ବେଦାନ୍ତ ଆଲୁମିନିୟମ ବୈଦ୍ୟୁତିକ ଫର୍କଲିଫ୍ଟର ସର୍ବବୃହତ୍‌ ନିୟୋଜକ

ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ‘ବେଦାନ୍ତ ଆଲୁମିନିୟମ’ର କାର୍ଯ୍ୟ ପରିସରରେ ବୈଦ୍ୟୁତିକ ଫର୍କଲିଫ୍ଟ ବ୍ୟବହାରକୁ ସମ୍ପ୍ରସାରଣ ସହ ୬୬ ୟୁନିଟ୍‌କୁ ବୃଦ୍ଧି କରାଯାଇଛି। ଏପରିକି ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟକୁ କମ୍ପାନୀର ବିଭିନ୍ନ ୟୁନିଟ୍‌ରେ କାର୍ଯ୍ୟକ୍ଷମ କରାଇବା ସହ ଭାରତରେ ଫର୍କଲିଫ୍ଟର ସର୍ବବୃହତ୍‌ ନିୟୋଜକ ଭାବେ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ସେହିଭଳି ସଫଳତାର ସହିତ କମ୍ପାନୀ ଅତିରିକ୍ତ ୨୨ଟି ବୈଦ୍ୟୁତିକ ଫର୍କଲିଫ୍ଟକୁ ଓଡ଼ିଶାର ଝାରସୁଗୁଡ଼ାଠାରେ ଥିବା କମ୍ପାନୀର ସ୍ମେଲଟର କାର୍ଯ୍ୟ ପରିସରରେ ନିୟୋଜିତ କରିଛି। ଏହି ସମ୍ପ୍ରସାରଣ ବେଦାନ୍ତ ଆଲୁମିନିୟମର ଡିକାର୍ବୋନାଇଜେଶନ ଯାତ୍ରାକୁ ମଧ୍ୟ ଏହା ବେଶ୍‌ ସୁଦୃଢ଼ କରିଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ବେଦାନ୍ତ ଆଲୁମିନିୟମରେ ସ୍ଥିରତା ବ୍ୟବସାୟ ଜରୁରୀ ହୋଇଥିଲାବେଳେ ଉତ୍କର୍ଷ ବୃଦ୍ଧି ପାଇଁ ଆମେ କ୍ରମାଗତ ଭାବେ ଅଭିନବ ଅଭ୍ୟାସ ଗ୍ରହଣ କରିଥାଉ। ସେହିପରି ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟ୍‌ ସମେତ ଲାଞ୍ଜିଗଡ଼ ୟୁନିଟ୍‌ରେ ମଧ୍ୟ ନୂଆ ଫର୍କଲିଫ୍ଟଗୁଡ଼ିକୁ ନିୟୋଜିତ କରାଯାଇଛି। ଏପରିକି କମ୍ପାନୀର ଛତିଶଗଡସ୍ଥିତ ବାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ମଧ୍ୟ ଏହି ଫର୍କଲିଫ୍ଟଗୁଡ଼ିକ ଶୀଘ୍ର ଏବଂ ନିରାପଦ ଭାବେ ନିୟୋଜିତ କରାଯିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri