ବରୁଣ-ନତାଶାଙ୍କ ବିବାହ ଉତ୍ସବରେ ବଚ୍ଚନ ପରିବାରକୁ ମିଳିଲାନି ନିମନ୍ତ୍ରଣ

ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନତାଶା ଦଲାଲଙ୍କ ବିବାହ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଶନିବାର ସେମାଙ୍କର ସଙ୍ଗିତ ସେରିମନି ଥିବା ବେଳେ ରବିବାର ଅର୍ଥାତ୍ ୨୪ ଜାନୁୟାରୀରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଅଲିବାଗରେ ତାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯିବ । ୱେଡିଙ୍ଗ ଭେନ୍ୟୁରେ ନତାଶାଙ୍କ ପରିବାର ପହଞ୍ଚି ସାରିଛନ୍ତି । ବରୁଣଙ୍କ ପରିବାର ମଧ୍ୟ ପୂର୍ବରୁ ସେଠାରେ ଉପସ୍ଥିତ ଅଛନ୍ତି । ସମସ୍ତଙ୍କ ନଜର ବରୁଣ-ନତାଶାଙ୍କ ବିବାହ ଉପରେ । ତେବେ କରୋନା ମହାମାରୀ କାରଣରୁ ଏହି ବିବାହର ଅତିଥି ସଂଖ୍ୟାକୁ ସୀମିତ କରାଯାଇଛି । ଏଥିରେ କେବଳ ୫୦ ଜଣ ଅତିଥି ଯୋଗ ଦେବେ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ଅତି ନିକଟତମ, ବନ୍ଧୁ, ସମ୍ପର୍କୀୟ ଓ ଇଣ୍ଡଷ୍ଟ୍ରିର କେତେଜଣ ହାତଗଣତି ଲୋକ ଯୋଗଦେବେ । ଶୁଣିବାକୁ ମିଳିଛି କି ଏହି ବିବାହରେ ଶାହାରୁଖ ଖାଁ, ସଲମାନ ଖାଁଙ୍କ ପରି କଳାକାର ଯୋଗଦେବ । ତେବେ ବଚ୍ଚନ ପରିବାର ଓ କପୁର ପରିବାରଙ୍କ ସହ ଗୋବିନ୍ଦାଙ୍କୁ ମଧ୍ୟ ଏହି ବିବାହକୁ ନିମନ୍ତ୍ରଣ ମିଳି ନ ଥିବା ଜଣାପଡିଛି ।

Share