ସମୂହ ଛୁଟିରେ ରହି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ: ସେବା ନ ପାଇ ଲୋକେ ହଟହଟା

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏଥିରେ ସଂଘର ବରଗଡ଼ ଜିଲା ଶାଖା ମଧ୍ୟ ସାମିଲ ହୋଇଛି । ଗତ ଜାନୁଆରୀ ୧୮ତାରିଖରୁ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ରହି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଆନ୍ଦୋଳନକୁ ୩ ସପ୍ତାହ ବିତିଯାଇଛି । ହେଲେ ପ୍ରାଣୀ ଚିକିତ୍ସକଙ୍କ ଦାବି ସମୂହ ଉପରେ କିଛି ନିର୍ଯାସ ବାହାରି ପାରିନାହିଁ। ଅନ୍ୟପଟେ ଲୋକେ ପ୍ରାଣୀ ଚିକିତ୍ସା ବିଭାଗ ଯୋଗାଉଥିବା ସେବାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରାଣୀ ଚିକିତ୍ସା ସେବା ନ ପାଇ ଲୋକେ ହଟହଟା ହେବା ସହିତ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗୁରୁବାର ପ୍ରାଣୀ ଚିକିତ୍ସା ସେବାରୁ ବଞ୍ଚିତ ବିଭିନ୍ନ ଗ୍ରାମର ଲୋକେ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଭାରପ୍ରାପ୍ତ ଅଧିକାରୀ ଡା. ପି. ସି. ଜେନାଙ୍କୁ ଫେରାଦ ହୋଇଥିଲେ ଏବଂ ସ୍ମାରକପତ୍ର ପ୍ରଦାନ ସହିତ ସେମାନଙ୍କ ସମସ୍ୟା ଉପରେ ଅବଗତ କରିଥିଲେ।

ବରପାଲି ବ୍ଲକ ଅଧୀନ ସତଲମା ଗ୍ରାମର ଦୀପାଳି ପୂଜାରୀ ପ୍ରଶାସନର ଦ୍ୱାରସ୍ଥ ହୋଇ ଜଣାଇଛନ୍ତି, ସେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(ଏମ୍‌କେୟୁୱାଇ)ରେ ଏକ ଗାଈଫାର୍ମ କରିଛନ୍ତି । ଫାର୍ମରେ ବର୍ତ୍ତମାନ ୨୦ଟି ଗାଈ ଅଛନ୍ତି । ସମୂହ ଛୁଟିରେ ଥିବାରୁ ପ୍ରାଣୀ ଚିକିତ୍ସକମାନେ ଫାର୍ମ ପରିଦର୍ଶନ କରିବାକୁ ଆସୁନାହାନ୍ତି । ଫଳରେ ଗାଈମାନଙ୍କର ବୀମା ହୋଇ ପାରୁ ନ ଥିବାବେଳେ ଗାଈମାନଙ୍କୁ କୌଣସି ଚିକିତ୍ସା ସେବା ମଧ୍ୟ ମିଳି ପାରୁନାହିଁ । ଏହାସହିତ ଗାଈମାନଙ୍କ କୃତ୍ରିମ ପ୍ରଜନନ ସୁବିଧା ମଧ୍ୟ ହୋଇପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ବରପାଲି ବ୍ଲକ ଅନ୍ତର୍ଗତ ଧୀରପୁର ଗ୍ରାମର ମାଁ ସମଲେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ଦଳ ମଧ୍ୟ ଜିଲାପାଳ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଫେରାଦ ହୋଇଥିଲେ। ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଏକ ଛେଳିଫାର୍ମ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଛେଳି ଗୁହାଳ ନିର୍ମାଣ କରିଛନ୍ତି । କିନ୍ତୁ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ରହିଥିବାରୁ ପରିଦର୍ଶନରେ ଆସୁନାହାନ୍ତି। ଫଳରେ ସେମାନେ ପ୍ରଥମ ପର୍ଯ୍ୟାୟ ରିହାତି ମଧ୍ୟ ଏପର୍ଯ୍ୟନ୍ତ ପାଇ ପାରି ନ ଥିବା ଗୋଷ୍ଠୀର ସଭାନେତ୍ରୀ ଆରତୀ ମହାରଣା, ସମ୍ପାଦିକା ବେଦମତୀ ଖଟୁଆଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟାମାନେ କହିଛନ୍ତି।

ସେହିପରି ବିଜେପୁର ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ମାଁ ଘଣ୍ଟେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଅନୁରୂପ ଅଭିଯୋଗ କରିଛି । ସେମାନେ କରଜ କରି ୩୨ଟି ଛେଳି କିଣିସାରିଛନ୍ତି । ତେବେ ଉକ୍ତ ଗୋଷ୍ଠୀକୁ ପ୍ରଥମ ପର୍ଯ୍ୟାୟ ସରକାରୀ ସହାୟତା ମିଳିସାରି ଥିବାବେଳେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତାରୁ ବଞ୍ଚତ୍ତ ଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଷ୍ଠୀର କଳନି ମଲ୍ଲିକ, ଶାନ୍ତିଲତା ବିଶି, ଉପମା ସାହୁ, ଯାମିନୀ ମଲ୍ଲିକ, ସଞ୍ଜୁଲତା ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ୍‌ପିଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ଦୀର୍ଘଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି । ମାତ୍ର ସେ ଦିଗରେ କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ସେମାନେ ସମୂହ ଛୁଟିକୁ ଓହ୍ଲାଇଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ପ୍ରାଣୀ ଚିକିତ୍ସା ସେବା ଏବଂ ଅନ୍ୟ ବିଭାଗୀୟ କାର୍ଯ୍ୟ ପ୍ରଭାବିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri