ଇଣ୍ଡିଆନ ଓ୍ବେଲ୍ସ,୬ା୩: ସାତ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତା ଭେନସ ଓ୍ବିଲିୟମ୍ସ ବିଏନ୍ପି ପାରିବାସ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।
ଫ୍ରାନ୍ସର ଡାଏନ୍ ପ୍ୟାରି ତାଙ୍କୁ ୬-୩, ୬-୭ (୪), ୬-୧ରେ ହରାଇ ଦେଇଛନ୍ତି। ୪୫ ବର୍ଷୀୟା ଭେନସ ତାଙ୍କର ଗତ ୮ଟି ଡବ୍ଲ୍ୟୁଟିଏ ମ୍ୟାଚରେ ପରାଜିତ ହୋଇଛନ୍ତି। ସଦର୍ନ କାଲିଫର୍ନିଆ ଡେଜଟରେ ଚାଲିଥିବା ଏହି ଟୁର୍ନାମେଣ୍ଟର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମ୍ୟାଚ ପାଇଁ ୪୫ ବର୍ଷୀୟା ଭେନସଙ୍କୁ ଓ୍ବାଇଲ୍ଡ କାର୍ଡ ମିଳିଛି। ଦ୍ୱିତୀୟ ସେଟ୍ ଜିତିବା ପରେ ବିଶ୍ୱର ୧୧୧ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ୨୩ ବର୍ଷୀୟା ପ୍ୟାରି ମ୍ୟାଚର ତୃତୀୟ ସେଟ୍କୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲେ। କ୍ୟାରିୟରେ ଭେନସଙ୍କ ଏହି ଟୁର୍ନମେଣ୍ଟରେ ୧୦ମ ଏବଂ ୨୦୨୪ ପରେ ଏହା ପ୍ରଥମ ପଦାର୍ପଣ ଥିଲା।

