ବେଦାନ୍ତର ନିକ୍ଷୟ ମିତ୍ର ଅଭିଯାନ

ଭୁବନେଶ୍ୱର,୨୦।୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିକ୍ଷୟ ମିତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ‘ନିକ୍ଷୟ ମିତ୍ର’କୁ କମ୍ପାନୀ ଦୃଢ଼ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛି। ସେହିଭଳି ୨୦୨୫ ଶେଷ ସୁଦ୍ଧା ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଜରିଆରେ ଦେଶରୁ ଯକ୍ଷ୍ମାକୁ ଦୂରକରିବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ସାଙ୍ଗକୁ ସେମାନଙ୍କ ଉପଯୁକ୍ତ ପୋଷଣ ଯତ୍ନ ଉପରେ କେନ୍ଦ୍ର ସରକାରଙ୍କ ଏହା ଏକ ବୃହତ୍‌ ପଦକ୍ଷେପ ବୋଲି କୁହାଯାଉଛି।
ଏହି ଅବସରରେ ବେଦାନ୍ତ ଲିଃ.(ଝାରସୁଗୁଡ଼ା)ର ସିଇଓ ସୁନୀଲ ଗୁପ୍ତାଙ୍କ ସମେତ ଝାରସୁଗୁଡ଼ା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ଜିଲା ମେଡିକାଲ ଅଧିକାରୀ ଡୋଳାମଣି ପଟେଲ, ଜିଲା କାର୍ଯ୍ୟକ୍ରମ ସଂଯୋଜକ ରେସମା ରଣା ଏବଂ ଡବ୍ଲ୍ୟୁଏଚ୍‌ଓର ପରାମର୍ଶଦାତା ଦିନେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ସିଇଓ ଗୁପ୍ତା କହିଛନ୍ତି, ଆମର ସାମାଜିକ ପଦକ୍ଷେପ ମଧ୍ୟରେ ସ୍ବାସ୍ଥ୍ୟ ଓ ସୁସ୍ଥତା ଏକ ପ୍ରମୁଖ ଅଂଶ ହୋଇଥାଏ। ଏପରିକି ପ୍ରଧାନମନ୍ତ୍ରୀଙ୍କ ଟିବିମୁକ୍ତ ଭାରତ ଆହ୍ବାନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଓ ଜାତୀୟ ସ୍ତରୀୟ ଆହ୍ବାନ ହୋଇଥିବାରୁ ଉକ୍ତ ଅଭିଯାନକୁ ଆମେ ବେଶ୍‌ ସକାରାତ୍ମକ ଭାବେ ଆରମ୍ଭ କରୁଛୁ। ବିଶେଷକରି ଉକ୍ତ ରୋଗକୁ ପ୍ରଭାବଶାଳୀ ହସ୍ତକ୍ଷେପ ଦ୍ୱାରା ରୋକାଯାଇପାରିବ। ତେଣୁ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମକୁ ଆମ ଅଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ କରାଇପାରିଲେ ସ୍ଥାନୀୟ ଗୋଷ୍ଠୀଙ୍କ ଜୀବନରେ ଉନ୍ନତି ଆସିପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଡା. ଡୋଳାମଣି ପଟେଲ କହିଥିଲେ, ଯକ୍ଷ୍ମା ଚିକିତ୍ସା ସହ ରୋଗୀଙ୍କୁ ସହାୟତା କରିବା ଓ ଦେଶରୁ ଟିବି ରୋଗ ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନରେ ସବୁ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ଏଭଳି ଏକ ଅଭିଯାନର ଯୋଜନା କରାଯାଇଛି। ତେଣୁ ମୁଁ ବେଦାନ୍ତ ଆଲୁମିନିୟମକୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହିଁବି। ଏପରି ଏକ ମହତ୍‌ କାମରେ ଅଂଶଗ୍ରହଣ କରି ଲୋକମାନଙ୍କ ହିତ ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ସେହିପରି ଉପଯୁକ୍ତ ସମୟରେ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇପାରିବେ ବୋଲି ଦିନେଶ କୁମାର ସାହୁ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୬୫ଜଣ ରୋଗୀଙ୍କୁ ଆବଶ୍ୟକ ସହାୟତା କରିବା ସହ ସେମାନଙ୍କୁ ଉପଯୁକ୍ତ ପୋଷକ ଓ ଚିକିତ୍ସା ଯୋଗାଇଦେବାକୁ ମତପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri