ବଲିଉଡର ଚର୍ଚ୍ଚିତ କପଲ୍ଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଳ ଅନ୍ୟତମ। ଉଭୟ ଆଜିକାଲି ପୁଅ ବିହାନ ସହ ସମୟ ବିତାଉଛନ୍ତି। ନିକଟରେ ବିକି ପିତା ହେବାର ଅଭିଜ୍ଞତା ବାଣ୍ଟିଛନ୍ତି। ବିହାନ ଏବେ ତିନି ମାସର। ମୁଁ ଏବେ କେବଳ ଜଣେ ଚିୟରଲିଡର ହେବାକୁ ଚେଷ୍ଟା କରୁଛି ଏବଂ ତା’ ବଡ଼ ହେବାକୁ ଅପେକ୍ଷା କରୁଛି ବୋଲି କୁହନ୍ତି ବିକି।
ଏହାସହ ବିକି ସ୍ତ୍ରୀ କ୍ୟାଟ୍ରିନାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସ୍ତ୍ରୀଙ୍କ ପ୍ରତି ସମ୍ମାନ ପ୍ରକାଶ କରି ସେ କହିଛନ୍ତି, ବର୍ତ୍ତମାନ କ୍ୟାଟ୍ରିନା ଜଣେ ସୁପରହିରୋ । ସେ ତାଙ୍କ ଗର୍ଭାବସ୍ଥାରେ ଜଣେ ଯୋଦ୍ଧା ଥିଲେ। ମୁଁ ତାଙ୍କୁ ନେଇ ଗର୍ବିତ ଏବଂ ମୁଁ ତାଙ୍କୁ ବହୁତ ଭଲ ପାଏ।
୨୦୨୫ ବିକିଙ୍କ ପାଇଁ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିଅର ଉଭୟ ଦୃଷ୍ଟିରୁ ଏକ ମହାନ ବର୍ଷ ପ୍ରମାଣିତ ହୋଇଛି। ‘ଚାଭା’ରେ ଛତ୍ରପତି ସମ୍ଭାଜୀ ଭାବରେ ତାଙ୍କର ଅଭିନୟ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ପ୍ରଶଂସକମାନେ ତାଙ୍କୁ ସଞ୍ଜୟ ଲୀଲା ବଂଶାଲିଙ୍କ ଫିଲ୍ମ ‘ଲଭ ଆଣ୍ଡ ୱାର୍’ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିପକ୍ଷରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।
Dharitri – Odisha’s No.1 Odia Daily

