ସମୂହ ଛୁଟିରେ ରହି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ: ସେବା ନ ପାଇ ଲୋକେ ହଟହଟା

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏଥିରେ ସଂଘର ବରଗଡ଼ ଜିଲା ଶାଖା ମଧ୍ୟ ସାମିଲ ହୋଇଛି । ଗତ ଜାନୁଆରୀ ୧୮ତାରିଖରୁ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ରହି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଆନ୍ଦୋଳନକୁ ୩ ସପ୍ତାହ ବିତିଯାଇଛି । ହେଲେ ପ୍ରାଣୀ ଚିକିତ୍ସକଙ୍କ ଦାବି ସମୂହ ଉପରେ କିଛି ନିର୍ଯାସ ବାହାରି ପାରିନାହିଁ। ଅନ୍ୟପଟେ ଲୋକେ ପ୍ରାଣୀ ଚିକିତ୍ସା ବିଭାଗ ଯୋଗାଉଥିବା ସେବାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରାଣୀ ଚିକିତ୍ସା ସେବା ନ ପାଇ ଲୋକେ ହଟହଟା ହେବା ସହିତ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗୁରୁବାର ପ୍ରାଣୀ ଚିକିତ୍ସା ସେବାରୁ ବଞ୍ଚିତ ବିଭିନ୍ନ ଗ୍ରାମର ଲୋକେ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଭାରପ୍ରାପ୍ତ ଅଧିକାରୀ ଡା. ପି. ସି. ଜେନାଙ୍କୁ ଫେରାଦ ହୋଇଥିଲେ ଏବଂ ସ୍ମାରକପତ୍ର ପ୍ରଦାନ ସହିତ ସେମାନଙ୍କ ସମସ୍ୟା ଉପରେ ଅବଗତ କରିଥିଲେ।

ବରପାଲି ବ୍ଲକ ଅଧୀନ ସତଲମା ଗ୍ରାମର ଦୀପାଳି ପୂଜାରୀ ପ୍ରଶାସନର ଦ୍ୱାରସ୍ଥ ହୋଇ ଜଣାଇଛନ୍ତି, ସେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(ଏମ୍‌କେୟୁୱାଇ)ରେ ଏକ ଗାଈଫାର୍ମ କରିଛନ୍ତି । ଫାର୍ମରେ ବର୍ତ୍ତମାନ ୨୦ଟି ଗାଈ ଅଛନ୍ତି । ସମୂହ ଛୁଟିରେ ଥିବାରୁ ପ୍ରାଣୀ ଚିକିତ୍ସକମାନେ ଫାର୍ମ ପରିଦର୍ଶନ କରିବାକୁ ଆସୁନାହାନ୍ତି । ଫଳରେ ଗାଈମାନଙ୍କର ବୀମା ହୋଇ ପାରୁ ନ ଥିବାବେଳେ ଗାଈମାନଙ୍କୁ କୌଣସି ଚିକିତ୍ସା ସେବା ମଧ୍ୟ ମିଳି ପାରୁନାହିଁ । ଏହାସହିତ ଗାଈମାନଙ୍କ କୃତ୍ରିମ ପ୍ରଜନନ ସୁବିଧା ମଧ୍ୟ ହୋଇପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ବରପାଲି ବ୍ଲକ ଅନ୍ତର୍ଗତ ଧୀରପୁର ଗ୍ରାମର ମାଁ ସମଲେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ଦଳ ମଧ୍ୟ ଜିଲାପାଳ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଫେରାଦ ହୋଇଥିଲେ। ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଏକ ଛେଳିଫାର୍ମ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଛେଳି ଗୁହାଳ ନିର୍ମାଣ କରିଛନ୍ତି । କିନ୍ତୁ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ରହିଥିବାରୁ ପରିଦର୍ଶନରେ ଆସୁନାହାନ୍ତି। ଫଳରେ ସେମାନେ ପ୍ରଥମ ପର୍ଯ୍ୟାୟ ରିହାତି ମଧ୍ୟ ଏପର୍ଯ୍ୟନ୍ତ ପାଇ ପାରି ନ ଥିବା ଗୋଷ୍ଠୀର ସଭାନେତ୍ରୀ ଆରତୀ ମହାରଣା, ସମ୍ପାଦିକା ବେଦମତୀ ଖଟୁଆଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟାମାନେ କହିଛନ୍ତି।

ସେହିପରି ବିଜେପୁର ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ମାଁ ଘଣ୍ଟେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଅନୁରୂପ ଅଭିଯୋଗ କରିଛି । ସେମାନେ କରଜ କରି ୩୨ଟି ଛେଳି କିଣିସାରିଛନ୍ତି । ତେବେ ଉକ୍ତ ଗୋଷ୍ଠୀକୁ ପ୍ରଥମ ପର୍ଯ୍ୟାୟ ସରକାରୀ ସହାୟତା ମିଳିସାରି ଥିବାବେଳେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତାରୁ ବଞ୍ଚତ୍ତ ଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଷ୍ଠୀର କଳନି ମଲ୍ଲିକ, ଶାନ୍ତିଲତା ବିଶି, ଉପମା ସାହୁ, ଯାମିନୀ ମଲ୍ଲିକ, ସଞ୍ଜୁଲତା ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ୍‌ପିଏ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ପ୍ରାଣୀ ଚିକିତ୍ସା ସେବା ସଂଘ ଦୀର୍ଘଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି । ମାତ୍ର ସେ ଦିଗରେ କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ସେମାନେ ସମୂହ ଛୁଟିକୁ ଓହ୍ଲାଇଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ପ୍ରାଣୀ ଚିକିତ୍ସା ସେବା ଏବଂ ଅନ୍ୟ ବିଭାଗୀୟ କାର୍ଯ୍ୟ ପ୍ରଭାବିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri