ଭିକ୍କିଙ୍କ ଘରେ ନୂଆ ଅତିଥି

ମୁମ୍ବାଇ: ଆଜିକାଲି ବଲିଉଡ୍ ସେଲିବ୍ରିଟିମାନେ ନୂଆ ନୂଆ ଜିନିଷ କ୍ରୟ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କିଏ ଘର କିଣୁଛି ତ ପୁଣି କିଏ ଲକ୍‌ଜରିୟସ ଗାଡି । ଏବେ ଅଭିନେତା ଭିକ୍କି କୌଶଲ ଏକ ଲକଜରିୟସ ଗାଡି କିଣି ଏହାର ଏକ ଫଟୋ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ଘରକୁ ଆସିଛି ନୂଆ ଅତିଥି । ଭିକ୍କି ରେଞ୍ଜ ରୋଭର ଗାଡି କିଣିବା ସହ ଏହାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏଥିରେ ସେ ମଥାରେ ତିଲକ ଲଗାଇ ଥିବା ଦେଖାଯାଇଛି । ତେବେ ଭିକ୍କିଙ୍କ ଏହି ନୂଆ ଅତିଥିକୁ ନେଇ ଅଭିନେତ୍ରୀ କ୍ୟାଟ୍ରନା କୈଫ ଖୁବ୍ ଖୁସି ଥିବେ ବୋଲି କୁହାଯାଉଛି । କିଛିଦିନ ହେବ ଉଭୟଙ୍କ ରିଲେସନଶିପକୁ ନେଇ ଆଲୋଚନା ହେଉଥିବା ବେଳ ଏମାନେ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରି ନାହାଁନ୍ତି । କିନ୍ତୁ ଅନେକ ଥର ଉଭୟଙ୍କୁ ପରସ୍ପରଙ୍କ ଘରେ ସ୍ପଟ କରାଯାଇଛି । ଏମିତିକି ଜନ୍ମଦିନ ପାର୍ଟିର ଫଟୋରେ ବି ଉଭୟ ଏକାଠି ନଜର ଆସିଥିବା ବେଳେ କ୍ୟାଟ୍ରିନାଙ୍କ ଭଉଣୀ ସୋସିଆଲ ମିଡିଆରେ ଶେୟାର କରିଥିବା ଭିକ୍କି-କ୍ୟାଟ୍ରିନାଙ୍କ ଫଟୋକୁ କିଛି ସମୟ ମଧ୍ୟରେ କ୍ୟାଟ୍ରିନା ଡିଲିଟ୍ କରିଦେଇଥିବା ଖବର ବି ରହିଛି ।

Share