ସମୁଦ୍ର ତଳେ ବିସ୍ତୀର୍ଣ୍ଣ ଜଙ୍ଗଲ

ନୂଆଦିଲ୍ଲୀ, ୧୯।୯: ବିଶ୍ୱରେ ଆମାଜନ, ବୋରନେଓ, କଙ୍ଗୋ ଓ ଡାଇନ୍‌ଟ୍ରି ଭଳି ଅନେକ ବିଶାଳ ଜଙ୍ଗଲ ରହିଛି। ଏହାଛଡ଼ା ଆଖି ନ ପାଇଲା ଭଳି ଆର୍ଦ୍ର ଅରଣ୍ୟମାନ ମଧ୍ୟ ପୃଥିବୀରେ ମହଜୁଦ ଅଛି। ଭୂତଳ ଗଭୀର ସମୁଦ୍ର ଭିତରେ କ୍ଷୁଦ୍ର ଗୁଳ୍ମ ଶୈବାଳଜାତୀୟ ଉଦ୍ଭିଦ ଦେଖିବାକୁ ମିଳେ। ଏହି ଶୈବାଳରୁ ଜାତ ହୋଇଥାଏ ବିଶାଳକାୟ ସାମୁଦ୍ରିକ ଜଙ୍ଗଲ (ଓସେନ୍‌ ଫରେଷ୍ଟ୍‌)। ନିକଟରେ ବିଶେଷଜ୍ଞମାନେ ମହାସାଗର ତଳୁ ବିସ୍ତୃତ ଜଙ୍ଗଲ ଠାବ କରିଛନ୍ତି। ଏହି ଜଙ୍ଗଲର ଆକାର ଭାରତ ଆୟତନର ଦୁଇଗୁଣା ହୋଇଥିବାବେଳେ ଏହା ରୁଷିଆଠାରୁ କାନାଡା ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି।
ତଳେ ଅନେକ ପ୍ରକାର ଶୈବାଳଜାତୀୟ ଉଦ୍ଭିଦ ନିଜ ବଂଶ ବିସ୍ତାର କରିଥାନ୍ତି। ଏହି ଶୈବାଳ ଏବଂ ଏଥିରେ ରହୁଥିବା କ୍ଷୁଦ୍ର କୀଟଙ୍କୁ ସାମୁଦ୍ରିକ ଜୀବ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଆଫ୍ରିକାର ଦକ୍ଷିଣାଞ୍ଚଳ ତଟରେ ବିଶାଳ ଆଫ୍ରିକୀୟ ସାମୁଦ୍ରିକ ଜଙ୍ଗଲ ଅବସ୍ଥିତ। ସମୁଦ୍ର ଜଳରାଶି ତଳେ ଏକାଧିକ ବିଶାଳ ଜଙ୍ଗଲ ଥିବାବେଳେ ସେଗୁଡ଼ିକର ନାମକରଣ ଅଦ୍ୟାବଧି କରାଯାଇ ନାହିଁ। ସମୁଦ୍ର ତଳେ ଥିବା ଶୈବାଳ ଅରଣ୍ୟମାନ ଗ୍ରୀଷ୍ମ ପ୍ରବାହ, ଜଳବାୟୁ ପରିବର୍ତ୍ତନ ଏବଂ ସବୁଜଗୃହ ବାଷ୍ପ ଦ୍ୱାରା ପ୍ରଭାବିତ ହେଉଥିଲେ ହେଁ ଏହା ସହଜରେ ଦୃଷ୍ଟିଗୋଚର ହେଉ ନାହିଁ। ଶୈବାଳ ସ୍ଥଳଭାଗ ଗଛଠାରୁ ଦ୍ରୁତ ବେଗରେ ବଢ଼ିଥାନ୍ତି। ଅନ୍ୟ ଉଦ୍ଭିଦ ପରି ସମୁଦ୍ର ଶୈବାଳ ଫଟୋସିନ୍ଥେସିସ୍‌ ଜରିଆରେ ସୂର୍ଯ୍ୟାଲୋକରୁ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ୍‌) ସଂଗ୍ରହ କରେ, ଯାହା ଉଦ୍ଭିଦକୁ ବଢ଼ିବାରେ ସାହାଯ୍ୟ କରେ।

ଶୈବାଳ ଅତିବେଶିରେ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାନ୍ତି। ସମୁଦ୍ର ଜଳ ତରଙ୍ଗରେ ଏମାନେ ସବୁବେଳେ ନାଚୁଥିବା ଭଳି ଦେଖାଯାନ୍ତି। ସମୁଦ୍ରରେ କ୍ଷୁଦ୍ର ବେଲୁନ୍‌ ସଦୃଶ ଦେଖାଯାଉଥିବା ସି-ବାମ୍ବୁ (ସାମୁଦ୍ରିକ ବାଉଁଶ)ଭାସମାନ ପରଦା ଭଳି ମନେହୁଏ। ଏହା ବ୍ୟତୀତ ଅନ୍ୟ ଉଦ୍ଭିଦ ମଧ୍ୟ ସମୁଦ୍ର ଜଳରେ ଦେଖାଯାନ୍ତି। ଦ୍ରୁତ ବେଗରେ ବିକଶିତ ହେଉଥିବା ଶୈବାଳ କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ତାହା ହିସାବ କରିବା କଠିନ। ସାଟେଲାଇଟ୍‌ ଦ୍ୱାରା ଏହା ସହଜ ହୋଇଥିବାବେଳେ ସମୁଦ୍ର ଜଳରେ ଏହାର ବିସ୍ତୃତିକୁ ମାପିବା କଷ୍ଟକର। କିଛି ସାମୁଦ୍ରିକ ଜଙ୍ଗଲର ଆୟତନ ୬ ନିୟୁତରୁ ୭.୨ ନିୟୁତ ବର୍ଗ କି.ମି. ପର୍ଯ୍ୟନ୍ତ ହୋଇଥାଏ। ଏହା ଆମାଜନ୍‌ ଜଙ୍ଗଲଠାରୁ ବଡ଼ ବୋଲି କୁହାଯାଉଛି। ଗହମ, ଚାଉଳ ଏବଂ ମକା ଫସଲ ତୁଳନାରେ ସାମୁଦ୍ରିକ ଜଙ୍ଗଲ ଅଧିକ ବଢ଼ିଥାଏ। ଏହି ଅଧ୍ୟୟନ ଉତ୍ସାହ ପ୍ରଦାନକାରୀ। ବିଶ୍ୱରେ ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ଏହାକୁ ଉପଯୋଗ କରାଯାଇପାରେ। ସାମୁଦ୍ରିକ ଅଭିବୃଦ୍ଧିକୁ ଆଧାର କରି ଭୂପୃଷ୍ଠରେ ଖାଦ୍ୟ ଉତ୍ପାଦନ କଲେ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri