ ପୂର୍ବ ଟ୍ୟାକ୍ସେଶନ କେସ୍‌ ଠାରୁ ଏହା ଆହୁରି ଖରାପ ହୋଇଗଲା। ଏହା ଉପରେ ବହୁ ହୋ ହାଲ୍ଲା ହୋଇଛି। ପୂର୍ବ ଟ୍ୟାକ୍ସ ଦାବି କରିବା ଭଳି ପଦକ୍ଷେପକୁ ଦେଖି ବିଶ୍ୱସ୍ତରର ବହୁ କମ୍ପାନୀ ସରକାରଙ୍କ ଚିନ୍ତାର କାରଣ ପାଲଟିଲେ।
ସେମାନେ ସେବେଠାରୁ ଭାରତରେ ସେମାନଙ୍କ ନିବେଶ ଯୋଜନାକୁ ବନ୍ଦ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଦେଶ ବହୁ ବିଜନେସ ହରାଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଅର୍ଥ ମନ୍ତ୍ରୀ ବିଦେଶୀ ନିବେଶକଙ୍କ ଆଶଙ୍କା ଦୂର କରିବା ଲାଗି ପ୍ରୟାସ କରିଆସିଛନ୍ତି। କିନ୍ତୁ ସବୁ ଭୋଡାଫୋନ କେସ୍‌ର ଦୃଷ୍ଟାନ୍ତ ଦେଇଆସୁଛନ୍ତି।
ସରକାର ହେଗ୍‌ କୋର୍ଟର ରାୟକୁ ଗ୍ରହଣ କରିବା ସହ ଏହି ଆଇନଗତ ଯୁଦ୍ଧକୁ ଶେଷ କରିବା ଉଚିତ। ଏହାକୁ ଆଉ ଆଗକୁ ବଢାଇବା ଉଚିତ ନୁହେଁ। ସରକାରଙ୍କ ବିରୋଧରେ ଏହା ବିଦେଶୀ ନିବେଶକଙ୍କ ମଧ୍ୟରେ ଢେର ଅସନ୍ତୋଷ ସୃଷ୍ଟି କରିଛି। ଆଇନଗତ ଯୁଦ୍ଧ ଶେଷ ହେଲେ ବିଦେଶୀ ନିବେଶକଙ୍କ ସମର୍ଥନ ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ଏହା ଅଧିକ ସହଯୋଗ କରିବ। ଏଥିରେ ଅସଫଳ ହେଲେ ବିଦେଶ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ଚୁକ୍ତି ଲାଗି ଭାରତକୁ ଆଉ ବିଶ୍ୱାସକୁ ନେବେ ନାହିଁ। ହେଗ ରାୟକୁ ପରାଜୟ ମଧ୍ୟରେ ବିଜୟ ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri