ମୋହନା,୧୨।୧୦( ମନ୍ମଥ ମିଶ୍ର): ଗଜପତି ଜିଲାରେ କିଛିଦିନ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ ଗତ ୨ ତାରିଖରେ ବ୍ରହ୍ମପୁର ଠାରୁ ରାୟଗଡା, ଜୟପୁର, କନ୍ଧମାଳ ସଂଯୋଗ କରୁଥିବା ମୋହନାର ଲେଡବନ୍ଧ ପୋଲର ଦୁଇ କୂଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଯାତାୟତ କରିବା ମୁଖ୍ୟ ରାସ୍ତା ୩୨୬ ଜାତୀୟ ରାଜପଥ ଠପ ହୋଇପଡିଥିଲା। ଏଭଳି ପରିସ୍ଥିତିରେ ସମସ୍ତ ଯାନବାହାନ ଲୁହଗୁଡ଼ିଠାରୁ ଚାନ୍ଦିପୁଟ ଦେଇ ମୋହନା ଆସୁଥିଲା । ରବିବାର ଦିନ ଅପରାହ୍ନ ୪ ଟା ରେ ମରାମତି କାର୍ଯ୍ୟ ଶେଷ ହୋଇଛି ଏବଂ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି। ଅତିଶୀଘ୍ର ମରାମତି ହୋଇ ଗାଡି ଚଳାଚଳ ହୋଇଥିବାରୁ ସରକାରଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।


