ଗଞ୍ଜାମରେ ବଢୁଛି ପରିବା ଦର

ଗଞ୍ଜାମ,୨୨ା୮(ଡି.ଏନ.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି। ବିଶେଷ କରି ଧାନ ଓ ପନିପରିବା ବର୍ଷା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଫସଲ ଆମଦାନୀ ସମୟରେ ଚାଷ ଜମିରେ ପାଣି ଜମି ପନିପରିବା ପଚି ନଷ୍ଟ ହୋଇଛି। ଏଥିପାଇଁ ପନିପରିବା ଦର ଗଞ୍ଜାମ ସହରରେ ଆକାଶ ଛୁଆଁ। ସଜନା ଛୁଇଁ, ବିନ୍ସ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କାଙ୍କଡ଼ ୬୦, ପୋଟଳ ୬୦, ଫୁଲକୋବି ୮୦, ବାଇଗଣ ୫୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ଆଳୁ ଓ ପିଆଜ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଛି, ଯାହା ଖାଉଟିଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି। ବଡ଼ବଜାରର ପରିବା ବ୍ୟବସାୟୀ ବଳିଆ କୁହନ୍ତି ହୋଲସେଲ କିମ୍ବା ପନିପରିବା ବେପାରୀଠାରୁ ଯେତିକି ଟଙ୍କାରେ ପରିବା କିଣୁଛୁ ତା’ଠାରୁ ଅଧିକ ଚାରି ପାଞ୍ଚଟଙ୍କାରେ ବିକ୍ରି କରୁଛୁ।