ଅତି ପ୍ରବଳ ବର୍ଷା ସମ୍ଭାବନା : ଏହି ଜିଲାରେ ୪୦-୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର, ୨୭ା୯: ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍‌ ମଧ୍ୟରେ ଗୋପାଳପୁର ନିକଟ ଦେଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ନବରଙ୍ଗପୁର ଜିଲାର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସହିତ ୪୦-୫୦ କି.ମି. ବେଗରେ ପବନ ହେବା ସହ ମଝିରେ ମଝିରେ ୬୦କି.ମି. ବେଗରେ ଝଟ୍‌କା ପବନ ବହିବ। ସେହିପରି କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୮ ତାରିଖରେ ଅବପାତ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବା ପରେ ରାଜ୍ୟରେ ବର୍ଷାର ବିସ୍ତୃତି କମିବ। ଏହାସତ୍ତ୍ୱେ ୧୨ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ମୁଖ୍ୟତଃ ଉତ୍ତର ଓ କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଜିଲାକୁ ସତର୍କତା ଜାରି ହୋଇଥିବା ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୯ ତାରିଖରୁ ରାଜ୍ୟରେ ବର୍ଷା କମିବ। ହେଲେ ଅକ୍ଟୋବର ୧ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅପରପକ୍ଷେ ଅବପାତ ପ୍ରଭାବରେ ଶୁକ୍ରବାର ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାବେଳେ ୯ ଜିଲାରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ସର୍ବାଧିକ ୬.୩ ମି.ମି ବର୍ଷା ହୋଇଛି। ସେହିପରି ଭଦ୍ରକ ଜିଲାର ଚାନ୍ଦବାଲି, କେନ୍ଦ୍ରାପଡ଼ା ଜିଲାର ଆଳି, ଯାଜପୁର ଜିଲାର ବିଞ୍ଝାରପୁର, କଟକ ଜିଲାର ମାହାଙ୍ଗା ଓ କଟକ ସମେତ ଢେଙ୍କାନାଳ, ନୟାଗଡ, ରାୟଗଡା, ନୂଆପଡ଼ା, ବରଗଡ଼ ଓ ଦେବଗଡ଼ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri