କାଳବୈଶାଖି ତାଣ୍ଡବ: ଝଡତୋଫାନ ସାଙ୍ଗକୁ କୁଆପଥର ମାଡ଼

କୁଚିଣ୍ଡା,୧୭।୩(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଛି। ଏଥିଯୋଗୁ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫଳରେ ଋଣକରଜ କରି ପନିପରିବା ଓ ଡାଳୁଅଧାନ ଚାଷ କରିଥିବା ଚାଷୀ ପ୍ରଭାବିତ ହୋଇଛନ୍ତି।

କୁଆପଥର ମାଡ଼ ଯୋଗୁ ଶହଶହ ଏକର ଜମିରେ ଚାଷ ହୋଇଥିବା ଟମାଟୋ, ଆଳୁ, କୋବି, ବାଇଗଣ, ପୋଟଳ, ତରଭୁଜ, କଲରା, ଭେଣ୍ଡି, ଲଙ୍କା ମରିଚ, ଝୁଡ଼ଙ୍ଗ, ଲାଉ, କଖାରୁ, ଭେଣ୍ଡି, ଶୋରିଷ, ମକା, ମାଣ୍ଡିଆ, ମୁଗ ଓ ଡାଳୁଅ ଧାନ ଆଦି ନଷ୍ଟ ହୋଇଛି। ପାରୁଆଭାଡି ପଞ୍ଚାୟତର ପଣ୍ଡରିକଟା, ରାମତିଲେଇମାଲ, ଗୋଛରା ପଞ୍ଚାୟତର ଗୋଛରା, ଉଲଣ୍ଡା, କହ୍ଲେଇପାଲି, ଗୁରୁଆଁ, ଲଇଗୁରା, ବାଙ୍କେ ପଞ୍ଚାୟତର ଗୋପାଲପାଲି, ତମନଗୁଡା, ଡୁମ୍ବେରମାଲ,ବାବୁମଲଟି, କୁନ୍ତରା ପଞ୍ଚାୟତର ଝାରମାଲ, ରଙ୍ଗିଆଟିକିରା, ପଣ୍ଡରୀପଥର, କାପୁଟିକିରା, କୁସୁମୀ ପଞ୍ଚାୟତର କୁସୁମୀ, ବମଲେଇକେଲା, ପଣ୍ଡିଆଢିପା ଆଦି ଗ୍ରାମର ବହୁଚାଷୀ କୁଆପଥର ମାଡ ଯୋଗୁ କ୍ଷତିର ଶିକାର ହୋଇଛନ୍ତି।

ରାମତିଲେଇମାଲ ଗ୍ରାମର ବିଶ୍ବନାଥ ବର, କୃଷ୍ଣଚନ୍ଦ୍ର ଲୁହା, ନିରଞ୍ଜନ ବର, ଘଁସିଆ କିଷାନ, ରଘୁ କିଷାନ, ରାମ କିଷାନ, ଗୁରୁଆଁ (ନୂଆପଡା)ର ଶୁଶିଳ କିଷାନ, ବିଷ୍ଣୁଚରଣ କିଷାନ, ସୁମନ୍ତ କିଷାନ, ସୂର୍ଯ୍ୟ କିଷାନ ଏବଂ ତାନପୁରା ଗ୍ରାମର ରାଜେଶ କିଷାନ ପ୍ରମୁଖ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଭଳି ଅଦିନିଆ ଝଡତୋଫାନ ଓ କୁଆପଥର ଯୋଗୁ କ୍ଷତିଗ୍ରସ୍ତ ଚାଷୀ ବ୍ୟାଙ୍କ ଋଣ କେମିତି ଶୁଝିବେ ଚିନ୍ତାରେ ପଡିଛନ୍ତି। ତେଣୁ ରାଜସ୍ବ ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri