ଲିକ୍ ହେବନାହିଁ କ୍ୟାଟ୍ରିନା-ଭିକ୍କିଙ୍କ ବିବାହ ଫଟୋ, ରାଇଟ୍ସ ବିକ୍ରି ସରିଛି ଅନ୍ତର୍ଜାତୀୟ ମାଗାଜିନକୁ!

ମୁମ୍ବାଇ: ଏବେ ବଲିଉଡର ବହୁ ଚର୍ଚ୍ଚିତ ଯୋଡି ହେଉଛନ୍ତି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଆଉ ମାତ୍ର ୨-୩ ଦିନ ପରେ ତାଙ୍କର ବିବାହ ହେବ । ଏବେ ଏମାନଙ୍କ ବିବାହକୁ ନେଇ ବହୁତ ପ୍ରକାର ଖବର ସାମ୍ନାକୁ ଆସୁଛି । ଯେମିତିକି ଏମାନେ କେବେ, କେଉଁଠି, କିପରି ବିବାହ କରିବେ । ବିବାହରେ କାହାକୁ ଅତିଥି ଡାକିବେ ଏଥିପାଇଁ କେତେ ଖର୍ଚ୍ଚ ହେବ । ଏମାନଙ୍କ କଷ୍ଟ୍ୟୁମର ଦାମ କେତେ ଇତ୍ୟାଦି ଇତ୍ୟାଦି ।
ଏବେ ଶୁଣିବାକୁ ମିଳିଛି କି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଫଟୋ ଲିକ୍ ହେବନାହିଁ । କାରଣ ସେମାନେ କୁଆଡେ ଏହାର ରାଇଟ୍ସ ଗୋଟିଏ ଅନ୍ତର୍ଜାତୀୟ ମାଗାଜିନକୁ ବିକ୍ରି କରିଦେଇଛନ୍ତି । ଆହୁରି ମଧ୍ୟ ଶୁଣିବାକୁ ମିଳିଛି କି କ୍ୟାଟ୍ରିନା ଓ ତାଙ୍କ ଟିମ ସେହି ମାଗାଜିନର ଇଣ୍ଡିଆନ ଏଡିଶନ ସହ ଖୁବଶୀଘ୍ର ଡିଲ ଫାଇନାଲ କରିବେ । ଏଥିପାଇଁ କ୍ୟାଟ୍ରିନାଙ୍କୁ ମୋଟା ଅଙ୍କର ଅର୍ଥ ବି ମିଳିବ । ଏମିତିବି ଖବର ରହିଛି କି ବିବାହକୁ ଆସୁଥିବା ଅତିଥିଙ୍କଠାରୁ ନନ ଡିକଲାରେଶନ ଏଗ୍ରିମେଣ୍ଟ ବି ସାଇନ୍ କରାଯିବ । ଯାହା ଫଳରେ ବିବାହର କୌଣସି ଫଟୋ ବା ଭିଡିଓ ଲିକ୍ ହୋଇ ପାରିବ ନାହିଁ । କେବଳ ଏହି ଯୋଡି ନୁହେଁ ବଲିଉଡର ଆଉ କେତେଜଣ ଯୋଡି ବି ନିଜ ବିବାହ ବେଳର ଫଟୋ ଓ ଭିଡିଓକୁ କୋଟି କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଏପଟେ ଭିକ୍କି-କ୍ୟାଟ୍ରିନାଙ୍କ ବିବାହ ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି । ଏମାନଙ୍କ ବିବାହକୁ ନେଇ ବହୁ ଖବର ଆସୁଥିଲେ ବି ଏମାନେ କିନ୍ତୁ ଏପର୍ଯ୍ୟନ୍ତ ବିବାହକୁ ନେଇ ଅଫିସିୟାଲି କିଛି କହି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri