ବେଦାନ୍ତର ବାର୍ଷିକ ଖଣି ସୁରକ୍ଷା ପକ୍ଷ ଉଦ୍‌ଯାପିତ

ଭୁବନେଶ୍ୱର,୩୧।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ ମଙ୍ଗଳବାର ବିଧିବଦ୍ଧ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ଓଡ଼ିଶାର ଜାମକାନିଠାରେ ଚାଲିଥିବା କମ୍ପାନୀର ବାର୍ଷିକ ସୁରକ୍ଷା ପକ୍ଷ କାର୍ଯ୍ୟକ୍ରମରେ ନିରାପତ୍ତାକୁ ଗୁରୁତ୍ୱ ଦେଇ କମ୍ପାନୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ବିଶେଷକରି ଖଣି ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶାବଳୀ ସହ ୪୦୦ରୁ ଅଧିକ କର୍ମଚାରୀ ଓ ବ୍ୟବସାୟିକ ସହଭାଗୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ (ମାଇନ୍ସ) ଭି. ଶ୍ରୀକାନ୍ତ କହିଥିଲେ, ସୁରକ୍ଷା କମ୍ପାନୀର ପ୍ରାଥମିକତା ହୋଇଥିଲାବେଳେ ଆମେ ତାହାକୁ ଆମ କାର୍ଯ୍ୟରେ ନିଶ୍ଚିତ କରିଥାଉ। ଏପରିକି ବିସ୍ତୃତ ସୁରକ୍ଷା ତାଲିମ ଓ ଅତ୍ୟାଧୁନିକ ସୁରକ୍ଷା ସମାଧାନ ନିୟୋଜନ ମାଧ୍ୟମରେ ଆମେ ନିଜର କାର୍ଯ୍ୟକ୍ଷେତ୍ରରେ ଜିରୋ ହର୍ମ ପରିବେଶ ପ୍ରତିପୋଷଣ କରିବାକୁ ପ୍ରତିବଦ୍ଧ । ସେହିଭଳି ମହାନଦୀ କୋଲ୍‌ଫିଲ୍‌ଡ ଲିମିଟେଡ୍‌ର ଚିଫ୍‌ ମ୍ୟାନେଜର ସେଫ୍ଟି ଆଣ୍ଡ ଆଇଏସ୍‌ଓ ଅବଜର୍ଭର ତାପସ କୁମାର ମହାନ୍ତି କହିଥିଲେ, ଏହି ପାକ୍ଷିକ ସୁରକ୍ଷା କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବାରୁ ମୁଁ ବେଦାନ୍ତ ଆଲୁମିନିୟମର ମାଇନ୍ସ ଦଳକୁ ଧନ୍ୟବାଦ ଜଣାଉଛି। ଏପରିକି କମ୍ପାନୀର ସୁରକ୍ଷା ନୀତି ଚମତ୍କାର ହୋଇଥିବାବେଳେ ଏହା କମ୍ପାନୀର ଉତ୍କର୍ଷକୁ ବୃଦ୍ଧି କରୁଛି। ଏହି ସଫଳତା କେବଳ ସାଂଗଠନିକ ଉତ୍କର୍ଷକୁ ପ୍ରତିଫଳିତ କରେ ନାହିଁ ବରଂ କାର୍ଯ୍ୟର ପ୍ରତ୍ୟେକ ଦିଗରେ ନିରାପତ୍ତାକୁ ପ୍ରାଧାନ୍ୟ ଦେବା ପାଇଁ ସଂଗଠନର ନିରନ୍ତର ଉତ୍ସର୍ଗକୁ ମଧ୍ୟ ପ୍ରତିଫଳିତ କରୁଛି। ସେହିପରି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ସମସ୍ତଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିସର ସୃଷ୍ଟି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏପରିକି କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ଅଧୀନରେ ଥିବା ବା କୋଲ୍‌ ଇଣ୍ଡିଆର ମହାନଦୀ କୋଲ୍‌ ଲିମିଟେଡ୍‌, ଇବ୍‌ ଭ୍ୟାଲିଙ୍କ ଦ୍ୱାରା କମ୍ପାନୀର ବାହ୍ୟ ନିରାପତ୍ତା ଯାଞ୍ଚ ମଧ୍ୟ କରାଯାଇଥିଲା। ଏପରିକି ବେଦାନ୍ତ ପକ୍ଷରୁ ଯୋଗଦେଇଥିବା ସଂପୃକ୍ତ କର୍ମଚାରୀ ସେମାନଙ୍କ ନିଜ ନିଜ ବିଭାଗରେ ସୁରକ୍ଷା ନିୟମକୁ ଠିକ୍‌ ଅନୁପାଳନ ଉପରେ ସଚେତନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

ଏହି ଗୋଟିଏ ସର୍ତ୍ତ ସହିତ ଭାରତ ବିପକ୍ଷରେ ଖେଳିବାକୁ ରାଜି ହେଲା ପାକିସ୍ତାନ! ଜାଣନ୍ତୁ କ’ଣ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ, ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri