ବାରିପଦା ମାଟି ସହ ବହୁ ପରିଚିତ: ତଥାଗତ

ବାରିପଦା,୨୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାର ବରିଷ୍ଠ ନାଗରିକମାନେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀଙ୍କୁ ଗୁୁରୁବାର ଅପରାହ୍ନରେ ବାରିପଦାସ୍ଥିତ ସର୍କିଟ ହାଉସ୍‌ଠାରେ ସୌଜନ୍ୟମୂଳକ ସାକ୍ଷାତ୍‌ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶୁକ୍ରବାର ବାଙ୍ଗିରିପୋଷିସ୍ଥିତ ଖଇରୀ ରିସୋର୍ଟରେ ଆୟୋଜନ ହେବାକୁ ଥିବା ହାତୀ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ ସମ୍ପାଦକ ସତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସେ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ବେଳେ ବରିଷ୍ଠ ନାଗରିକମାନଙ୍କ ସହ ଭାବ ବିନିମୟ କରିଥିଲେ। ବରିଷ୍ଠ ନାଗରିକ ଦିବସ ପରିପ୍ରେକ୍ଷୀରେ କର୍ମକର୍ତ୍ତାମାନେ ସମ୍ପାଦକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ତଥାଗତ କହିଥିଲେ, ମୟୂରଭଞ୍ଜ ମାଟି ସହ ତାଙ୍କର ପୂର୍ବ ସମ୍ପର୍କ ଯୋଡ଼ି ହୋଇରହିଛି। ଏହା ହେଉଛି ତାଙ୍କ ଦ୍ୱିତୀୟ ଘର ସଦୃଶ। ଏଠାକାର ଲୋକମାନେ ଅତ୍ୟନ୍ତ ସରଳ। ସେମାନଙ୍କ ସହ କଥାବାର୍ତ୍ତା ହୋଇ ବେଶ୍‌ ଖୁସି ଲାଗୁଛି ବୋଲି ସେ କହଥିଲେ।
ବରିଷ୍ଠ ନାଗରିକ ସଂଘର ବିକ୍ରମ କେଶରୀ ଜେନା, ସର୍ବେଶ୍ୱର ଭୂୟଁା, ସୁବୋଧ ପଲେଇ, ରଘୁନାଥ ପଣ୍ଡା, କୁଞ୍ଜବନ ପୃଷ୍ଟି, ରବୀନ୍ଦ୍ର ନାଥ ନାୟକ, ରବୀନ୍ଦ୍ର ସାହୁ, ଶିଶିର ଲେଙ୍କା, ନନି ଗୋପାଲ ମହାନ୍ତିି, ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀଧର ପରିଡ଼ା, ଈଶ୍ୱର ଚନ୍ଦ୍ର ଦାସ, କ୍ଷୀରୋଦ ପଣ୍ଡା, ଈଶ୍ୱର ଚନ୍ଦ୍ର ପାତ୍ର, ରମାକାନ୍ତ ମହାନ୍ତ, ଅଶ୍ୱିନୀ ପାତ୍ର, ହରିହର ମହାନ୍ତ, ଉପେନ୍ଦ୍ର ମାଝୀ, ଖଗେଶ୍ୱର ଦାସ, ଦୀପକ କୁମାର ଦାଶ, ଚନ୍ଦ୍ରମୋହନ ମୁର୍ମୁ, ଡା. କିଶୋର କୁମାର ପାତ୍ର, କ୍ଷମରାଜ ଅଗ୍ରୱାଲ ଓ ନିମାଇଁ ଚରଣ ହଁାସଦା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri