ବାରିପଦା,୨୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାର ବରିଷ୍ଠ ନାଗରିକମାନେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀଙ୍କୁ ଗୁୁରୁବାର ଅପରାହ୍ନରେ ବାରିପଦାସ୍ଥିତ ସର୍କିଟ ହାଉସ୍ଠାରେ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶୁକ୍ରବାର ବାଙ୍ଗିରିପୋଷିସ୍ଥିତ ଖଇରୀ ରିସୋର୍ଟରେ ଆୟୋଜନ ହେବାକୁ ଥିବା ହାତୀ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ ସମ୍ପାଦକ ସତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସେ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ବେଳେ ବରିଷ୍ଠ ନାଗରିକମାନଙ୍କ ସହ ଭାବ ବିନିମୟ କରିଥିଲେ। ବରିଷ୍ଠ ନାଗରିକ ଦିବସ ପରିପ୍ରେକ୍ଷୀରେ କର୍ମକର୍ତ୍ତାମାନେ ସମ୍ପାଦକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ତଥାଗତ କହିଥିଲେ, ମୟୂରଭଞ୍ଜ ମାଟି ସହ ତାଙ୍କର ପୂର୍ବ ସମ୍ପର୍କ ଯୋଡ଼ି ହୋଇରହିଛି। ଏହା ହେଉଛି ତାଙ୍କ ଦ୍ୱିତୀୟ ଘର ସଦୃଶ। ଏଠାକାର ଲୋକମାନେ ଅତ୍ୟନ୍ତ ସରଳ। ସେମାନଙ୍କ ସହ କଥାବାର୍ତ୍ତା ହୋଇ ବେଶ୍ ଖୁସି ଲାଗୁଛି ବୋଲି ସେ କହଥିଲେ।
ବରିଷ୍ଠ ନାଗରିକ ସଂଘର ବିକ୍ରମ କେଶରୀ ଜେନା, ସର୍ବେଶ୍ୱର ଭୂୟଁା, ସୁବୋଧ ପଲେଇ, ରଘୁନାଥ ପଣ୍ଡା, କୁଞ୍ଜବନ ପୃଷ୍ଟି, ରବୀନ୍ଦ୍ର ନାଥ ନାୟକ, ରବୀନ୍ଦ୍ର ସାହୁ, ଶିଶିର ଲେଙ୍କା, ନନି ଗୋପାଲ ମହାନ୍ତିି, ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀଧର ପରିଡ଼ା, ଈଶ୍ୱର ଚନ୍ଦ୍ର ଦାସ, କ୍ଷୀରୋଦ ପଣ୍ଡା, ଈଶ୍ୱର ଚନ୍ଦ୍ର ପାତ୍ର, ରମାକାନ୍ତ ମହାନ୍ତ, ଅଶ୍ୱିନୀ ପାତ୍ର, ହରିହର ମହାନ୍ତ, ଉପେନ୍ଦ୍ର ମାଝୀ, ଖଗେଶ୍ୱର ଦାସ, ଦୀପକ କୁମାର ଦାଶ, ଚନ୍ଦ୍ରମୋହନ ମୁର୍ମୁ, ଡା. କିଶୋର କୁମାର ପାତ୍ର, କ୍ଷମରାଜ ଅଗ୍ରୱାଲ ଓ ନିମାଇଁ ଚରଣ ହଁାସଦା ପ୍ରମୁଖ ଉପସ୍ଥିତ ଥିଲେ।


