ବେଦାନ୍ତର ନିକ୍ଷୟ ମିତ୍ର ଅଭିଯାନ

ଭୁବନେଶ୍ୱର,୨୦।୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିକ୍ଷୟ ମିତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନ ‘ନିକ୍ଷୟ ମିତ୍ର’କୁ କମ୍ପାନୀ ଦୃଢ଼ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛି। ସେହିଭଳି ୨୦୨୫ ଶେଷ ସୁଦ୍ଧା ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଜରିଆରେ ଦେଶରୁ ଯକ୍ଷ୍ମାକୁ ଦୂରକରିବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ସାଙ୍ଗକୁ ସେମାନଙ୍କ ଉପଯୁକ୍ତ ପୋଷଣ ଯତ୍ନ ଉପରେ କେନ୍ଦ୍ର ସରକାରଙ୍କ ଏହା ଏକ ବୃହତ୍‌ ପଦକ୍ଷେପ ବୋଲି କୁହାଯାଉଛି।
ଏହି ଅବସରରେ ବେଦାନ୍ତ ଲିଃ.(ଝାରସୁଗୁଡ଼ା)ର ସିଇଓ ସୁନୀଲ ଗୁପ୍ତାଙ୍କ ସମେତ ଝାରସୁଗୁଡ଼ା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ଜିଲା ମେଡିକାଲ ଅଧିକାରୀ ଡୋଳାମଣି ପଟେଲ, ଜିଲା କାର୍ଯ୍ୟକ୍ରମ ସଂଯୋଜକ ରେସମା ରଣା ଏବଂ ଡବ୍ଲ୍ୟୁଏଚ୍‌ଓର ପରାମର୍ଶଦାତା ଦିନେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ସିଇଓ ଗୁପ୍ତା କହିଛନ୍ତି, ଆମର ସାମାଜିକ ପଦକ୍ଷେପ ମଧ୍ୟରେ ସ୍ବାସ୍ଥ୍ୟ ଓ ସୁସ୍ଥତା ଏକ ପ୍ରମୁଖ ଅଂଶ ହୋଇଥାଏ। ଏପରିକି ପ୍ରଧାନମନ୍ତ୍ରୀଙ୍କ ଟିବିମୁକ୍ତ ଭାରତ ଆହ୍ବାନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଓ ଜାତୀୟ ସ୍ତରୀୟ ଆହ୍ବାନ ହୋଇଥିବାରୁ ଉକ୍ତ ଅଭିଯାନକୁ ଆମେ ବେଶ୍‌ ସକାରାତ୍ମକ ଭାବେ ଆରମ୍ଭ କରୁଛୁ। ବିଶେଷକରି ଉକ୍ତ ରୋଗକୁ ପ୍ରଭାବଶାଳୀ ହସ୍ତକ୍ଷେପ ଦ୍ୱାରା ରୋକାଯାଇପାରିବ। ତେଣୁ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମକୁ ଆମ ଅଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ କରାଇପାରିଲେ ସ୍ଥାନୀୟ ଗୋଷ୍ଠୀଙ୍କ ଜୀବନରେ ଉନ୍ନତି ଆସିପାରିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଡା. ଡୋଳାମଣି ପଟେଲ କହିଥିଲେ, ଯକ୍ଷ୍ମା ଚିକିତ୍ସା ସହ ରୋଗୀଙ୍କୁ ସହାୟତା କରିବା ଓ ଦେଶରୁ ଟିବି ରୋଗ ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିବି ମୁକ୍ତ ଭାରତ ଅଭିଯାନରେ ସବୁ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ଏଭଳି ଏକ ଅଭିଯାନର ଯୋଜନା କରାଯାଇଛି। ତେଣୁ ମୁଁ ବେଦାନ୍ତ ଆଲୁମିନିୟମକୁ ଏଥିପାଇଁ ଧନ୍ୟବାଦ ଦେବାକୁ ଚାହିଁବି। ଏପରି ଏକ ମହତ୍‌ କାମରେ ଅଂଶଗ୍ରହଣ କରି ଲୋକମାନଙ୍କ ହିତ ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ସେହିପରି ଉପଯୁକ୍ତ ସମୟରେ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ଭଲ ହୋଇପାରିବେ ବୋଲି ଦିନେଶ କୁମାର ସାହୁ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୬୫ଜଣ ରୋଗୀଙ୍କୁ ଆବଶ୍ୟକ ସହାୟତା କରିବା ସହ ସେମାନଙ୍କୁ ଉପଯୁକ୍ତ ପୋଷକ ଓ ଚିକିତ୍ସା ଯୋଗାଇଦେବାକୁ ମତପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri