Posted inଖେଳ

ଭର୍ଷ୍ଟାପେନ୍‌ ଜିତିଲେ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି

ଲି କାଷ୍ଟିଲେଟ୍‌,୨୧ା୬ (ଏପି): ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପୂର୍ବତନ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ମାକ୍ସ ଭର୍ଷ୍ଟାପେନ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ସେ ତାଙ୍କ ଟାଇଟଲ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୧୨ ପଏଣ୍ଟ ଅଗ୍ରଣୀ ଲାଭ କରିପାରିଛନ୍ତି। ଚଳିତ ସିଜନରେ ଭର୍ଷ୍ଟାପେନ୍‌ଙ୍କର ଏହା ତୃତୀୟ ଏବଂ କ୍ୟାରିୟରର ୧୩ତମ ଟାଇଟଲ। ରେଡ୍‌ବୁଲ ପାଇଁ ରବିବାର ଏକ ବଡ଼ ଦିନ ଥିଲା। ଦ୍ରୁତତ୍ତମ ଲାପ୍‌ ପାଇଁ ଭର୍ଷ୍ଟାପେନ୍‌ଙ୍କୁ ଏକ ବୋନସ ପଏଣ୍ଟ ମିଳିଛି। ସର୍ଦ୍ଦର୍ନ ଫ୍ରାନ୍ସ ଅନ୍ତର୍ଗତ ପଲ ରିକାର୍ଡ ସର୍କିଟରେ ଏହି ଟିମ୍‌ ମର୍ସିଡିଜ୍‌କୁ ପ୍ରଥମ ଥର ପରାସ୍ତ କରିବାରେ ସମର୍ଥ ହୋଇଛି। ଚଳିତ ସିଜନର ୭ଟି ରେସ୍‌ ପରେ ଭର୍ଷ୍ଟାପେନ୍‌ଙ୍କ ପଏଣ୍ଟ ସଂଖ୍ୟା ୧୩୧ରେ ପହଞ୍ଚତ୍ଥିବାବେଳେ ହାମିଲଟନଙ୍କ ପଏଣ୍ଟ ସଂଖ୍ୟା ୧୧୯ ରହିଛି।

Le Castellet : Red Bull driver Max Verstappen of the Netherlands, right, celebrates from the podium after winning with second place Mercedes driver Lewis Hamilton of Britain from the podium during the French Formula One Grand Prix at the Paul Ricard racetrack in Le Castellet, southern France, Sunday, June 20, 2021. AP/PTI(AP06_20_2021_000212B)

ରେଡ୍‌ବୁଲ୍‌ର ସର୍ଗିଓ ପେରେଜ ମର୍ସିଡିଜର ଭାଲଟେରି ବୋଟାସଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ କନ୍‌ଷ୍ଟ୍ରକ୍ଟର୍ସ ଚାମ୍ପିୟନଶିପ୍‌ରେ ରେଡ୍‌ବୁଲ୍‌ର ସ୍ଥିତି ଅଧିକ ସୁଦୃଢ଼ ହୋଇ ପାରିଛି। ମ୍ୟାକ୍‌ଲରେନର ଲାଣ୍ଡୋ ନୋରିସ ଓ ଡାନିଏଲ ରିକାର୍ଡୋ ଯଥାକ୍ରମେ ୫ମ ଓ ୬ଷ୍ଠ ହୋଇଥିବାବେଳେ ୭ମରୁ ୧୦ମ ସ୍ଥାନ ଯଥାକ୍ରମେ ପିଏରେ ଗାସ୍‌ଲି (ଆଲ୍‌ଫା ତାଉରି), ଫର୍ନାଣ୍ଡୋ ଆଲେଁାସୋ(ଆଲପାଇନ୍‌), ସେବାଷ୍ଟିଆନ ଭେଟେଲ (ଆଷ୍ଟନ ମାର୍ଟିନ) ଓ ଲାନ୍ସ ଷ୍ଟ୍ରୋଲ (ଆଷ୍ଟନ ମାର୍ଟିନ) ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri