ଗଞ୍ଜାଙ୍କୁ ଭାଏଗ୍ରା

ଭାରତ ବହୁବିଧ ସଂସ୍କୃତିରେ ଭରପୂର। ଜାନୁଆରୀ ମଧ୍ୟବର୍ତ୍ତୀ ସମୟରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ଅର୍ଥାତ୍‌ ଶୀତ ସରିଯିବାର ଏହା ସଙ୍କେତ ଦିଏ। ଓଡ଼ିଶାରେ ଏହା ମକର ସଂକ୍ରାନ୍ତି ଭାବେ ପାଳନ କରାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ସଂକ୍ରାନ୍ତି, ଆସାମରେ ମାଘ ବିହୁ, ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହରି, ଗୁଜରାଟରେ ଉତ୍ତରାୟଣ ଆଦି ଭିନ୍ନ ଭିନ୍ନ ନାମରେ ଉତ୍ସବ ପାଳନ ହୋଇଥାଏ। କୃଷିକୈନ୍ଦ୍ରିକ ଭାରତରେ ଏହା ଅମଳର ସମୟ ହୋଇଥିବାରୁ ସବୁଆଡ଼େ ଖାଦ୍ୟକୁ ନେଇ ଆନନ୍ଦ ପ୍ରକାଶ ପାଇଥାଏ। ହେଲେ କିଛି ଅଞ୍ଚଳରେ ଅଜବ ଧରଣର ପରମ୍ପରାକୁ ଗୁରୁତ୍ୱ ଦିଆଯାଇ ତାହାକୁ ଧୂମଧାମ୍‌ରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ତାମିଲନାଡୁରେ ଜାଲିକାଟୁକୁ ନେଇ ବିବାଦ ଲାଗିରହିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ମକର ସଂକ୍ରାନ୍ତି ବେଳେ ଆନ୍ଧ୍ରପ୍ରଦେଶର ବହୁ ସ୍ଥାନରେ ଗଞ୍ଜା ଲଢ଼େଇ ହୋଇଥାଏ, ଯେଉଁଥିରେ ଅନେକ କୋଟି ଟଙ୍କାର ଖେଳ ହୁଏ। କିନ୍ତୁ ଏବେ ଭାରତର ବହୁ ସ୍ଥାନରେ କୁକୁଡ଼ାଙ୍କ ମଧ୍ୟରେ ଶ୍ୱାସପ୍ରଶ୍ୱାସଜନିତ ରୋଗ ବ୍ୟାପୁଛି। ତାହାକୁ ରାଣୀଖେତ ନାମ ଦିଆଯାଇଛି। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବା ଗଞ୍ଜା ଆସନ୍ତା ସଂକ୍ରାନ୍ତି ସମୟରେ ଭଲଭାବେ ଲଢ଼ିପାରିବ ବୋଲି ମାଲିକମାନଙ୍କର ବିଶ୍ୱାସ ହେଉନାହିଁ। ସେଥିପାଇଁ ଏବେଠାରୁ ମାଲିକମାନେ ନିଜର ଲଢ଼ୁଆ ଗଞ୍ଜାଙ୍କୁ ଭିଟାମିନ ଏବଂ ମଣିଷ ଖାଉଥିବା ଭାଏଗ୍ରା ଦେବାକୁ ଆରମ୍ଭ କଲେଣି। ଉଲ୍ଲେଖଯୋଗ୍ୟ ଯେ ଭାଏଗ୍ରା ମୂଳତଃ ଉଚ୍ଚରକ୍ତଚାପ ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ଉପଶମ ଲାଗି ପ୍ରସ୍ତୁତ କରାଯାଇଥିଲା। ପରୀକ୍ଷା ବେଳେ ଜଣାପଡ଼ିଲା ଯେ, ତାହା ସେହି ରୋଗ ପାଇଁ କାର୍ଯ୍ୟ କରୁନାହିଁ। କିନ୍ତୁ ପୁରୁଷଙ୍କ ଯୌନ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇବାରୁ ଏହା ଉପରେ ଗବେଷଣା କରି ଉଦ୍ଭାବନ କରିଥିବା ଔଷଧୀୟ କମ୍ପାନୀ ଫାଇଜର ତାହାକୁ ଭିନ୍ନ ଭାବେ ବିକ୍ରି କଲା। ଫଳସ୍ବରୂପ ଭାଏଗ୍ରା ଔଷଧ ଜଗତରେ ଏକ ବିପ୍ଳବ ଆଣିଲା। ବିଶେଷଜ୍ଞଙ୍କ ମତରେ ଆନ୍ଧ୍ରର ଗଞ୍ଜାଗୁଡ଼ିକୁ ଭାଏଗ୍ରା ସହିତ ଷ୍ଟେରଏଡ୍‌ଯୁକ୍ତ ଖାଦ୍ୟ ଖାଇବାକୁ ଦିଆଯାଉଥିବାରୁ ତାହାର ନକାରାତ୍ମକ ଦିଗ ପରବର୍ତ୍ତୀ ସମୟରେ ଜଣାପଡ଼ିପାରେ। ଏହି ଗଞ୍ଜା ଓ କୁକୁଡ଼ାଗୁଡ଼ିକୁ ଯଦି ମଣିଷ ଖାଇବେ ତେବେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ।
କୋଭିଡ୍‌-୧୯ର ଉତ୍ପତ୍ତି ଚାଇନାରୁ ହୋଇଥିବା ବିଶ୍ୱାସ କରାଯାଉଛି। ଖାଦ୍ୟ ଚାହିଦା ମେଣ୍ଟାଇବା ଲାଗି ସେଠାରେ କୁକୁଡ଼ାଠାରୁ ଆରମ୍ଭ କରି କୁକୁରଗୁଡ଼ିକୁ କିଭଳି କମ୍‌ ସମୟରେ ବଢ଼ାଇ ଦିଆଯାଇପାରିବ, ସେଥିଲାଗି ଅନେକ ପ୍ରକାର ଇଞ୍ଜେକଶନ ଦିଆଯାଉଥିବା ଭିଡିଓ ଡିଜିଟାଲ ଗଣମାଧ୍ୟମରୁ ଦେଖିବାକୁ ମିଳୁଛି। ଅର୍ଥାତ୍‌ ଏହି ଜୀବଗୁଡ଼ିକୁ ପ୍ରାକୃତିକ ଉପାୟରେ ବଢ଼ିବା ଲାଗି ସୁଯୋଗ ଦିଆଯାଉ ନାହିଁ। ଭାରତ ମଧ୍ୟ ଅନୁରୂପ ପଦ୍ଧତି ଅନୁସରଣ କରିବାରେ ବ୍ୟସ୍ତ। ସମ୍ଭବତଃ ସେଥିପାଇଁ ଦିନକୁ ଦିନ ନୂଆ ଭୂତାଣୁର ଆବିର୍ଭାବ ଘଟୁଛି। ବର୍ତ୍ତମାନ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ୍‌ଭର୍ତ୍ତି ପରିବେଶ ଓ ଧୂଳିଧୂଆଁରେ ଆଚ୍ଛାଦିତ ବାୟୁମଣ୍ଡଳରେ ପ୍ରଶ୍ୱାସ ନେବା କଷ୍ଟକର ହେଉଥିବା ବେଳେ ମଣିଷ ପ୍ରକୃତି ଓ ଜୀବଜନ୍ତୁଙ୍କ ଜୀବନକୁ ଦୁର୍ବିଷହରେ ପକାଇ ଆଗକୁ ଆହୁରି ଦୁର୍ଦ୍ଦିନକୁ ଡାକିଆଣୁଛି। କହିବାକୁ ଗଲେ ମଣିଷ ନିଜ ଗୋଡ଼ରେ କୁରାଢ଼ି ମାରୁଛି।
ସଂକ୍ରାନ୍ତି ଭଳି ପର୍ବ ପ୍ରକୃତି ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଥିଲା। ମଣିଷର ଲୋଭ ସେହିସବୁ ପର୍ବପର୍ବାଣିକୁ ବିକୃତ ରୂପ ଦେବାକୁ ଆରମ୍ଭ କଲାଣି। ଜାଣତରେ ହେଉ ବା ଅଜାଣତରେ, ଯେଉଁସବୁ ଆଧୁନିକ ଉପାୟ ବ୍ୟବହାର କରି ମଣିଷ ଭାବୁଛି ତାହାର ଐତିହ୍ୟକୁ ଭିନ୍ନ ରୂପେ ଆଙ୍କିବ, ସେଥିରେ ଅନେକ ଦୁର୍ଦ୍ଦଶା ଘଟିପାରେ। ଉଦାହରଣସ୍ବରୂପ, କେନ୍ଦ୍ର ସରକାର ନିକଟରେ ପରିବର୍ତ୍ତନ କରିଥିବା ନ୍ୟାୟ ସଂହିତାକୁ ଦେଖିଲେ ଏକ ବିକୃତ ମାନସିକତାର ପରିଚୟ ମିଳୁଛି। ଏହି ନୂତନ ଆଇନ ବହିରୁ ବାଦ୍‌ପଡ଼ିଛି ଏକ ଗୁରୁତ୍ୱପୂର୍ଣ୍ଣ ଭାଗ। ପୂର୍ବରୁ ଥିଲା ମଣିଷ ଯଦି ପଶୁପକ୍ଷୀଙ୍କୁ ଯୌନ ନିର୍ଯାତନା ଦେଇଥାଏ, ତେବେ ତାହା ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ହେଉଥିଲା। ନୂଆ ଭାରତୀୟ ନ୍ୟାୟ ସଂହିତାରେ ସେହି ଆଇନକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ପକାଇ ଦିଆଯାଇଛି। ଏହା ଫଳରେ ଅନେକ ନାମୀଦାମୀ ଲୋକଙ୍କୁ ସହଜରେ ପ୍ରଶ୍ୱାସ ନେବାର ସୁଯୋଗ ସୃଷ୍ଟି କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri