ବିବାହ ପରେ ନତାଶାଙ୍କ ସହ ଏହି ନୂଆ ଘରକୁ ଯିବେ ବରୁଣ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହ ଖବର ବେଶ୍‌ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏବେ ହନିମୁନକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ବରୁଣ ଏବଂ ନତାଶା ନୂଆ ଘରକୁ ଶିଫ୍ଟ କରିବା ମଧ୍ୟ ଖବର ଶୁଣିବାକୁ ମିଳିଛି। ଏକ ସାକ୍ଷାତକାରରେ ବରୁଣ ଏ ବିଷୟରେ ସୂଚନା ଦେଇଥିଲେ କି, ନତାଶାଙ୍କ ସହ ସେ ନିଜେ କିଣିଥିବା ଘରେ ରହିବେ। ସେ କହିଥିଲେ, ଯେତେବେଳେ ନୂଆ ଘର କିଣିବେ ସେତେବେଳେ ସେ ନତାଶାଙ୍କ ସହ ରିଲେସନଶିପ୍‌ରେ ରହିବା କଥା ଭାବିବେ। ଏକଥା ବିବାହ ପରେ ସତ ହୋଇଛି। ବର୍ତ୍ତମାନ ଏହି ଦମ୍ପତି ନୂଆ ଘରେ ରହିବେ।

 

View this post on Instagram

 

A post shared by Anupam Kher (@anupampkher)

ବରୁଣ ୨୦୧୭ରେ ନୂଆ ଘର କିଣିଥିଲେ। ତାଙ୍କ ଘର ଖୁବ୍‌ ସୁନ୍ଦର। ଅନୁପମ ଖେର ବରୁଣଙ୍କ ଘରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ବେଡ୍‌ରୁମ, ହଲ୍‌, ଓ୍ବାର୍କ ଡେନ୍‌, କ୍ଲୋସେଟ୍‌ ଏବଂ ଲିଭିଂ ରୁମ୍‌ ସମେତ ସମସ୍ତ କୋଠରିର ଝଲକ ଦେଖାଇଛନ୍ତି। ନତାଶା କୁଆଡ଼େ ଏହି ଘରକୁ ନିଜ ପସନ୍ଦ ଅନୁସାରେ ସଜାଇଛନ୍ତି। ଏଥିସହିତ ବରୁଣଙ୍କ ପସନ୍ଦ ପ୍ରତି ମଧ୍ୟ ସେ ଧ୍ୟାନ ଦେଇଛନ୍ତି।
ବରୁଣ ଏବଂ ନତାଶା ଗତ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ଏହି ଦମ୍ପତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ୍‌ ଦେଇଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri