ଗାଁ ଦାଣ୍ଡରେ ପଚୁଛି ପନିପରିବା

ରସୁଲପୁର, ୨୪।୭ (ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସବୁ ଋତୁରେ ବିଭିନ୍ନ ପନିପରିବା ଚାଷ କରୁଥିବା ବ୍ଲକ ଅଞ୍ଚଳର ଚାଷୀମାନେ କରୋନା ଯୋଗୁ ବହୁ କ୍ଷତି ସହିଲେଣି। ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଯୋଗୁ ହାଟ ବଜାର ବନ୍ଦ ଯୋଗୁ ଉତ୍ପାଦିତ ଫସଲ ବିକ୍ରି ହୋଇପାରୁନି। ବିଲରୁ ଫସଲ ଅମଳ କରି ଚାଷୀମାନେ ଘରକୁ ଆଣୁଥିବା ବେଳେ କିଣିବା ପାଇଁ ବ୍ୟବସାୟୀ ଆସିପାରୁ ନାହାନ୍ତି। ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ତା’ ସାଙ୍ଗକୁ ୧୪ ଦିନିଆ ଲକ୍‌ଡାଉନ୍‌ କଟକଣା ଯୋଗୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି। ଅଧିକାଂଶ ବ୍ୟବସାୟୀଙ୍କ ପାଖରେ ପାସ୍‌ ନ ଥିବାରୁ ସେମାନେ ପରିବା କିଣିବାକୁ ଆସିପାରୁ ନାହାନ୍ତି। ଫଳରେ ଟନ୍‌ ଟନ୍‌ ପରିବା ଚାଷୀଙ୍କ ଘର ଆଗରେ ଗଦା ହୋଇ ପଡ଼ିରହୁଥିବା ଦେଖାଯାଇଛି। କାଁ ଭାଁ ବ୍ୟବସାୟୀ ଚାଷୀଙ୍କ ଘରକୁ ଆସୁଥିବାରୁ ସେମାନେ ବାଧ୍ୟ ହୋଇ ସାଗ ମାଛ ଦରରେ ପନିପରିବା ବିକ୍ରି କରିଦେଉଛନ୍ତି। ଅନ୍ୟପଟେ ଅତିକମ୍‌ ଦରରେ ପରିବା ବିକ୍ରି କରିବାକୁ ପଡୁଥିବାରୁ କେତେଜଣ ବ୍ୟବସାୟୀ ବିଲରୁ ଫସଲ ତୋଳୁ ନାହାନ୍ତି। ସେଗୁଡ଼ିକ କ୍ଷେତରେ ପଚି ନଷ୍ଟ ହେଉଛି ବୋଲି ଅଗ୍ରଣୀ ପରିବା ଚାଷୀ ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି।
ବ୍ଲକ ଅଧୀନ ଯାବରା, ନଠୁଆବର, ଶ୍ରୀବନ୍ତପୁର, ସିଂହାପରୁ, ଓଡ଼ିଶୋ, ବାରବାଟୀ, ବଡ଼କଇଁଚି, ଭୋଟକା, ରସୁଲପୁର, ରାହାମ୍ବା ପ୍ରଭୃତି ପଞ୍ଚାୟତର ଶତାଧିକ ହେକ୍ଟର ଜମିରେ ଭେଣ୍ଡି, ଜହ୍ନି, କଲରା, କାକୁଡି, ଛଛିନ୍ଦ୍ରା, ଝୁଡ଼ଙ୍ଗ ଆଦି ଚାଷ କରିଛନ୍ତି। ଏହି ଅଞ୍ଚଳର ଚାଷୀମାନେ ପରିବା ବିକ୍ରି ପାଇଁ ବାରବାଟୀ ଦୈନିକ ପରିବା ହାଟ, କୁଆଖିଆ ବଜାର ପରିବାହାଟ ଓ ବ୍ଲକ ଅଂଚଳରେ ଥିବା ସାପ୍ତାହିକ ହାଟ ଉପରେ ନିର୍ଭର କରିଥାନ୍ତି। ହେଲେ ଗତ ୧୬ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାରେ ଲକ୍‌ଡାଉନ୍‌ କରାଯାଇଥିବାରୁ ବ୍ୟବସାୟୀ ଓ ଖାଉଟିମାନେ ବଜାରକୁ ଆସୁନାହାନ୍ତି। ଏହାଛଡ଼ା ବାହାର ଜିଲା ଓ ରାଜ୍ୟକୁ ପରିବହନ ବନ୍ଦ ଥିବାରୁ ଉତ୍ପାଦିତ ଫସଲ ବିକ୍ରି ହୋଇ ନ ପାରି ଗାଁ ଦାଣ୍ଡରେ ଗଦା ହୋଇ ପଚୁଛି। ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବ୍ୟବସ୍ଥା କାମ କରୁନି। କରୋନା ପାଇଁ ସରକାର ନେଉଥିବା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ମାତ୍ର ଚାଷୀମାନଙ୍କୁ ଭୁଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କରୋନା କଟକଣା ସମୟରେ ଚାଷୀମାନଙ୍କ ଉତ୍ପାଦିତ ଫସଲକୁ ସରକାର କ୍ରୟ କରନ୍ତୁ। ପ୍ରତ୍ୟେକ ପରିବାର ମୂଲ୍ୟ ସ୍ଥିର କରାଯାଇ ପଞ୍ଜୀକୃତ ବ୍ୟବସାୟୀଙ୍କ ଜରିଆରେ ଗାଁଗଣ୍ଡାରୁ ଚାଷୀମାନଙ୍କଠାରୁ ପରିବା କିଣିବାର ବ୍ୟବସ୍ଥା କରିବାକୁ ବ୍ଲକ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏହାସହ ହାଟଗୁଡିକ ନିକଟରେ ଶୀତଳ ଭଣ୍ଡାର ସୁବିଧା ତୁରନ୍ତ ପ୍ରଦାନ କରିବାକୁ ଚାଷୀମାନେ କହିଛନ୍ତି। ଏ ଦିଗରେ ଉଭୟ କୃଷି ଓ ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଚାଷୀଙ୍କ ଦୁଃସ୍ଥିତି ସମ୍ପର୍କରେ ଅବଗତ ଅଛୁ। ମାତ୍ର ସରକାରୀ ନିର୍ଦ୍ଦେଶ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri