ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ ଆଲୁମିନା

ଭବାନୀପାଟଣା,୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନା କମ୍ପାନୀ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକଙ୍କୁ ବହୁତ ଆଶା ଦେଖାଇଥିଲା। ଏପରି କି ପ୍ରଦୂଷଣମୁକ୍ତ ଅଞ୍ଚଳ ଗଢ଼ିତୋଳିବାର ପ୍ରତିଶ୍ରୁତି ଦେଇଥିଲା। ଫଳରେ ସ୍ଥାନୀୟ ଲୋକମାନେ କାମଧନ୍ଦା ପାଇଁ ବେଦାନ୍ତ ଏକ ସୁଯୋଗ ବୋଲି ଧରି ନେଇଥିଲେ। ଅଞ୍ଚଳବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିହୀନତା, ପାରିପାଶର୍‌ବିକ ବିକାଶ ଓ ଅନ୍ୟାନ୍ୟ ସମସ୍ୟା ଦୂର ହେବ ବୋଲି ସମସ୍ତେ ଭାବି ନେଇଥିଲେ। ତେବେ କମ୍ପାନୀ ଚାଲିବାର ଦୀର୍ଘ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀ ବକ୍ସାଇଟ ଗୁଣ୍ଡରୁ ମୁକ୍ତି ପାଇପାରୁନାହାନ୍ତି। ଜୀବନଧାରଣର କୌଣସି ସାଧନ ନ ପାଇବା କାରଣରୁ ସେମାନେ ଏବେ ଚିନ୍ତାରେ ରହୁଛନ୍ତି। କମ୍ପାନୀ ଇତିମଧ୍ୟରେ ରେଙ୍ଗୋପାଲି, କୋଟଦୁଆର ଓ ବନ୍ଧଗୁଡ଼ା ଗ୍ରାମକୁ ବିସ୍ଥାପନ ଯୋଜନାରେ ସାମିଲ କରି ସେମାନଙ୍କ ପାଇଁ ଘରଦ୍ୱାର, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା କରିଥିବାବେଳେ ବସନ୍ତପଡ଼ା, କପାଗୁଡା ଓ ଅନ୍ୟ କେତେକ ଗ୍ରାମ ଏଥିରୁ ବାଦ ପଡ଼ିଛି।
ବସନ୍ତପଡା ଗ୍ରାମଟି ବେଦାନ୍ତ କାରଖାନାଠାରୁ ମାତ୍ର ୧୦୦ମିଟର ଦୂରରେ ରହିଛି। ଏହି ଗାଁ ଦେଇ ଦୈନିକ ଶତାଧିକ ବକ୍ସାଇଟ ଓ କୋଇଲା ବୋଝେଇ ଭାରିଯାନ ଯାତାୟାତ କରୁଥିବାରୁ ବକ୍ସାଇଟ ଗୁଣ୍ଡ ଓ ପାଉଁଶ ଗୁଣ୍ଡ (ଫ୍ଲାଏ ଆଶ) ଉଡ଼ି ଲୋକଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ଏପରି କି ଆଖପାଖରେ ଥିବା ଗଛ ଓ ଘରଗୁଡିକର ଛାତ ମଧ୍ୟ ଲାଲ ରଙ୍ଗ ହୋଇଯାଉଛି। ବେଳେବେଳେ କାରଖାନା ଚାଲିବା ବେଳେ ପ୍ରଚଣ୍ଡ ଶବ୍ଦ ହେଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡୁଛନ୍ତି। ଏହି ଗାଁରେ ପ୍ରାୟ ୨ଶହରୁ ଊଦ୍ଧର୍‌ବ ପରିବାର ରହିଥିବାବେଳେ ଲୋକସଂଖ୍ୟା ହଜାରେରୁ ଅଧିକ ହେବ। ସେହିପରି ସମାନ ଅବସ୍ଥା ଦେଖିବାକୁ ମିଳିଛି କପାଗୁଡା ଗ୍ରାମରେ। ଏହି ସମସ୍ୟା ହେତୁ ବିସ୍ଥାପିତ ପାଇଁ ଗତ କିଛିଦିନ ତଳେ ବସନ୍ତପଡାବାସୀ କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏଥିରେ ସେମାନେ କମ୍ପାନୀ ଦ୍ୱାରା କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦର୍ଶାଇଥିଲେ। କମ୍ପାନୀ ପକ୍ଷରୁ ଜନବସତି ନିକଟରେ ରେଡ଼ମଡ଼ ପଣ୍ଡ ଓ ଆଶ୍‌ପଣ୍ଡ (ପାଉଁଶ ପୋଖରୀ) ନିର୍ମାଣ କରାଯାଇଛି। ଏହା ଦ୍ୱାରା ବିଷାକ୍ତ ଲାଲ ରଙ୍ଗ ଧୂଳି ଓ ପାଉଁଶ ଗୁଣ୍ଡ ଉଡି଼ ଗ୍ରାମବାସୀଙ୍କୁ ଅଣନିଃଶ୍ୱାସୀ କରିପକାଉଛି। ପୁଣି ରେଡ଼ମଡ଼ପଣ୍ଡ (ନାଲିପଙ୍କ)ରୁ କଷ୍ଟକଯୁକ୍ତ ଲାଲ ପାଣି ଝରି ଅଞ୍ଚଳର ଜଳ ବିଷାକ୍ତ ହୋଇଯାଉଛି। ଏହି ବିଷାକ୍ତ ଜଳ ପାନ ଓ ଧୂଳିଧୂଆଁ ନିଃଶ୍ବାସରେ ନେବା ଦ୍ବାରା ଗ୍ରାମବାସୀ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ଯଥା କିଡ଼ନୀ, ଯକ୍ଷ୍ମା, ହୃଦ୍‌ରୋଗ, ଚର୍ମ ଓ ଶ୍ୱାସ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହିସବୁ ରୋଗରେ ଆକ୍ରାନ୍ତ ହୋଇ କିଛିବର୍ଷ ମଧ୍ୟରେ ଦୁଇ ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି। ଏବେ ମଧ୍ୟ ଆହୁରି ଶତାଧିକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି। ଏପରି ପ୍ରଦୂଷଣ ବଳୟ ମଧ୍ୟରେ ଜୀବନ ଧାରଣ କରିବା ଆଉ ସମ୍ଭବ ନୁହେଁ। ତେଣୁ ଗ୍ରାମବାସୀ ଅନ୍ୟ ନିରାପଦ ସ୍ଥାନକୁ ସେମାନଙ୍କୁ ବିସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଯଦି ଏହାର ସମାଧାନ ନ ହୁଏ ଆଗାମୀ ଦିନରେ ଗ୍ରାମବାସୀ ଏକାଠି ହୋଇ ରାସ୍ତା ଅବରୋଧ ସହ ପ୍ରକଳ୍ପକୁ ଯାଉଥିବା ସମସ୍ତ ଗାଡ଼ିକୁ ଅଟକାଇବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ଏକକିତା ନକଲ ବ୍ରହ୍ମପୁର ଆର୍‌ଡିସି, ଓଡିଶା ବିଧାନସଭା ବିରୋଧୀ ଦଳ ନେତା, ପିସିସି ସଭାପତି ପ୍ରମୁଖଙ୍କୁ ପ୍ରେରଣ କରିଛନ୍ତି। ଏ ନେଇ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନାର ଡେପୁଟି ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri