ଶୋଷଣର ଶିକାର ମହୁଲଫୁଲ ଗୋଟାଳି

ଭବାନୀପାଟଣା,୧୭।୩(ସ୍ବ.ପ୍ର.): ମହୁଲ ଫୁଲ ପଶ୍ଚିମ ଓଡିଶାର ଗ୍ରାମ୍ୟ ଜନଜୀବନରେ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ। ଦୁର୍ବଳ ଥିବା ବ୍ୟକ୍ତି ବିଶେଷଙ୍କର ଆଶାର ସଞ୍ଚାର କରି ପରିବାର ପାଇଁ ଆନନ୍ଦ ଉଲ୍ଳାସର ଦ୍ରବ୍ୟ ହେଉଛି ମହୁଲ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ବେଶ ଭଲ ରାଜସ୍ବ ଯୋଗାଇ ଥିବା ଏକ ମାପକାଠି ହେଉଛି ମହୁଲ ଫୁଲ। କଳାହାଣ୍ଡି ଜିଲାରେ ଉଚିତ ବଜାର ସୁବିଧା ନ ଥିବାରୁ ସଂଗ୍ରହକାରୀ ଦଲାଲ ହାବୁଡରେ ପଡି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଜିଲାର ଗରିବ ଆଦିବାସୀ ଭୋରରୁ ଜଙ୍ଗଲକୁ ଯାଇ ମହୁଲ ଗଛ ତଳୁ ଫୁଲ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବା ତାଙ୍କର ଆଶା ଥାଏ। ହେଲେ ପଞ୍ଚାୟତରେ ଧାର୍ଯ୍ୟ ହୋଇଥିବା ମୂଲ୍ୟ ସେମାନେ ଜାଣିପାରନ୍ତି ନାହିଁ। ଅଞ୍ଚଳର ବ୍ୟବସାୟୀମାନେ ଦଲାଲମାନଙ୍କ ହାତ ବାରିସି କରି ଗରିବ ନୀରିହ ମହୁଲ ଗୋଟାଳିଙ୍କଠାରୁ କମ ଦରରେ କ୍ରୟ କରି ମୋଟା ଅଙ୍କରେ ଟଙ୍କା କମାଇବାର ମାଧ୍ୟମ ହୋଇପଡିଛି। ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରି ମହୁଲ ଫୁଲ କ୍ରୟ କରିବା ପାଇଁ ୨୦୦୨ରେ ଗ୍ରାମ୍ୟ ପଞ୍ଚାୟତକୁ ଧାର୍ଯ୍ୟ ଦର ହସ୍ତାନ୍ତର ସରକାରଙ୍କ ଦ୍ୱାରା କରାଯାଇଛି। ସେହି ବର୍ଷ ପଞ୍ଚାୟତରେ ନିୟମ ଲାଗୁ କରାଯାଇ ପଞ୍ଚାୟତିରାଜ ସମିତି ପକ୍ଷରୁ ଏକ କମିଟି ଜରିଆରେ ୧୦୦ ଟଙ୍କାର ଲାଇସେନ୍ସ କରି ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପଞ୍ଚାୟତରୁ କ୍ରୟ କରିବାର ଅଧିକାର ସାବ୍ୟସ୍ତ କରାଯାଇଛି। ହେଲେ ଦଲାଲ ହାବୁଡରେ ପଡି ମହୁଲ ଫୁଲ ଗୋଟାଳିର ଆଶା ଆଶାରେ ହିଁ ରହିଯାଉଛି। ମହୁଲ ଫୁଲ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହାର କାରଣରୁ ସରକାର ପ୍ରଚୁର ରାଜସ୍ବ ପାଉଛନ୍ତି। ଚଳିତବର୍ଷ ଜିଲାରେ ମହୁଲ କିଣିବା ପାଇଁ ୮୦ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜିଲାପାଳ ସୂଚନା ଦେଇଥିଲେ। ହେଲେ ପରିଚାଲନାଗତ ତ୍ରୁଟି ଯୋଗୁ ମହୁଲ ଫୁଲ ଗୋଟାଳି ଲାଭ ପ୍ରତିବଦଳରେ କ୍ଷତି ସହୁଛନ୍ତି। ରାଜ୍ୟ ସରକାର ମହୁଲ ଗୋଟାଳିଙ୍କ ପାଇଁ ଏକ ନିୟମ ଧାର୍ଯ୍ୟ କରି ସିଧାସଳଖ ମହୁଲ ନେଲେ ସେମାନେ ଲାଭବାନ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri