ପରାଜୟ ମଧ୍ୟରେ ବିଜୟ

ଭୋଡାଫୋନ କେସ୍‌ ଜନମାନସରୁ ଲିଭିଯିବାକୁ ଚାହଁୁନି। ଏହାର ୧୩ ବର୍ଷ ଇତିହାସ ମଧ୍ୟରେ ଏବକାର ଘଟଣାରେ ହେଗସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଏହି ବ୍ରିଟିଶ ଟେଲିକମ୍‌ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି ।
ଏହାକୁ ଯଦି ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ ଚ୍ୟାଲେଞ୍ଜ ନ କରିବେ ତେବେ ଭୋଡାଫୋନ ଗ୍ରୁପକୁ କ୍ୟାପିଟାଲ ଗେନ୍‌ ଓ ଓ୍ବିଥହୋଲ୍‌ଡିଂ ଟ୍ୟାକ୍ସ ବାବଦକୁ ଆୟକର ବିଭାଗକୁ ଦେବାକୁ ଥିତ୍ତ୍ବା ୨୦,୦୦୦ କୋଟି (ସୁଧ ଓ ଜରିମାନା ସହ) ଟଙ୍କା ଟିକସରୁ ରକ୍ଷା ପାଇଯିବ। ରାୟରେ ଆର୍ବିଟ୍ରେଶନ କୋର୍ଟ ଦର୍ଶାଇଛନ୍ତି ଯେ, ପୂର୍ବ ଆଇନକୁ ଉପଯୋଗ କରି ଭାରତ ଓ ନେଦରଲାଣ୍ଡ ମଧ୍ୟରେ କରାଯାଇଥିତ୍ବା ଦ୍ୱିପାକ୍ଷିକ ନିବେଶ ଚୁକ୍ତିର ଧାରା ୪(୧)ରେ ପ୍ରଦାନ କରାଯାଇଥିତ୍ବା ଫେୟାର ଇକ୍ୱିପମେଣ୍ଟ ଟ୍ରିଟମେଣ୍ଟ ପ୍ରୋଟେକଶନର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଛି। ଏହି ରାୟ ଏକ କ୍ଷତିକାରକ ବିବାଦକୁ ଶେଷ କରିବା ଉଚିତ ବୋଲି ଆମେ ଆଶା କରୁ ।
କିନ୍ତୁ ସରକାର ତାଙ୍କ ଯୋଜନା ବଦଳାଇବାକୁ ଚାହଁୁ ନ ଥିବା ଜଣାପଡ଼ୁଛି। ହେଗ୍‌ କୋର୍ଟର ରାୟ ସହ ଏକମତ ହେବାକୁ ମନା କରିଦେଇଛନ୍ତି। ବରଂ ଏହି ରାୟକୁ କାର୍ଯ୍ୟକାରୀ କରାଇ ନ ଦେବାକୁ ବିକଳ୍ପ ଖୋଜୁଛନ୍ତିି। ଭୋଡାଫୋନ୍‌ କେସ୍‌ ୨୦୦୭ର। ଭୋଡାଫୋନ ଇଣ୍ଟରନ୍ୟାଶନାଲ ହୋଲଡିଂ ବିଭି ହଚିସନ ଏସାର ଲିମିଟେଡର ୬୭ % ଅଂଶଧନ ୧୧ ବିଲିୟନ ଡଲାରରେ ଅଧିଗ୍ରହଣ କରିବାକୁ ଚୁକ୍ତି କରିବା ସମୟରେ ଭାରତୀୟ ଟ୍ୟାକ୍ସ ଅଧିକାରୀମାନେ ଏହି ଦାବି ଉଠାଇଥିଲେ। ଭାରତରେ ହଚିସନର ମୋବାଇଲ ଟେଲିଫୋନି ବିଜନେସ ସହ ଅନ୍ୟ ଆସେଟ ବି ଏଥିରେ ସାମିଲ ଥିତ୍ତ୍ଲା। ସେହି ବର୍ଷ ସେପ୍ଟେମ୍ବରରେ ଭାରତ ସରକାର ପ୍ରଥମେ ୭,୯୯୦ କୋଟି ଟଙ୍କା ଭୋଡାଫୋନ୍‌ଠାରୁ ଟିକସ ଦାବି କରିଥିଲେ। ହଚିସନକୁ ଟଙ୍କା ଦେବା ପୂର୍ବରୁ ଭୋଡାଫୋନ ଟିକସ ଦେଇ ଦେବା ଉଚିତ ବୋଲି କହିଥିଲେ। ଅଂଶଧନ କ୍ରୟ କାରବାର ଚୁକ୍ତି ଭାରତ ବାହାରେ ହୋଇଥିବାରୁ ଭୋଡାଫୋନ ଟ୍ୟାକ୍ସ ଦେବାକୁ ମନା କରି ଦେଇଥିଲା।
ଆୟକର ବିଭାଗର ଏହି ନିର୍ଦ୍ଦେଶକୁ ଭୋଡାଫୋନ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟ ଆୟକର ବିଭାଗ ସପକ୍ଷରେ ରାୟ ଦେଇଥିଲେ। ଏହାପରେ ଭୋଡାଫୋନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୧୨ରେ ସୁପ୍ରିମକୋର୍ଟ ରାୟ ଦେଇଥିତ୍ଲେ ଯେ, ୧୯୬୧ ଆୟକର ଆଇନ ଉପରେ ଭୋଡାଫୋନ ଗ୍ରୁପ୍‌ ଦେଇଥିବା ସ୍ପଷ୍ଟୀକରଣ ଯୁକ୍ତିଯୁକ୍ତ ଓ କମ୍ପାନୀ ଅଂଶଧନ କ୍ରୟ କରିବା ଯୋଗୁ ଟ୍ୟାକ୍ସ ଦେବନାହିଁ। ଦୁର୍ଭାଗ୍ୟବଶତଃ କାହାଣୀ ଏଇଠି ଶେଷ ହେଲା ନାହିଁ। ପୂର୍ବତନ ବିତ୍ତମନ୍ତ୍ରୀ ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଫାଇନାନ୍ସ ଆଇନରେ ସଂଶୋଧନ କରିବାର ପ୍ରସ୍ତାବ ଆଣିି ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରି ନ ଥିଲେ। ଏହି ଘଟଣାରେ ଉକ୍ତ ସଂଶୋଧନରେ ପୂର୍ବପରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ୟାକ୍ସ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରାଗଲା। ପାର୍ଲାମେଣ୍ଟରେ ସେହି ବର୍ଷ ବି ଏହାକୁ ପାସ୍‌ କରାଗଲା ଓ କମ୍ପାନୀକୁ ସୁଧ ସହ ଟ୍ୟାକ୍ଦ ଦେବାକୁ କୁହାଗଲା। ସେବେଠାରୁ ପୂର୍ବ ଟ୍ୟାକ୍ସେଶନ କେସ୍‌ ଠାରୁ ଏହା ଆହୁରି ଖରାପ ହୋଇଗଲା। ଏହା ଉପରେ ବହୁ ହୋ ହାଲ୍ଲା ହୋଇଛି। ପୂର୍ବ ଟ୍ୟାକ୍ସ ଦାବି କରିବା ଭଳି ପଦକ୍ଷେପକୁ ଦେଖି ବିଶ୍ୱସ୍ତରର ବହୁ କମ୍ପାନୀ ସରକାରଙ୍କ ଚିନ୍ତାର କାରଣ ପାଲଟିଲେ।
ସେମାନେ ସେବେଠାରୁ ଭାରତରେ ସେମାନଙ୍କ ନିବେଶ ଯୋଜନାକୁ ବନ୍ଦ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଦେଶ ବହୁ ବିଜନେସ ହରାଇଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଅର୍ଥ ମନ୍ତ୍ରୀ ବିଦେଶୀ ନିବେଶକଙ୍କ ଆଶଙ୍କା ଦୂର କରିବା ଲାଗି ପ୍ରୟାସ କରିଆସିଛନ୍ତି। କିନ୍ତୁ ସବୁ ଭୋଡାଫୋନ କେସ୍‌ର ଦୃଷ୍ଟାନ୍ତ ଦେଇଆସୁଛନ୍ତି।
ସରକାର ହେଗ୍‌ କୋର୍ଟର ରାୟକୁ ଗ୍ରହଣ କରିବା ସହ ଏହି ଆଇନଗତ ଯୁଦ୍ଧକୁ ଶେଷ କରିବା ଉଚିତ। ଏହାକୁ ଆଉ ଆଗକୁ ବଢାଇବା ଉଚିତ ନୁହେଁ। ସରକାରଙ୍କ ବିରୋଧରେ ଏହା ବିଦେଶୀ ନିବେଶକଙ୍କ ମଧ୍ୟରେ ଢେର ଅସନ୍ତୋଷ ସୃଷ୍ଟି କରିଛି। ଆଇନଗତ ଯୁଦ୍ଧ ଶେଷ ହେଲେ ବିଦେଶୀ ନିବେଶକଙ୍କ ସମର୍ଥନ ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ଏହା ଅଧିକ ସହଯୋଗ କରିବ। ଏଥିରେ ଅସଫଳ ହେଲେ ବିଦେଶ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ଚୁକ୍ତି ଲାଗି ଭାରତକୁ ଆଉ ବିଶ୍ୱାସକୁ ନେବେ ନାହିଁ। ହେଗ ରାୟକୁ ପରାଜୟ ମଧ୍ୟରେ ବିଜୟ ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri