ଚିଲିକାରେ ବୁଡ଼ିଲା ଭସାପୋଲ: ଯାତ୍ରୀ ହନ୍ତସନ୍ତ

କୃଷ୍ଣପ୍ରସାଦ,(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାତାୟତ କରୁଥିବା ଦ୍ୱିତୀୟ ଭସାପୋଲ (ଭେସେଲ)ଟି ଜହ୍ନିକୁଦା କୂଳରେ ଶୁକ୍ରବାର ବୁଡି ଯାଇଛି। ସାତପଡା ଜହ୍ନିକୁଦା ଚିଲିକାରେ ଭସାପୋଲରେ ପ୍ରତିଦିନ ଶହଶହ ଲୋକ ଯାତ୍ରା କରିଥାନ୍ତି । କୃଷ୍ଣପ୍ରସାଦ ବାସୀଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ଯାତ୍ରୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଯାତ୍ରୀମାନେ ସନ୍ଧ୍ୟା ୫ ଟା ହେଲେ ସାତପଡାରୁ ଜହ୍ନିକୁଦା ଏବଂ ଜହ୍ନିକୁଦାରୁ ସାତପଡାକୁ ଯାତାୟତ କରିବା ପାଇଁ ଭେସଲ ନ ଥାଏ । ଏଣୁ ଚିଲିକା ଉନ୍ନୟନ କତୃପକ୍ଷ ଗତ ୧୬.୯.୨୦୨୦ରେ ଏକ ଦ୍ୱିତୀୟ ଭେସଲ ଯାତାୟତର ବ୍ୟବସ୍ଥା କରିଥିଲେ। ତେବେ ଯାତ୍ରୀମାନେ ଶୁକ୍ରବାର ଦିନ ଜହ୍ନିକୁଦା ଘାଟରେ ପହଞ୍ଚିିବା ବେଳେ କୂଳରେ ଭେସଲଟି ପାଣିରେ ବୁଡି ଥିବା ଦେଖିଥିଲେ। ତାହା ଯାତ୍ରା ପାଇଁ ଅକ୍ଷମ ହୋଇଥିବା ବେଳେ ଅନ୍ୟ ଉପାୟ ନ ପାଇ ବିପଜ୍ଜନକ ଭାବେ ନୈାକାରେ ମଟରସାଇକେଲ ସହ ଯାତ୍ରା କରିଛନ୍ତି । ଏ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି।