ବିୟର ଗ୍ରିଲ୍ସଙ୍କ ଆଡଭେଞ୍ଚର ଶୋ’ରେ ନଜର ଆସିବେ ଭିକି

ମୁମ୍ବାଇ: ଅଭିନେତା ଭିିକି କୌଶଲ ଆଡଭେଞ୍ଚର ଶୋ’ରେ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ। ବଲିଉଡ୍‌ ଅଭିନେତା ଅନିଲ କୁମାର, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ପରେ ଏବେ ତାଙ୍କୁ ଦେଖିବାକୁ ମିଳିବ। ସୋସିଆଲ ମିଡିଆ ମାଧ୍ୟମରେ ଭିକି ଶୋ’ର ପୋଷ୍ଟର ଶେୟାର କରି ଆଡଭେଞ୍ଚର ଟ୍ରିପ ବିଷୟରେ ସୂଚନା ଦେଇଛନ୍ତି ।

ତେବେ ଏହି ପୋଷ୍ଟର ଶେୟାର କରି ଭିକି କ୍ୟାପସନରେ ଲେଖିଛନ୍ତି ଯେ,‘ଜୀବନର ସବୁଠାରୁ ବଡ ଆଡଭେଞ୍ଚର ସେ ପୁଣି ସରଭାଇଭାଲ ଏକ୍ସପର୍ଟ ବିୟର ଗ୍ରିଲ୍ସଙ୍କ ସହ, ଏବଂ ବିୟର ଗ୍ରିଲ୍ସ ମୋ ପାଇଁ କଣ ପ୍ଲାନ କରିଛନ୍ତି ବୋଲି ସେ କହିଛନ୍ତି। ଶୋ’ ଇନ ଟୁ ଦି ୱାଇଲ୍ଡର ପ୍ରିମିୟର ନଭେମ୍ବର ୧୨ରେ ହେବ ବୋଲି ଜଣାପଡିଛି।
ତେବେ ତାଙ୍କର ଏହି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସମାନେ ଏହାକୁ ବେଶ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।

Share