କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି ହେଉଥିବାବେଳେ ଶୁକ୍ରବାର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ବଜାରରେ ପନିପରିବା ଦରଦାମରେ ଅହେତୁକ ବୃଦ୍ଧି ଘଟିଛି। ବିଶେଷକରି ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରର ରୋଷେଇ ଘରୁ ପରିବା ଏକରକମ ଉଭାନ ହୋଇଯାଇଛି। ଓଡ଼ିଶାରେ ଆବଶ୍ୟକ ପରିମାଣର ପରିବା ଉତ୍ପାଦନ ହେଉ ନ ଥିବାରୁ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ସେଠାରୁ ଓଡ଼ିଶାକୁ ପରିବା ଯୋଗାଣ ବିଶେଷ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ତୁରନ୍ତ ଏହି ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ସହ ଶୀତଳଭଣ୍ଡାର ପ୍ରତିଷ୍ଠା ଭଳି ଦୀର୍ଘକାଳୀନ ପଦକ୍ଷେପ ନେଇପାରିଲେ ସ୍ଥିତି ସୁଧୁରିପାରନ୍ତା।

କାର୍ତ୍ତିକ ମାସ ଆରମ୍ଭ ହୋଇଗଲାଣି। ମାସ ସାରା ଖାଉଟି ନିରାମିଷ ଭୋଜନ ଉପରେ ନିର୍ଭର କରିବେ। ପନିପରିବା ହିଁ ଏକମାତ୍ର ଭରସା। ତେବେ ମାସ ଆରମ୍ଭରୁ ପରିବା ଦର ଖାଉଟିଙ୍କୁ ଅଣନିଃଶ୍ୱାସୀ କଲାଣି। ଦର ଏତେ ହେଲାଣି ଯେ ପରିବାରେ ହାତମାରିବାକୁ ଖାଉଟିଙ୍କୁ ଡର ଲାଗୁଛି। ପିଆଜ କନ୍ଦାଇବା ପରେ ଏବେ ପନିପରିବା ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଦରବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ମାସ ସାରା କେମିତି ଚଳିବେ ସମସ୍ତଙ୍କୁ ସେଇ ଚିନ୍ତା ଘାରିଛି।
ଖୁଚୁରା ବଜାରରେ କୌଣସି ପନିପରିବା ଦର କିଗ୍ରା ପିଛା ୫୦ ଟଙ୍କା ତଳକୁ ନାହିଁ। ବିଭିନ୍ନ ସ୍ଥାନରେ ଦେଖାଯାଇଥିବା ହାରାହାରି ମୂଲ୍ୟ ଅନୁସାରେ ବାଇଗଣ କିଲୋଗ୍ରାମ୍‌
ପିଛା ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଭେଣ୍ଡି ୮୦, କଲରା ୬୦, ଗାଜର ୫୦, କାକୁଡ଼ି ୬୦, ଟମାଟୋ ୪୦, ଝୁଡ଼ଙ୍ଗ ୧୦୦ ଟଙ୍କା, ବିନ ଛୁଇଁ ଭଳି ପରିବା ୧୦୦ ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସକୁ ଦେଖି ଖୁଚୁରା ବ୍ୟବସାୟୀ ମଧ୍ୟ ଦି’ ପଇସା ମୁନାଫା କମାଇବା ପାଇଁ ଦର କଷି ଦେଉଛନ୍ତି। ଖାଉଟି ନିରୁପାୟ ହୋଇ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗରେ ବର୍ଷା ଯୋଗୁ ପନିପରିବା ଚାଷ ପ୍ରଭାବିତ ହୋଇଛି। ଓଡ଼ିଶାରେ ମଧ୍ୟ ବର୍ଷା ଯୋଗୁ ସ୍ଥାନୀୟ ଉତ୍ପାଦନ କମିଛି, ଯାହାର ପ୍ରଭାବ ପରିବା ବଜାର ଉପରେ ପଡ଼ିଛି।
ପରିବା ବ୍ୟବସାୟୀ ଲମ୍ବୋଦର ନାୟକ କହିଛନ୍ତି, ଦୀର୍ଘ ୧୫ ବର୍ଷ ହେବ ୧ ନମ୍ବର ହାଟରେ ପରିବା ବ୍ୟବସାୟ କରୁଛି। ପନିପରିବା କେବେ ୧୦୦ ଟଙ୍କା ଛୁଇଁବ ମୋର ଧାରଣା ନ ଥିଲା। ଆଗକାଳେ ସମସ୍ତେ ନିଜ ବାଡ଼ିବଗିଚାରେ ପନିପରିବା ଚାଷ କରୁଥିଲେ। କିଛି ଜଣାପଡୁ ନ ଥିଲା। ଏବେ ମାଗଣା ଚାଉଳ ପାଇବା ପରେ ଲୋକମାନେ ଚାଷବାସ ଛାଡ଼ି ଦେଲେଣି। ସମସ୍ତେ ଯଦି କିଣି ଖାଇବେ ଆସିବ କେଉଁଠୁ। ପରିବାର ଚାଷ ଖର୍ଚ୍ଚ ମଧ୍ୟ ବଢ଼ିଗଲାଣି। ଦି ପଇସା ଲାଭ ମିଳୁ ନ ଥିବାରୁ ପରିବା ଚାଷ କମିଗଲାଣି। ପଡ଼ୋଶୀ ରାଜ୍ୟ ଯାହା ଦେବେ ଓ ଯେଉଁ ଦର ନେବେ ଆମେ ବାଧ୍ୟହୋଇ କିଣିବୁ। ସେହି ଅନୁଯାୟୀ ବଜାର ଦର ଚାଲିବ। ସେହିପରି ଦିନ ମଜୁରିଆ ନଟବର ହୋତା କହିଛନ୍ତି, ଆମେ ଗରିବ ଲୋକ। ମଜୁରି ଲାଗି ପେଟ ପୋଷୁଛୁ। ଆଳୁ, ବାଇଗଣ ଟିକେ ହେଲେ କାମ ଚଳନ୍ତା। ଦର ଏତେ ବଢ଼ିଯାଇଛି ଯେ ୫ ପ୍ରାଣୀ ପରିବାର କେମିତି ଚଳିବୁ କିଛି ବୁଦ୍ଧିବାଟ ଦିଶୁନି।
କୃଷି ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ମାତ୍ର ୬.୮୮ ଲକ୍ଷ ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ବର୍ଷକୁ ୯୪.୭୦ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ ହେଉଛି। ସଂରକ୍ଷଣ ଅଭାବରୁ ଚାଷୀମାନେ ସେମାନଙ୍କ ଉତ୍ପାଦନ ମୂଲ୍ୟ ପାଉନାହାନ୍ତି। ଚାଷୀ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଉ ନ ଥିବାରୁ ପନିପରିବା ଚାଷ ପ୍ରତି ସୋମନଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ। ଏଥିଯୋଗୁ ଆଳୁ ପିଆଜଠାରୁ ଆରମ୍ଭକରି ପନିପରିବା ଉପରେ ପଡ଼ୋଶୀ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିବାକୁ ପଡୁଛି। ପଡ଼ୋଶୀ ରାଜ୍ୟର ଉତ୍ପାଦନ ଓ ପାଣିପାଗ ଉପରେ ଓଡ଼ିଶାର ବଜାର ଦର ନିର୍ଭର କରୁଛି। ସରକାରୀ ପ୍ରୋତ୍ସାହନ ନ ଥିବାରୁ ଚାଷୀମାନେ ଉତ୍ପାଦିତ ଫସଲର ସଂରକ୍ଷଣ ଓ ବିକ୍ରି ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri