କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି ପରସ୍ପରଠାରୁ ୩୬ ଡିଗ୍ରୀ ଦୂରତାରେ ରହିବା ଫଳରେ ‘ଦଶାଙ୍କ ଯୋଗ’ (Dashank Yoga) ସୃଷ୍ଟି ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଯୋଗ ଧୌର୍ଯ୍ୟ ଓ ପରିଶ୍ରମର ସହ ସ୍ଥାୟୀ ସଫଳତା ପ୍ରଦାନ କରିଥାଏ। ଏହା ହଠାତ ଲାଭ ଦେବା ପରିବର୍ତ୍ତେ ବ୍ୟକ୍ତିଙ୍କୁ ଦୀର୍ଘକାଳୀନ ଭାବେ ଆର୍ଥିକସ୍ତରରେ ମଜବୁତ କରିବାରେ ସହାୟକ ହୋଇଥାଏ।

୫ଟି ରାଶି ପାଇଁ ଶୁଭ ସମୟ:
ଏହି ଦଶାଙ୍କ ଯୋଗ ବିଶେଷ କରି ବୃଷ, ତୁଳା, ମକର, କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ ଫଳଦାୟୀ ହେବ।

ବୃଷ ରାଶି: ଶୁକ୍ର ଏହି ରାଶିର ଅଧିପତି ହୋଇଥିବାରୁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ ସ୍ଥିରତା ଆସିବ ଏବଂ ନୂତନ ଆୟର ପନ୍ଥା ଉନ୍ମୁକ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।
ତୁଳା ରାଶି: କ୍ୟାରିୟର ଓ ବ୍ୟବସାୟରେ ନୂତନ ସୁଯୋଗ ମିଳିବ। ବ୍ୟକ୍ତିତ୍ୱରେ ଆକର୍ଷଣ ବଢ଼ିବ ଏବଂ ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ।
ମକର ରାଶି: ଶନିଙ୍କ ଶୁଭ ଦୃଷ୍ଟି ଯୋଗୁ କଠିନ ପରିଶ୍ରମର ମିଠା ଫଳ ମିଳିବ। ଦୀର୍ଘ ଦିନର ସଂଘର୍ଷର ଅନ୍ତ ଘଟିବ ଏବଂ ଭବିଷ୍ୟତ ପାଇଁ ଭଲ ଯୋଜନା କରିପାରିବେ।
କୁମ୍ଭ ରାଶି:ଆୟ ବୃଦ୍ଧି ହେବା ସହ କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜବୁତ ହେବ। ପରିବାରର ସହଯୋଗ ମିଳିବ ଏବଂ ବ୍ୟବସାୟ ସମ୍ପ୍ରସାରଣର ଯୋଗ ରହିଛି।
ମୀନ ରାଶି: କ୍ରିଏଟିଭ କାମରେ ସଫଳତା ମିଳିବ। ଶୁକ୍ର ଓ ଶନିଙ୍କ ସନ୍ତୁଳନ ଆପଣଙ୍କୁ ବାସ୍ତବବାଦୀ ଚିନ୍ତାଧାରା ସହ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

ଶୁକ୍ର ସୁଖ ଓ ସମ୍ପଦର କାରକ ହୋଇଥିବା ବେଳେ ଶନି ଶୃଙ୍ଖଳା ଓ କର୍ମଫଳର ପ୍ରତିନିଧି। ଏହି ଦୁଇ ଗ୍ରହଙ୍କ ମିଳନ ବ୍ୟକ୍ତିକୁ ଅନୁଶାସନ ସହ ସ୍ଥାୟୀ ସଫଳତା ଦେଇଥାଏ। ଯେଉଁମାନେ ରଣନୀତିର ସହ କାମ କରନ୍ତି, ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri